ETV Bharat / state

ହକି ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି ଯୁବ ଖେଳାଳି - ସୁବର୍ଣ୍ଣପୁର ହକି

ହକି ଖେଳ ପ୍ରତି ବଢୁଛି ସୁବର୍ଣ୍ଣପୁର ଯୁବ ଖେଳାଳୀଙ୍କ ଆଗ୍ରହ । ଏନେଇ ଖେଳାଳୀଙ୍କ ଅଧିକ ଉତ୍ସାହିତ କରିବାକୁ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କଲା ଜିଲ୍ଲା ହକି ଏସୋସିଏସନ । ଅଧିକ ପଢନ୍ତୁ...

ହକି ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି ଯୁବ ଖେଳାଳୀ

author img

By

Published : Oct 27, 2021, 4:00 PM IST

ସୁବର୍ଣ୍ଣପୁର: ଜାତୀୟ କ୍ରୀଡା ହକି ପ୍ରତି ଖେଳାଳିମାନଙ୍କ ବଢୁଛି ଆଗ୍ରହ । ବିଶେଷକରି ରାଜ୍ୟ ସରକାର ହକିକୁ ପ୍ରୋତ୍ସାହନ ଦେବା ଓ ଟୋକିଓ ଅଲମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଦଳର ଭଲ ପ୍ରଦର୍ଶନ ପରେ ଯୁବ ଖେଳାଳିମାନେ ଏହି ଖେଳ ପ୍ରତି ଆକୃଷ୍ଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ହକି ଆସୋସିଏସନ ଖେଳାଳିଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ସଫଳତାର ସହିତ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି ।

ହକି ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି ଯୁବ ଖେଳାଳୀ

ଜିଲ୍ଲାର ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଦକ୍ଷିଣିପାଲି ଖେଳ ପଡିଆ ଠାରେ ଆଠଟି ହକି ଦଳକୁ ନେଇ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ଦକ୍ଷିଣିପାଲି, ଗୋବିନ୍ଦପୁର, ବୁଢୀ ଝରନ, ଗୁଜା, ଲମତୁଲ ଖରାପୁରା, ଗ୍ରୀନ୍ଦିଲାମାଲ ଓ ଠେଙ୍ଗୋ ଦଳ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଗ୍ରୀନ୍ଦିଲାମାଲ ବୁଢୀ ଝରନ ଦଳକୁ 2-1ରେ ହରାଇ ଚାମ୍ପିୟନ ହୋଇଛି ।

ବିଜୟୀ ଦଳକୁ ଚାମ୍ପିୟନ ଟ୍ରଫି ସହିତ ୧୦୦୦ ଟଙ୍କା ଓ ରନର୍ସ ଅପ ଦଳକୁ ଟ୍ରଫି ସହିତ ୧୦୦୦ ଟଙ୍କା ରାଶି ପ୍ରଦାନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ହକି ଆସୋସିଏସନ ଉପାଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବା ଖେଳାଳୀମାନଙ୍କୁ ଉତ୍ସାହିତ କରିଛନ୍ତି । ହକି ଖେଳର ବିକାଶ ପାଇଁ ଆବଶ୍ୟକ ଉତ୍ତିଭୂମିର ବିକାଶ କରିବା ସହିତ ଖେଳାଳୀମାନଙ୍କ ପାଇଁ ବି ଆବଶ୍ୟକ ସହଯୋଗ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ହକି ଆସୋସିଏସନ ଯୋଗାଇ ଦେବ ବୋଲି ସେ ଖେଳାଳି ଓ ଖେଳପ୍ରେମୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.