ETV Bharat / state

ଭିଜିଲାନ୍ସ ଜାଲରେ ରେଭିନ୍ୟୁ ସୁପରଭାଇଜର ଓ ଆରଆଇ

ସୁବର୍ଣ୍ଣପୁର ଜିଲ୍ଲା ବୀରମାହାରାଜପୁର ରେଭିନ୍ୟୁ ସୁପରଭାଇଜର ଓ ଜଣେ ଅବସରପ୍ରାପ୍ତ ଆରଆଇଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିପଫ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ...

author img

By

Published : Feb 19, 2021, 3:07 PM IST

ଭିଜିଲାନ୍ସ ଜାଲରେ ରେଭିନ୍ୟୁ ସୁପରଭାଇଜର ଓ ଆରଆଇ
ଭିଜିଲାନ୍ସ ଜାଲରେ ରେଭିନ୍ୟୁ ସୁପରଭାଇଜର ଓ ଆରଆଇ

ସୁବର୍ଣ୍ଣପୁର: ଲାଞ୍ଚ ନେଇ ଫସିଲେ ଆରଆଇ । ଜିଲ୍ଲା ବୀରମାହାରାଜପୁର ରେଭିନ୍ୟୁ ସୁପରଭାଇଜର ଓ ଜଣେ ଅବସରପ୍ରାପ୍ତ ଆରଆଇଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିପଫ କରିଛି ଭିଜିଲାନ୍ସ ।

ସୂଚନାଅନୁସାରେ, ଥାବର ମେହର ନାମକ ଜଣେ ବ୍ୟକ୍ତି ହାଇଟେକ ସେଟଲମେଣ୍ଟରେ ତାଙ୍କ ମା'ଙ୍କ ନାଁରେ ଥିବା ଜମିକୁ ନିଜ ନାମରେ କରିବାକୁ ତହସିଲ କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ଜମିକୁ ଥବିରଙ୍କ ନାଁରେ କରିବାକୁ ଦଶ ହଜାର ଟଙ୍କା ଦାବି ହୋଇଥିଲା ।

ଏଥିରେ ଜଣେ ଅବସରପ୍ରାପ୍ତ ଆରଆଇ ବାବାଜି ଚରଣ ସାହୁ ଟଙ୍କା ଲେଣ ଦେଣରେ ମାଧ୍ୟମ ସାଜିଥିଲେ । ଏ ନେଇ ଅଭିଯୋଗ ହେବାପରେ ସୋନପୁର ଭିଜିଲାନ୍ସର ଏକ ଦଳ ବାବାଜୀ ଚରଣ ସାହୁଙ୍କଠାରୁ ଦଶ ହଜାର ଟଙ୍କା ଜବଦ କରିଛି ।

ବାବାଜି ଚରଣ ସାହୁଙ୍କୁ ଅଧିକ ପଚରା ଉଚରା କରିବା ପରେ ମୁଖ୍ୟ ଅଭିଯୁକ୍ତ ରେଭିନ୍ୟୁ ସୁପରଭାଇଜର ନବେନ୍ଦ୍ର ବୋଲି ଜାଣିବାକୁ ପାଇଥିଲେ । ନବେନ୍ଦ୍ରଙ୍କୁ ଗିରଫ କରି ସୋନପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ରଖି ଅଧିକ ପଚରା ଉଚରା ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.