ETV Bharat / state

ଛାତ ଉପରେ ସୁନ୍ଦର ବଗିଚା: ଫଳୁଛି କଲରା, ଫୁଟୁଛି ଗଙ୍ଗଶିଉଳି - ସୁବର୍ଣ୍ଣପୁର ନ୍ୟୁଜ

ଇଚ୍ଛା ଓ କିଛି କରିବାର ମନବୃତ୍ତି ଥିଲେ ନିଜର ସଉକ ନିଶାରେ ପରିଣତ ହୋଇଯାଏ । ଏହିପରି ଏକ ନିଆରା ସଉକ ରଖିଛନ୍ତି ପରିବେଶକୁ ଭଲ ପାଉଥିବା ସହରର ରାଜା ବଗିଚା ପଡାର ସନ୍ତୋଷିନୀ ନନ୍ଦ । ଘର ଛାତର ଅଳ୍ପ କିଛି ଯାଗାରେ ଏହି ସୁନ୍ଦର ବଗିଚାଟି ସୃଷ୍ଟି କରିଛନ୍ତି ସନ୍ତୋଷିନୀ । ବୃତ୍ତିରେ ସେ ଜଣେ ଶିକ୍ଷୟିତ୍ରୀ ହେଲେ ବି ନିଶା ତାଙ୍କର ଗଛ ଲଗାଇବା । ଅଧିକ ପଢନ୍ତୁ...

ଛାତ ଉପରେ ସୁନ୍ଦର ବଗିଚା
ଛାତ ଉପରେ ସୁନ୍ଦର ବଗିଚା
author img

By

Published : Mar 11, 2021, 5:22 PM IST

ସୁବର୍ଣ୍ଣପୁର: ଚାଷ ଜମିରେ ସବୁପ୍ରକାର ଫସଲ ଚାଷ କରାଯାଇଥାଏ । ଏକଥା ତ ସମସ୍ତଙ୍କୁ ଜଣା । କିନ୍ତୁ ଥରେ ଚିନ୍ତା କଲେ ଯଦି ସହରରେ ଘର କରି ରହୁଥିବେ, ଆଉ ଘର ଛାତ ଉପରେ ଭଳିକି ଭଳି ପନିପରିବା ଆଉ ଫୁଲଗଛ ଲାଗିଥିବ । ଆଉ ସନ୍ଧ୍ୟା ହେଲେ ମହମହ ପବନ ସହ ସେସବୁ ଖୁବ୍ ଆକର୍ଷଣୀୟ ଲାଗୁଥିବେ । ଏହା ମାନସିକ ଶାନ୍ତି ପ୍ରଦାନ କରେ। ଏହିପରି ସୁବର୍ଣ୍ଣପୁର ସହରର ରାଜା ବଗିଚା ଅଞ୍ଚଳରେ ରହୁଥିବା ଜଣେ ଶିକ୍ଷୟିତ୍ରୀଙ୍କ ନିଆରା ସଉକ ।

ଛାତ ଉପରେ ସୁନ୍ଦର ବଗିଚା

ଇଚ୍ଛା ଓ କିଛି କରିବାର ମନୋବୃତ୍ତି ଥିଲେ ନିଜର ସଉକ ନିଶାରେ ପରିଣତ ହୋଇଯାଏ । ଏହିପରି ଏକ ନିଆରା ସଉକ ରଖିଛନ୍ତି ପରିବେଶକୁ ଭଲ ପାଉଥିବା ସହରର ରାଜା ବଗିଚା ପଡାର ସନ୍ତୋଷିନୀ ନନ୍ଦ । ଘର ଛାତର ଅଳ୍ପ କିଛି ଯାଗାରେ ଏହି ସୁନ୍ଦର ବଗିଚାଟି ସୃଷ୍ଟି କରିଛନ୍ତି ସନ୍ତୋଷିନୀ । ବୃତ୍ତିରେ ସେ ଜଣେ ଶିକ୍ଷୟିତ୍ରୀ ହେଲେ ବି ନିଶା ତାଙ୍କ ଗଛ ଲଗାଇବା ।

ସହରରେ ଯାଗାର ଅଭାବ । ଏଥିପାଇଁ ଗଛ ଲଗାଇବା ସଉକ ଜାରି ରଖିବାକୁ ନିଜ ଘର ଉପର ଛାତକୁ ବାଛିଥିଲେ ବଗିଚା କରିବା ପାଇଁ । ଛାତ ଉପରେ ସେ କରିଛନ୍ତି ଫୁଲ ଓ ଔଷଧୀୟ ବଗିଚା ତଥା କିଚେନ ଗାର୍ଡେନ । ଛାତ ଉପରେ ଶୋଭା ପାଉଛି ଜୁଇ, ମଧୁମାଳତୀ, ଗୋଲାପ, ଟଗର, ଚମ୍ପା ଆଦି ଅନେକ ଫୁଲ ଗଛ ।

କିଚେନ ଗାର୍ଡେନରେ ଅଛି ବାଇଗଣ, ଟମାଟୋ, ଲେମ୍ବୁ, ସଜନା, ଲଙ୍କା, କଲରା ଓ ବିଭିନ୍ନ ପ୍ରକାର ଶାଗ । ଖାଲି ଫୁଲ କି ଫଳ ନୁହେଁ ଔଷଧୀୟ ଗଛ ମଧ୍ୟ ତାଙ୍କର ଛାତ ଉପର ବଗିଚାର ଶୋଭା ବର୍ଦ୍ଧନ କରୁଛନ୍ତି । ବଚ, ଧନ୍ମନ୍ତରୀ, ଅଁଳା, ଗଙ୍ଗଶିଉଳି ଆଦି ଗଛ ପାଇଁ ସତେ ଯେମତି ସର୍ମପିତ ଏହି ଶିକ୍ଷୟିତ୍ରୀ ।

ତାଙ୍କ ସ୍ବାମୀ ଶିକ୍ଷକ ଭରତ ମହାପାତ୍ର ବି ତାଙ୍କର ନିଆରା ସଉକରେ ସାଥୀ ବନିଛନ୍ତି । ରଙ୍ଗ ବେରଙ୍ଗର ଫୁଲ ବଗିଚା । ଏହି ସୁନ୍ଦର ବଗିଚା ଛାତକୁ ସୁନ୍ଦର କରିବା ସହ ଜଳବାୟୁ ସ୍ବଚ୍ଛ ଓ ନିର୍ମଳ ରଖିପାରୁଛି । ତାଙ୍କ ଏହି ନିଆରା ସଉକ ଦେଖି ପାଖ ପଡୋଶୀ ନିଜ ଛାତ ଉପରେ ବଗିଚା ଆରମ୍ଭ କରି ଦେଲେଣି । ନିଜ ଛାତ ଉପରେ ଥିବା ବଗିଚାରୁ ଲୋକଙ୍କୁ ମାଗଣାରେ ଫୁଲ ଗଛ ଚାରା ବି ଲୋକଙ୍କୁ ଦିଅନ୍ତି ସନ୍ତୋଷିନୀ।

ପରିବେଶ ସଚେତନତା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ବାରା ସମ୍ମାନିତ ହୋଇ ସାରିଛନ୍ତି । ତାଙ୍କ ଦ୍ବାରା ସୃଷ୍ଟି ବଗିଚା ପାଇଁ ହରଡଖୋଲ ସ୍କୁଲକୁ ମିଳିଥିଲା ପ୍ରକୃତି ମିତ୍ର ପୁରସ୍କାର । ସାଗରପାଲି ସ୍କୁଲକୁ ମିଳିଥିଲା ଉତ୍କର୍ଷ ପୁରସ୍କାର । ସନ୍ତୋଷିନୀ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ତାଙ୍କ ବଗିଚାକୁ ଦେଖି ସହରର ବହୁ ମହିଳା ଛାତରେ ସବୁଜିମା ଭରିବା ପାଇଁ ଅଣ୍ଟା ଭିଡିଲେଣି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.