ETV Bharat / state

ସ୍ଥାୟୀ ପଟ୍ଟା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

author img

By

Published : Jul 14, 2021, 6:41 PM IST

ଦୀର୍ଘ 40 ବର୍ଷ ଧରି ସରକାରୀ ଜମିରେ ବାସବାସ କରିଆସୁଛନ୍ତି ଗାଁ ଲୋକେ । ହେଲେ ସଦର ବିଡିଓ ଅଫିସ ପକ୍ଷରୁ ଏମାନଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଜାରି ହୋଇଛି । ଏନେଇ ସ୍ଥାୟୀ ପଟ୍ଟା ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ...

ସ୍ଥାୟୀ ପଟ୍ଟା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ସ୍ଥାୟୀ ପଟ୍ଟା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ଜିଲ୍ଲା ସଦର ବ୍ଲକ ଅଧିନ ଖାରୀ ପଞ୍ଚାୟତ ଘଣ୍ଟପାଲି ଗାଁ ଲୋକେ ସରକାରୀ ଜମିର ସ୍ଥାୟୀ ପଟ୍ଟା ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ଏହି ଗାଁର ପ୍ରାୟ ଦେଢ ଶହ ପରିବାର ଦୀର୍ଘ 40 ବର୍ଷରୁ ଅଧିକ ହେଲା ଘଣ୍ଟପାଲି ଗାଁରେ ସରକାରୀ ଜମି ଉପରେ ବସବାସ କରି ଆସୁଛନ୍ତି ।

ଏପରିକି ଏମାନଙ୍କ ପାଇଁ ସରକାର ଅଙ୍ଗନଓ୍ବାଡି କେନ୍ଦ୍ର, ସ୍କୁଲ, ରାସ୍ତା, ପାଣି ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ହେଲେ ଗତ କିଛି ଦିନ ହେଲା ସଦର ବିଡିଓ ଅଫିସ ପକ୍ଷରୁ ଏମାନଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ କରିଛନ୍ତି । ସେହି ଗାଁରେ ପ୍ରାୟ ସମସ୍ତ ଲୋକ ସରକାରୀ ଯାଗାରେ ରହି ଆସୁଥିବାବେଳେ ଦୀର୍ଘ ଦିନ ହେଲା ଏମାନେ ସରକାରଙ୍କୁ ସ୍ଥାୟୀ ପଟ୍ଟା ପାଇଁ ଦାବି କରି ଆସୁଛନ୍ତି ।

ସେପଟେ ସ୍ଥାୟୀ ପଟ୍ଟା ନ ହେବା ଯୋଗୁଁ ଏମାନେ ସରକାରଙ୍କ ଆବାସ ଯୋଜନାରେ ସାମିଲ ହୋଇ ପାରୁ ନାହାନ୍ତି । ସରକାର ଚାରିଆଡେ ଜବର ଦଖଲକାରୀଙ୍କୁ ସ୍ଥାୟୀ ପଟ୍ଟା ଦେଇ ଆସୁଥିବାବେଳେ ଘଣ୍ଟପାଲି ଗ୍ରାମବାସୀଙ୍କୁ ଅବହେଳା କରାଯାଉଛି ବୋଲି ଅଭିଯୋଗ କରି ତୁରନ୍ତ ସ୍ଥାୟୀ ପଟ୍ଟା ଦେବାକୁ ଦାବି କରିଛନ୍ତି ।

ଏନେଇ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.