ETV Bharat / state

ତହସିଲଦାରଙ୍କ ବିରୋଧରେ ଟ୍ରାକ୍ଟର ସଂଘର ବିକ୍ଷୋଭ - ସୁବର୍ଣ୍ଣପୁର ଜିଲ୍ଲାର ଟ୍ରାକ୍ଟର ସଂଘର ବିକ୍ଷୋଭ

ସୁବର୍ଣ୍ଣପୁର ଜିଲ୍ଲାର ତରଭା ତହସଲଦାରଙ୍କ ମନମୁଖୀ ଶାସନ ବିରୋଧରେ ଗର୍ଜିଲା ଟ୍ରାକ୍ଟର ସଂଘ । ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ଟ୍ରାକ୍ଟର । ପଢନ୍ତୁ ଅଧିକ....

ତହସିଲଦାରଙ୍କ ବିରୋଧରେ ଟ୍ରାକ୍ଟର ସଂଘର ବିକ୍ଷୋଭ

author img

By

Published : Nov 17, 2020, 5:35 PM IST

ସୁବର୍ଣ୍ଣପୁର: ଜିଲ୍ଲାର ତରଭା ତହସିଲଦାରଙ୍କ ମନମୁଖୀ ଶାସନ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଟ୍ରକ ମାଲିକ ସଂଘ । ସ୍ଥାନୀୟ ସୁଖତେଲ୍ ନଦୀର ଘାଟକଇଁତରା ବାଲିଘାଟର ନିଲାମ ଦାବି ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ତା ସହ ସଂପୃକ୍ତ ତହସିଲଦାର ଗତକାଲି ଭିଜିଲାନ୍ସ ଜାଲରେ ପଡିଥିବାବେଳେ ସେ ବେଆଇନ ଭାବେ ଲାଞ୍ଚ କାରବାର କରୁଥିବା ଅଭିଯୋଗ ହୋଇଛି ।

ତହସିଲଦାରଙ୍କ ବିରୋଧରେ ଟ୍ରାକ୍ଟର ସଂଘର ବିକ୍ଷୋଭ

ତହସିଲଦାରଙ୍କ ସମୟରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଟ୍ରାକ୍ଟର ମାଲିକମାନେ ଦାବି କରିଛନ୍ତି । ସ୍ଥାନୀୟ ନୁଆଁପଡା ଛକରୁ ଶତାଧିକ ଟ୍ରାକ୍ଟର ନେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରାକ୍ଟର ରଖି ମାଲିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବାଲିଘାଟ ନିଲାମ ନେଇ ଜିଲ୍ଲାପାଳ ମନୀଷା ବନାର୍ଜୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାର ତ୍ରିପୁର ମହାନନ୍ଦଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ନେଇଁ ଚେତାବନୀ ଦେଇଛି ଟ୍ରାକ୍ଟର ସଂଘ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.