ETV Bharat / state

ସୁବର୍ଣ୍ଣପୁରରେ ଅଖିମୁଠି ଅନୁକୂଳ କଲେ ଜିଲ୍ଲାପାଳ

ଆଜି (ମଙ୍ଗଳବାର) ଅକ୍ଷୟ ତୃତୀୟା । ଏହି ଅବସରରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ସଦର କୃଷି ବିଜ୍ଞାନ କେନ୍ଦ୍ରରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇ ଅଖିମୁଠି ଅନୁକୂଳ କରାଯାଇଛି ।

author img

By

Published : May 7, 2019, 12:34 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଆଜି (ମଙ୍ଗଳବାର) ଅକ୍ଷୟ ତୃତୀୟା । ଏହି ଅବସରରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ସଦର କୃଷି ବିଜ୍ଞାନ କେନ୍ଦ୍ରରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇ ଅଖିମୁଠି ଅନୁକୂଳ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ମା’ ଲକ୍ଷ୍ମୀଙ୍କ ପୂଜା ଆରାଧନା କରାଯାଇ ସଂକୀର୍ତ୍ତନ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ଙ୍କୁ ଆରାଧନା କରିବା ସହିତ ଧାନ ବୁଣିଥିଲେ । ଏହା ସହ ଏଠାରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି ।

କୃଷି ଉପ ନିର୍ଦ୍ଦେଶକ କୃଷକମାନଙ୍କୁ ଚଳିତ ବର୍ଷ ପାଇଁ କୃଷି ପରାମର୍ଶ ଦେବା ସହିତ ରୋଗ ପୋକ, ଜଳସେଚନ, ଜୈବିକ ଖତ ପ୍ରୟୋଗ ଆଦି ବିଷୟ ସଂପର୍କରେ ଆଲୋଚନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.