ସୁବର୍ଣ୍ଣପୁର: ଜିଲ୍ଲାରେ ବିରମହାରାଜପୁର ବ୍ଲକ ବାରଝୁଲା ଗ୍ରାମରେ ଗଛକଟାକୁ ନେଇ ଉତ୍ତେଜନା ଦେଖାଦେଇଛି । ରାସ୍ତା ମଝିରେ ଥିବା ବରଗଛ କଟାକୁ ବିରୋଧ କରି ଗ୍ରାମବାସୀ ଓ ପୋଲିସ ପ୍ରଶାସନ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ବାରଝୁଲା ଗ୍ରାମର ଲୋକମାନେ ଦୀର୍ଘଦିନରୁ ରାସ୍ତା ପାଇଁ ଦାବି କରିଆସୁଥିଲେ । ହେଲେ ରାସ୍ତା ମଝିରେ ଥିବା ଏକ ବରଗଛ କାଟିବାକୁ ନେଇ ଗାଁର କିଛି ଲୋକ ବିରୋଧ କରୁଥିବା ବେଳେ ରାସ୍ତା କାମ ଅଟକି ରହିଥିଲା ।
ବୀରମହାରାଜପୁର ବ୍ଲକ ପ୍ରଶାସନ ପୋଲିସକୁ ନେଇ ମଙ୍ଗଳବାର ଗଛ କାଟିବାକୁ ଯିବା ବେଳେ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ପୋଲିସ ୧୪୪ ଧାରା ଲାଗୁ କରି ଗଛକଟାକୁ ଜାରି ରଖିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ