ETV Bharat / state

ଆଜି ବି ଅନ୍ଧଗଳିରେ ମନୁଷ୍ୟ, କୁଷ୍ଠ ରୋଗ କହି ଗାଁରୁ ମହିଳାଙ୍କୁ ତଡିଦେଲେ ଗ୍ରାମବାସୀ - କୁଷ୍ଠ ରୋଗ

ମହିଳାଙ୍କ ଶରୀରରେ ଶର୍କରା ବଢିବାରୁ ଶୁଖିଲା ନାହିଁ କ୍ଷତ । କୁଷ୍ଠ ରୋଗର ଶିକାର ହୋଇଥିବା କହି ଗାଁରୁ ତଡିଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଆଜି ବି ଅନ୍ଧଗଳିରେ ମନୁଷ୍ୟ,  କୁଷ୍ଠ ରୋଗ କହି ଗାଁରୁ ମହିଳାଙ୍କୁ ତଡିଦେଲେ ଗ୍ରାମବାସୀ

author img

By

Published : Aug 19, 2022, 4:23 PM IST

ସୋନପୁର: ସମାଜରେ ଆଜି ବି ଭରି ରହିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର ପ୍ରଥା । ବିଜ୍ଞାନ ଯେତେ ଆଗକୁ ଗଲେ ସୁଦ୍ଧା ଅନ୍ଧବିଶ୍ବାସର ଅନ୍ଧଗଳିରୁ ମୁକୁଳି ପାରୁନି ମନୁଷ୍ୟ । ଫଳରେ ଅନେକ ସମୟରେ ସାହାର ଦେବା ବଦଳରେ ମାନବିକତା ହରାଇ ନୃଶଂସ ପାଲଟୁଛି ମାନବ ଜାତି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋନପୁର ମହଦା ଗ୍ରାମ ପଞ୍ଚାୟତର ପାଲି ଗାଁରେ । ଗାଁର ଜଣେ ମହିଳାଙ୍କ ଗୋଡ଼ର କ୍ଷତ ଭଲ ହୋଇନଥିଲା । ଏପରିକି କ୍ଷତ ସ୍ଥାନରେ ପୋକ ହୋଇ ଯାଇଥିଲା । ଫଳରେ ମହିଳାଙ୍କୁ କୁଷ୍ଠ ରୋଗର ଶିକାର ହୋଇଥିବା କହି ଜାତିଭାଇ ଗାଁ ଛାଡି ଚାଲିଯିବାକୁ କହିଥିଲେ । ଗାଁରୁ ନଗଲେ ଜାତିରୁ ବାସନ୍ଦ କରାଯିବ ବୋଲି ଧମକ ଦେଇ ସନ୍ଧ୍ୟାବେଳେ ଗାଁରୁ ତଡିଦେଲେ ଗ୍ରାମବାସୀ । ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାରେ ।

ଆଜି ବି ଅନ୍ଧଗଳିରେ ମନୁଷ୍ୟ, କୁଷ୍ଠ ରୋଗ କହି ଗାଁରୁ ମହିଳାଙ୍କୁ ତଡିଦେଲେ ଗ୍ରାମବାସୀ

ସୂଚନା ଅନୁଯାୟୀ, ସୋନପୁର ମହଦା ଗ୍ରାମ ପଞ୍ଚାୟତର ପାଲି ଗାଁର ଜଣେ ମହିଳାଙ୍କ ଗୋଡ଼ର କ୍ଷତ ଭଲ ହୋଇନଥିଲା । ଚିକିତ୍ସା ଅବହେଳାରୁ କ୍ଷତରେ ପୋକ ହୋଇ ଯାଇଥିଲା । ଏହାପରେ ଗାଁ ଲୋକେ ମହିଳାଙ୍କୁ କୁଷ୍ଠ ରୋଗ ହୋଇଥିବା କହି ଗାଁ ଛାଡି ଚାଲିଯିବାକୁ କହିଥିଲେ । ଏପରିକି ଗାଁରୁ ନଗଲେ ପୁଅ ଓ ପରିବାର ଲୋକଙ୍କୁ ଜାତିରୁ ବାସନ୍ଦ କରାଯିବ ବୋଲି ଧମକ ଦେବା ସହ ସନ୍ଧ୍ୟାବେଳେ ଗାଁରୁ ତଡିଦେଲେ ଗ୍ରାମବାସୀ । ଏହାପରେ ମହିଳା ଜଣକ ସନ୍ଧ୍ୟାବେଳେ ଘରୁ ଚାଲି ଚାଲି ଆସି ଗାଁ ନିକଟ ନଦୀ କୂଳରେ ଥିବା ଏକ ପମ୍ପ ଘରରେ ଆଶ୍ରୟ ନେଇଥିଲେ ।

ଏନେଇ ଉଲୁଣ୍ଡା ବିଡିଓ ଖବର ପାଇ ଘଟଣାସ୍ଥଳକୁ ଯାଇ ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସାମାନ୍ୟ ଶର୍କରା ପରିମାଣ ବଢି ଯାଇଥିବାରୁ କ୍ଷତ ଶୁଖି ପାରି ନଥିବା ମୁଖ୍ୟ ଚିକିତ୍ସାଳୟ ତରଫରୁ ସୂଚନା ଦିଆଯାଇଛି । ତେବେ ଏବେ ବି କୁଷ୍ଠରୋଗକୁ ଘୃଣା କରି ଗାଁ ଲୋକେ ମହିଳା ଜଣକୁ ସାମାଜିକ ବାସନ୍ଦ କରିଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଅନ୍ୟପଟେ ଗରିବଙ୍କ ପାଇଁ ସରକାର ଏନେକ ଯୋଜନା କରିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଫେଲ ମାରିଥିବା କହିଛନ୍ତି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.