ETV Bharat / state

ଜବରଦଖଲକାରୀଙ୍କ କବଜାରେ ସୁବର୍ଣ୍ଣପୁର ଜଳାଶୟ - complain

ସୁବର୍ଣ୍ଣପୁର ଜଳାଶୟ ସବୁ ଜବରଦଖଲକାରୀଙ୍କ କବଜାରେ  । ତେଣୁ ଏନେଇ ବାରମ୍ବାର ପ୍ରଶାସନକୁ ଦାବି ହୋଇଥିବା ସତ୍ତ୍ବେ ପ୍ରଶାସନ ଏନେଇ କର୍ଣ୍ଣଗୋଚର କରୁନଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 22, 2019, 11:56 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ବଢିଚାଲିଛି ଜଳାଶୟ ସମସ୍ୟା । ଶତାଧିକ ବର୍ଷ ଧରି ସୁବର୍ଣ୍ଣପୁର ସହରର ଶୋଷ ମେଣ୍ଟାଉଥିବା ଜଳାଶୟ ସବୁ ରହିଯାଇଛି ପ୍ରଶାସନିକ ଦୃଷ୍ଟି ଆଢୁଆଳରେ । ବହୁ ଅମଳର ଜଳାଶୟ ସବୁ ଦିନକୁ ଦିନ ପଡିଆରେ ରୂପାନ୍ତରିତ ହେଉଛି । କାରଣ ସୁବର୍ଣ୍ଣପୁରରେ ଜନସାଧାରଣଙ୍କ ବ୍ୟବହାର ପାଇଁ ଥିବା ଜଳାଶୟ ସବୁ ଜବରଦଖଲକାରୀଙ୍କ କବଜାରେ । ତେଣୁ ଏନେଇ ବାରମ୍ବାର ପ୍ରଶାସନକୁ ଦାବି ହୋଇଥିବା ସତ୍ତ୍ବେ ପ୍ରଶାସନ ଏନେଇ କର୍ଣ୍ଣଗୋଚର କରୁନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ସହରର ରାଜା ବଗିଚାରେ ପାଣିର ବ୍ୟବହାର ପାଇଁ 6ଟି ବୃହତ ଜଳାଶୟ ସହିତ ସହରର ଅଷ୍ଟଶମ୍ଭୁଙ୍କ ମନ୍ଦିର ପାଇଁ ଛୋଟ ଛୋଟ ଆଠୋଟି ଜଳାଶୟ ତିଆରି ହୋଇଥିଲା। ଏଥିସହ ଜନସାଧାରଣଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ହଜାରେ ଜନସଂଖ୍ୟାରେ ଗୋଟିଏ ବୃହତ ଜଳାଶୟ ତିଆରି ହୋଇଥିଲା । ଏଥିସହ ସହରର ଉଭୟ ପାର୍ଶ୍ବରେ ତେଲନଦୀ ଓ ମହାନଦୀର ସ୍ବଚ୍ଛ ପାଣି ବ୍ୟବହାର କରିବା ସହିତ ଲୋକେ ବର୍ଷା ଦିନରେ ଏହି ଜଳାଶୟ ଉପରେ ନିର୍ଭର କରି ଚଳୁଥିଲେ । ତେବେ ଜଳାଶୟଗୁଡିକର ହୁଡାରେ ଜବରଦଖଲ ବଢି ବଢି ଯାଉଥିବାବେଳେ ଦିନକୁ ଦିନ ଜଳାଶୟ ଗୁଡିକର ହୁଡାରେ ବେଆଇନ ବାସପୋଯୋଗୀ ଘର ଓ ଦୋକାନ ବଢି ଚାଲୁଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ସବୁ ଦେଖି ଶୋଇ ରହିଥିବା ନେଇ ଅଭିଯୋଗ ହୋଇଛି ।

ଏହାଛଡା ସହରର ମଧ୍ୟଭାଗରେ ଥିବା ବିଶ୍ବସାଗର ଜଳାଶୟର ଉନ୍ନତିକରଣ କରିବା ସହିତ ଆଧୁନିକ ଜଳକ୍ରୀଡା ପାଇଁ ବ୍ୟବହାର କରିବାକୁ ଦୀର୍ଘ ଦିନରୁ ପ୍ରଶାସନ ପାଖରେ ସହରବାସୀ ଦାବି କରିଆସୁଛନ୍ତି । ଏଥିସହ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଥିବା ଜଳାଶୟ ଗୁଡିକର ପଙ୍କୋଦ୍ଧାର କରିବା ସହିତ ସୁରକ୍ଷା ଦେବାକୁ ସହରବାସୀ ଦାବି ଜଣାଇ ଆସୁଛନ୍ତି ।

ହେଲେ ଦଳ ଭର୍ତ୍ତି ଜଳାଶୟ ଗୁଡିକରୁ ଦଳ ସଫା କରାଯାଇ ପାରୁ ନ ଥିବାବେଳେ ପଙ୍କୋଦ୍ଧାର , ମାଟିକାମ ,ହୁଡାର ସୁରକ୍ଷା ଆଦି କରିବାକୁ ପ୍ରଶାସନ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି । ଆଜିକୁ କୋଡିଏ ତିରିଶ ବର୍ଷ ଧରି ସହରବାସୀ ପୁରୁଣା ଜଳାଶୟର ସୁରକ୍ଷା ପାଇଁ ପ୍ରଶାସନ ସହିତ ଲଢେଇ କରି ଆସୁଥିବାବେଳେ ଦିନକୁ ଦିନ ଜଳାଶୟ ସବୁ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଉଛି । ତେଣୁ ତାପମାତ୍ରା ନିୟନ୍ତ୍ରଣ ପାଇଁ ଏବେ ଜଳାଶୟର ଉନ୍ନତି କରଣର ଆବଶ୍ୟକତା ଥିବାବେଳେ ଏ ଦିଗରେ ସଭିଏଁ କିନ୍ତୁ ନୀରବ । ଅପରପକ୍ଷରେ ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ସୋନପୁର ଉପ ଜିଲ୍ଲାପାଳ ।

ତେବେ ତାପମାତ୍ରା ବୃଦ୍ଧିରେ ଜଳ ସଂରକ୍ଷଣ ସହିତ ଜଳାଶୟ ସୃଷ୍ଟି ଏବେ ସାରା ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଐତିହାସିକ ସୁବର୍ଣ୍ଣପୁର ସହରରେ ବହୁ ପୂର୍ବ ଅମଳରୁ ତିଆରି ହୋଇଥିବା ପୁରୁଣା ଜଳାଶୟଗୁଡିକ ଧୀରେ ଧୀରେ ଜବରଦଖଲକାରୀଙ୍କ କବଜାକୁ ଯାଉଥିବାବେଳେ ପ୍ରଶାସନ କ’ଣ ପାଇଁ କୌଣସି ପଦକ୍ଷେପ ନେଉନାହିଁ ତାହା ଏବେ ଆଲୋଚନାର ବିଷୟ ପାଲଟିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.