ETV Bharat / state

ଚାକିରୀ ହରାଇ ଦୁର୍ଦ୍ଦିନରେ ସୂତାକଳ ଶ୍ରମିକ ଓ କର୍ମଚାରୀ

କର୍ମଚାରୀଙ୍କ ବିରୁଦ୍ଧରେ କମ୍ପାନୀର ମନମାନୀ । ଦୀର୍ଘଦିନ ଧରି ବକେୟା ଦରମା ପ୍ରଦାନ, କମ୍ପାନୀ ପୁନଃ କାର୍ଯ୍ୟକ୍ଷମ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି କମ୍ପାନୀର ଶ୍ରମିକ ଓ କର୍ମଚାରୀ । ଅଧିକ ପଢନ୍ତୁ...

ଚାକିରୀ ହରାଇ ଦୁର୍ଦ୍ଦିନରେ ସୂତାକଳ ଶ୍ରମିକ ଓ କର୍ମଚାରୀ
ଚାକିରୀ ହରାଇ ଦୁର୍ଦ୍ଦିନରେ ସୂତାକଳ ଶ୍ରମିକ ଓ କର୍ମଚାରୀ
author img

By

Published : Aug 21, 2021, 6:23 PM IST

ସୁବର୍ଣ୍ଣପୁର: ଦୀର୍ଘ ୧୬ ମାସ ଧରି କାମ ନ ପାଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଶ୍ରମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ବାଲାଜୀ ଗଣପତି ସୂତାକଳର ଶ୍ରମିକ ଓ କର୍ମଚାରୀମାନେ କାମ ନପାଇ ହାତ ଉପରେ ହାତ ଦେଇ ବସି ରହିଛନ୍ତି । ସେପଟେ ସୂତାମିଲ କର୍ତ୍ତୃପକ୍ଷ ମିଲ କାର୍ଯ୍ୟକ୍ଷମ କରିବାକୁ ଚାହୁଁ ନ ଥିବା ନେଇ ଶ୍ରମିକମାନେ ଅଭିଯୋଗ କରିଛନ୍ତି ।

ଚାକିରୀ ହରାଇ ଦୁର୍ଦ୍ଦିନରେ ସୂତାକଳ ଶ୍ରମିକ ଓ କର୍ମଚାରୀ

କୋରୋନା ମହାମାରୀ ସମୟରେ ଅନେକ ସମୟ ମିଲ ବନ୍ଦ ହୋଇ ପଡି ରହିଥିବାବେଳେ ଗତ ଆଠ ମାସ ହେଲା ଜିଲ୍ଲାର ଏକମାତ୍ର ଶିଳ୍ପ ସୂତାକଳ ଫାଟକରେ ତାଲା ଝୁଲୁଛି । ଜିଲ୍ଲାର ଶ୍ରମିକ ଓ କର୍ମଚାରୀମାନେ ରୋଜଗାର ହରାଇ ଏବେ ଘରେ ବସିଛନ୍ତି । ମିଲ କାର୍ଯ୍ୟକ୍ଷମ କରିବା ସହିତ ଶ୍ରମିକଙ୍କ ଦାବି ପୂରଣ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲାପାଳ ପୂର୍ବରୁ ହସ୍ତକ୍ଷେପ କରିଥିଲେ ।

ଏନେଇ ଶ୍ରମିକ ସଙ୍ଘ ଓ ସୂତାକଳ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ମଧ୍ୟ ହୋଇଥିଲା । ତେବେ ଚୁକ୍ତି ଅନୁଯାୟୀ ମିଲ କର୍ତ୍ତୃପକ୍ଷ ଶ୍ରମିକ ସଙ୍ଘର ଦାବି ପୂରଣ କରିବା ସହିତ ଗତ ଜୁଲାଇ ଶେଷ ସୁଦ୍ଧା ସୂତାମିଲ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରମିକ ସଙ୍ଘକୁ ପ୍ରତିଶୃତି ଦେଇଥିଲେ । ହେଲେ ସୂତାମିଲ କର୍ତ୍ତୃପକ୍ଷ ନାଁ ସୂତାମିଲ କାର୍ଯ୍ୟକ୍ଷମ କଲେ ନାଁ ଏ ପର୍ଯ୍ୟନ୍ତ ସଙ୍ଘର ଦାବି ପୂରଣ କରିଛନ୍ତି ବୋଲି ଶ୍ରମିକ ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି ।

ଶ୍ରମିକଙ୍କ ଦାବି ଅନୁଯାୟୀ ଶ୍ରମିକଙ୍କୁ ବକେୟା ଦରମା ସହିତ 11 ମାସର ଇପିଏଫ ଟଙ୍କା ମିଲ କର୍ତ୍ତୃପକ୍ଷ ଜମା କରିବେ । ସେହିପରି ନିୟମିତ କାମ ଦେବା ସହିତ ସୂତାକଳର ପୁରୁଣା ମେସିନ ବଦଳାଇ ନୂତନ ମେସିନ ଯୋଗାଇଦେବେ । କପା ମହଜୁଦ ରଖିବା ସହିତ ନିୟମିତ ବିଦ୍ୟୁତ ବ୍ୟବସ୍ଥା କରିବେ । ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାରେ ମିଲ କର୍ତ୍ତୃପକ୍ଷ ଓ ଶ୍ରମିକଙ୍କ ମଧ୍ୟରେ ବୁଝାମଣା ହୋଇଥିବାବେଳେ କର୍ତ୍ତୃପକ୍ଷ ତାଙ୍କ କଥାରୁ ଓହରି ଯାଇଥିବା ନେଇ ଅଭିଯୋଗ କରିଛି ଶ୍ରମିକ ସଙ୍ଘ ।

ତେବେ ସପ୍ତାହକ ଭିତରେ ସଙ୍ଘର ସମସ୍ତ ଦାବି ପୂରଣ କରିବା ସହିତ ଶ୍ରମିକ ଓ କର୍ମଚାରୀଙ୍କୁ ରୋଜଗାର ଯୋଗାଇ ନ ଦେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରମିକ ସଙ୍ଘ ଚେତାବନୀ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.