ETV Bharat / state

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ଦିବସ ପାଳିତ - ବିଶ୍ବ ରେଡ କ୍ରସ ଦିବସ

ଆଜି ବିଶ୍ବ ରେଡ କ୍ରସ ଦିବସ ।ତେବେ ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ଆଜି ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇ ଯାଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ଦିବସ ପାଳିତ

author img

By

Published : May 8, 2022, 2:05 PM IST

ସୁବର୍ଣ୍ଣପୁର: ଆଜି ବିଶ୍ବ ରେଡ କ୍ରସ ଦିବସ । ଯୁଦ୍ଧ ଓ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ତ୍ବରିତ ଓ ଦକ୍ଷ ମାନବୀୟ ପ୍ରତିକ୍ରିୟା ପ୍ରଦାନ କରିବା ଏହାର ଲକ୍ଷ୍ୟ ହୋଇଥାଏ । ତେବେ ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ଆଜି ବିଶ୍ବ ରେଡକ୍ରସ୍‌ ଦିବସ ପାଳିତ ହୋଇ ଯାଇଛି । ସହରର ଟାଉନ ହଲଠାରେ ଆୟୋଜିତ ସମାରୋହରେ ରେଡକ୍ରସ୍‌ ପ୍ରତିଷ୍ଠାତା ଜନ ହେନେରୀଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସୋସାଇଟିର କାର୍ଯ୍ୟକର୍ତ୍ତା ସମାଜସେବାରେ ନିଜକୁ ସମର୍ପିତ କରିଥିବା ଶପଥ ନେଇଛନ୍ତି ।

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ଦିବସ ପାଳିତ

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଛି ।ଶୋଭାଯାତ୍ରାରେ ରେଡକ୍ରସ କାର୍ଯ୍ୟକର୍ତ୍ତା ଉମାକାନ୍ତ ନାଗ, ଆଇନଜିବୀ ଗୌରୀଶ୍ୟାମ ପଣ୍ଡାଙ୍କ ସମେତ ସହରର କ୍ରୀଡାବିତ ଓ ସୋନପୁର ମହାବିଦ୍ୟାଳୟର NCC କ୍ୟାଡେଟ୍‌ ସାମିଲ ହୋଇଥିଲେ । ଦୈବୀ ଦୁର୍ବିପାକ ପାଇଁ ରେଡକ୍ରସ ସଦସ୍ୟ ନିଜକୁ ସବୁ ସମୟରେ ପ୍ରସ୍ତୁତ କରି ରଖିଛନ୍ତି । ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରେଡକ୍ରସ କାର୍ଯ୍ୟକର୍ତ୍ତା ବିଭିନ୍ନ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଯାହାକୁ ସହରବାସୀଙ୍କ ଠାରୁ ଅନେକ ପ୍ରଶଂସା ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.