ETV Bharat / state

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂଘର ବିକ୍ଷୋଭ - subarnapur district news

ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ସମସ୍ୟା ଓ ଦାବି ନେଇ ଅଭିଯୋଗ ରଖିଲା ସଂଘ । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂଘ ବିକ୍ଷୋଭ

author img

By

Published : Aug 9, 2021, 7:14 PM IST

ସୁବର୍ଣ୍ଣପୁର : ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । 2004 ମସିହାରୁ ଜିଲ୍ଲା ସଂଘ ପକ୍ଷରୁ ନକଲି ଆଦିବାସୀଙ୍କୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ,ରାଜ୍ୟ ସରକାର ଓ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରାଯାଇଛି । ତେବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଅଭିଯୋଗ କରି ଆଜି ଜିଲ୍ଲା ସଂଘର ସଭାପତି ଯୋଗେନ୍ଦ୍ର ଭୋଇଙ୍କ ନେତୃତ୍ବରେ ଏହି ଆନ୍ଦୋଳନରେ ଆଦିବାସୀ ସମ୍ପ୍ରଦାୟର ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସଂଘର ଅଭିଯୋଗ ଅନୁସାରେ, ନକଲି ଆଦିବାସୀ ବା ଅଣଆଦିବାସୀମାନେ ଏଯାଏଁ ବିଭିନ୍ନ ସରକାରୀ ଚାକିରି କରିବା ସହ ଆଦିବାସୀଙ୍କ ପାଇଁ ପ୍ରଯୁଜ୍ୟ ଅନ୍ୟାନ୍ୟ ସ୍ବତନ୍ତ୍ର ଅଧିକାର ମଧ୍ୟ ଭୋଗ କରୁଛନ୍ତି । ସେହିପରି କିଛି ନକଲି ଆଦିବାସୀ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ସ୍ଥଗିତାଦେଶ ଆଣି ଆଦିବାସୀଙ୍କ ହକ ଓ ଅଧିକାର ଉପଭୋଗ କରୁଥିବା କରୁଥିବା ଅଭିଯୋଗ କରିଛି ସଂଘ । ଏନେଇ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ଜିଲ୍ଲା ପ୍ରଶାସନ ନ୍ୟାୟାଳୟଙ୍କ ସ୍ଥଗିତାଦେଶ ଉଠାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି ।

ବିଭିନ୍ନ ଦାବି ନେଇ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂଘ ବିକ୍ଷୋଭ

ସେହିପରି ଜିଲ୍ଲାର ଆଦିବାସୀମାନଙ୍କୁ ଅନ୍ୟାୟ ଅତ୍ୟାଚାର ମୁକ୍ତ ରଖିବା ,ସାମାଜିକ ,ରାଜନୈତିକ ଓ ସାଂସ୍କୃତିକ ଅଧିକାରର ସୁରକ୍ଷା ସହ ଆଦିବାସୀଙ୍କ ଅର୍ଥନୈତିକ ବିକାଶ ଦିଗରେ ଧ୍ୟାନ ଦେବା ପାଇଁ ମଧ୍ୟ ଦାବି କରିଛି ସଂଘ। ସଂଘର ଅନ୍ୟ ଦାବି ଗୁଡିକ ମଧ୍ୟରେ,ଜିଲ୍ଲା ସଦର ମହକୁମାରେ ଏକ ଆଦିବାସୀ ଭବନ ନିର୍ମାଣ, ଆଦିବାସୀ ଜନଜାତି କମିଶନ ଗଠନ କରି ଆଦିବାସୀଙ୍କ ଅଧିକାରକୁ ସୁରକ୍ଷା, କଲ୍ୟାଣ ପାଇଁ ଜମି ,ଜଙ୍ଗଲ,ଜଳର ଅଧିକାର ପ୍ରଦାନ କରିବା ସହ ସେମାନଙ୍କ ଅର୍ଥନୈତିକ ବିକାଶ ପାଇଁ ଚାଲିଥିବା ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.