ସୁବର୍ଣ୍ଣପୁର: ଜେଲ ଭିତରେ ଅନ୍ତେବାସୀଙ୍କୁ ଯୋଗାଇ ଦିଆଯାଉଛି ନିଶାଦ୍ରବ୍ୟ । ଆଉ ସୁବର୍ଣ୍ଣପୁର ସହରର ଉପ କାରାଗାରରେ ଜେଲ କର୍ମଚାରୀମାନେ ଗଞ୍ଜେଇ ଯୋଗାଉଛନ୍ତି। ଅନ୍ତେବାସୀଙ୍କ ପାଇଁ ଜେଲ କର୍ମଚାରୀମାନେ ଗଞ୍ଜେଇ ତଥା ଅନ୍ୟାନ୍ୟ ନିଶାଦ୍ରବ୍ୟ ଯୋଗାଉ ଥିବା ଅଭିଯୋଗ ହେଉଥିଲା । ଏହି ଅଭିଯୋଗର ସତ୍ୟାସତ୍ୟ ପ୍ରମାଣିତ ହେବା ପରେ ଜେଲ ୱାଡେନଙ୍କୁ ନିଲମ୍ବିତ କରାଯାଇଛି ।
ଜେଲ ୱାଡେନ ଦିଲ୍ଲୀପ କୁମାର ନାୟକ ଅନ୍ତେବାସୀଙ୍କ ପାଇଁ ଗଞ୍ଜେଇ ଯୋଗାଉ ଥିବା ସମୟରେ ଜେଲ ମୁଖ୍ୟ ୱାଡେନ ଚୈତନ୍ୟ ପ୍ରଧାନଙ୍କ ହାତରେ ଧରାପଡିଥିଲେ। ମୁଖ୍ୟ ୱାଡେନ ଜେଲରଙ୍କୁ ଜଣାଇବା ପରେ ଅଭିଯୁକ୍ତ ୱାଡେନଙ୍କ ବିରୁଦ୍ଧରେ ସଦର ଥାନାରେ ଏକ ଏତଲା ଦିଆଯାଇଛି । ୱାଡେନ ଦିଲ୍ଲୀପ କୁମାର ନାୟକ ଅନ୍ତେବାସୀଙ୍କୁ ନିଶାଦ୍ରଵ୍ୟ ଯୋଗାଉଥିବା ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ