ETV Bharat / state

ନାଗାର୍ଜୁନ ବେଶ ପାଇଁ ସୁବର୍ଣ୍ଣପୁରରୁ ସଂଗ୍ରହ ହେବ ସଜ ତୁଳସୀ - ନାଗାର୍ଜୁନ ବେଶ

ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଆଗାମୀ 27 ତାରିଖରେ ହେବାକୁ ଯାଉଛି । ତେବେ ମହାପ୍ରଭୁଙ୍କୁ ଲାଗିବାକୁ ଯାଉଥିବା ସଜ ତୁଳସୀ ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

Tulsi leaves collected from Subarnapur jagannath temple for Nagarjuna form of lord jagannath
ନାଗାର୍ଜୁନ ବେଶ ପାଇଁ ସୁବର୍ଣ୍ଣପୁରରୁ ସଂଗ୍ରହ ହେବ ସଜ ତୁଳସୀ
author img

By

Published : Nov 22, 2020, 12:29 PM IST

ସୁବର୍ଣ୍ଣପୁର: ଆସନ୍ତା 27 ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପୂର୍ବ ନାଗାର୍ଜୁନ ବେଶ ପାଇଁ ସଜ ତୁଳସୀ ପତ୍ର ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଲାଗି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଥିବା ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ଏକ ରଥ ବାହାର କରି ତୁଳସୀ ପତ୍ର ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ନାଗାର୍ଜୁନ ବେଶ ପାଇଁ ସୁବର୍ଣ୍ଣପୁରରୁ ସଂଗ୍ରହ ହେବ ସଜ ତୁଳସୀ

ସୁବର୍ଣ୍ଣପୁର ଜିଲ୍ଲାରେ 1230 ମସିହାରେ ନିର୍ମିତ ହୋଇଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ସର୍ବ ପୁରାତନ ମନ୍ଦିର ସହିତ ପୁରୀ ଶ୍ରୀମନ୍ଦିର ସଂପର୍କ ରହିଛି । ଏଥିଲାଗି ତୁଳସୀ ରଥ ପରିକ୍ରମା କରି ସଜ ଫୁଲ ତୁଳସୀ ସଂଗ୍ରହ କରି ଶ୍ରୀକ୍ଷେତ୍ର ନେବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ କୋରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ଶ୍ରଦ୍ଧାଳୁମାନଙ୍କୁ ବଞ୍ଚିତ କରିଛନ୍ତି ।

ଶ୍ରଦ୍ଧାଳୁମାନେ ମନ୍ଦିରରେ ମହାପ୍ରଭୁଙ୍କୁ ନାଗାର୍ଜୁନ ବେଶରେ ଦେଖି ନ ପାରିଲେ ମଧ୍ୟ ଶ୍ରଦ୍ଧା ସହିତ ପଠାଇଥିବା ତୁଳସୀ ପତ୍ର ମହାପ୍ରଭୁଙ୍କ ନିକଟରେ ପହଞ୍ଚାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ଏହି ତୁଳସୀ ରଥ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆସନ୍ତା 26 ତାରିଖରେ ତୁଳସୀ ରଥ ସଜ ଫୁଲ ତୁଳସୀକୁ ଶ୍ରଦ୍ଧାଳୁ ଓ ଅନ୍ୟ ସ୍ଥାନରୁ ସଂଗ୍ରହ କରି ଶ୍ରୀକ୍ଷେତ୍ର ବାହାରିବା ପାଇଁ ବିନିକା ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.