ETV Bharat / state

ଦାଉ ସାଧୁଛି ପାଗ ପରିବର୍ତ୍ତନ, ଚାଷୀ ମୁଣ୍ଡରେ ଚକଡା ଚଡକ - ଚାଷୀ ମୁଣ୍ଡରେ ଚକଡା ଚଡକ

ପାଣି ପାଗ ପରିବର୍ତ୍ତନ ହେତୁ ଚାଷରେ ଚକଡା ପୋକ ଲାଗିବା ଆରମ୍ଭ ହୋଇଗଲାଣି । ଯାହା ଏବେ ଚାଷୀର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅଧିକ ପଢନ୍ତୁ...

ପାଣିପାଗ ସାଧୁଛି ଦାଉ, ଚାଷୀ ମୁଣ୍ଡରେ ଚକଡା ଚଡକ

author img

By

Published : Sep 29, 2020, 2:45 PM IST

ସୁବର୍ଣ୍ଣପୁର: ଜିଲ୍ଲା ବେହେରାମାଲ ପଞ୍ଚାୟତର ପିପିଲି ପାଲି ଗାଁରେ ଖରିଫ ଧାନ ଚାଷରେ ଚକଡା ଲାଗିଛି। ପ୍ରାୟ ସପ୍ତାହେରୁ ଅଧିକ ହେଲା ପାଣିପାଗ ମେଘୁଆ ଓ ବେଳେ ବେଳେ ଝିପିଝିପି ବର୍ଷା ହେଉଥିବାରୁ ରୋଗପୋକରୁ ଧାନକୁ ସୁରକ୍ଷା ଦେବାରେ ଚାଷୀ ବିଫଳ ହୋଇଛି । ବିଶେଷକରି ଚକଡା ଲାଗୁଥିବା ଅଞ୍ଚଳରେ ଧାନ ଗଛ ଶୁଖି ଯାଉଛି । ଫଳରେ ଚାଷୀ ମୁଣ୍ଡରେ ଚକଡା ଚଡକ ହୋଇ ପଡିଛି।

ପାଣିପାଗ ସାଧୁଛି ଦାଉ, ଚାଷୀ ମୁଣ୍ଡରେ ଚକଡା ଚଡକ

ଚକଡା ପାଇଁ କୌଣସି କୀଟନାଶକ ଔଷଧ କାମକୁ ଆସୁନାହିଁ। ଗୋଟିଏ ଧାନ କିଆରୀରୁ ଅନ୍ୟ କିଆରୀ ଗୁଡିକୁ ଚାହୁଁ ଚାହୁଁ ଚକଡା ମାଡି ଯାଉଛି । ଫଳରେ ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଚକଡାରେ ଚାଷୀ ବେଶ କ୍ଷତିଗ୍ରସ୍ତ ହେବା ଆଶା କରାଯାଉଛି । ଚାଷୀମାନେ ଜିଲ୍ଲା କୃଷି ବିଭାଗକୁ ଚକଡା ଦମନ ପାଇଁ ଆବଶ୍ୟକ କୃଷି ପରାମର୍ଶ ସହିତ ରିହାତି ଦରରେ କୀଟନାଶକ ଔଷଧ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଜିଲ୍ଲା କୃଷି ବିଭାଗର କୃଷି ଅଧିକାରୀ ଓ କୃଷି ବୈଜ୍ଞାନିକ ମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଖରିଫ ଧାନ ଚାଷର ସମୀକ୍ଷା କରିଛନ୍ତି।

ହେଲେ ଚକଡ଼ା ପାଇଁ କୃଷି ବୈଜ୍ଞାନିକ ମାନେ ମଧ୍ୟ ନାଚାର । ତେବେ ପାଣିପାଗ ପରିବର୍ତ୍ତନ ନ ହେଲେ ଚାଷୀ ଆଗକୁ ଆହୁରି କ୍ଷତିଗ୍ରସ୍ତ ହେବ ଏଥିରେ ସନ୍ଦେହ ନାହିଁ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.