ସୁବର୍ଣ୍ଣପୁର: ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ ପୁଲେଶ୍ବର ଗାଁରେ ବିଦ୍ୟୁତ ଆଘାତରେ ଯୁବକର ମୃତ । ମୃତକ ଜଣକ ହେଲେ ନୀଳକଣ୍ଠ ଖୁରା । ସେ ଘରେ କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଷରେ ଆସିଥିଲେ। ଫଳରେ ସେଠାରେ ଅଚେତ ହୋଇ ପଡ଼ିଥିଲେ।
ପରିବାର ଲୋକେ ତୁରନ୍ତ ତାଙ୍କୁ ବିରମହରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତି କରିଥିଲେ। ହେଲେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ବୋଲି ଘୋଷଣା କରିଛନ୍ତି। ପୋଲିସ ପହଁଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ଅନୁସନ୍ଧାନ କରୁଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ