ETV Bharat / state

ପିତାଙ୍କ ପଥରେ ନବୀନ ! କ୍ୟାବିନେଟରେ ସୁବର୍ଣ୍ଣପୁର

ବିଜୁବାବୁଙ୍କ ସୋନପୁରିଆଙ୍କ ପ୍ରତି ଭଲପାଇବା କିଏ ବା ନଜାଣେ । ଆଉ ଏବେ ଜିଲ୍ଲାକୁ ଦୁଇ ଦୁଇଟା କ୍ୟାବିଟେନ ପାହ୍ୟା ଦେଇଛନ୍ତି ନବୀନ । କହିବାକୁ ଚାହିଁଛନ୍ତି, ତାଙ୍କର ବି ରହିଛି ସୋନପୁରିଆ ପ୍ରେମ ।

author img

By

Published : May 29, 2019, 10:59 AM IST

Updated : May 29, 2019, 12:00 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୋନପୁର: ଏ ଜିଲ୍ଲା କେବେ ସୋନପୁର ଥିଲା । ହେଲେ ମୁଁ ଏହାକୁ ସୁବର୍ଣ୍ଣପୁର କରିବି । ତତକାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଏ ଥିଲା ସୋନପୁରବାସୀଙ୍କ ପାଇଁ ଏକ ସନ୍ଦେଶ । ସେବେଠୁ ସୋନପୁର ହୋଇଥିଲା ସୁବର୍ଣ୍ଣପୁର । ବିଜୁବାବୁ ଯେ ସୋନପୁରିଆ ଲୋକଙ୍କୁ ବହୁତ ଭଲ ପାଆନ୍ତି, ଏମିତି କିଛି ବାର୍ତ୍ତା ଆସିଥିଲା । ଆଉ ଆଜି ଜିଲ୍ଲାକୁ ଦୁଇ ଦୁଇଟା ମନ୍ତ୍ରୀ ଦେଇ ପିତାଙ୍କ ପଥ ଅନୁସରଣ କରିଛନ୍ତି ନବୀନ ।

ଆଜି ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ବିଜେଡି ସୁପ୍ରିମୋ । ତାଙ୍କ ସହ ଅନ୍ୟ 20ଜଣ ମନ୍ତ୍ରୀ ବି ଶପଥ ନେଇଛନ୍ତି । 11କ୍ୟାବିନେଟ ଓ 9 ରାଷ୍ଟ୍ରମନ୍ତ୍ରୀ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସୁବର୍ଣ୍ଣପୁରର ସମସ୍ତ ବିଧାୟକଙ୍କୁ ମିଳିଛି ମନ୍ତ୍ରୀପଦ । ତାହାପୁଣି କ୍ୟାବିନେଟ ପାହ୍ୟା । ଯାହାକୁ ନେଇ ଚର୍ଚ୍ଚା ସରଗରମ । ବିଜୁବାବୁଙ୍କ ଭଳି ନବୀନ ବି ଦେଲେ ସୁବର୍ଣ୍ଣପୁରବାସୀଙ୍କୁ ଗୁରୁତ୍ବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜିଲ୍ଲାରେ ରହିଛି 2 ନିର୍ବାଚନ ମଣ୍ଡଳୀ । ସୋନପୁର ଓ ବୀରମହାରାଜପୁର । ବିଜୁବାବୁଙ୍କ ଖୁବ ନିକଟତର ଥିବା ଦିବଙ୍ଗତ ନେତା କୁନ୍ଦୁରୁ କୁଶଳଙ୍କ ଜିଲ୍ଲା । ଏବେ ସୋନପୁରରୁ ପ୍ରତିନିଧିତ୍ବ କରୁଛନ୍ତି ନିରଞ୍ଜନ ପୁଜାରୀ । ବିରମହାରାଜପୁରରୁ ପଦ୍ମନାଭ ବେହେରା । ନିରଞ୍ଜନ ପୂର୍ବରୁ ମନ୍ତ୍ରୀ ଓ ବାଚସ୍ପତି ରହିସାରିଛନ୍ତି । ସେପଟେ ପଦ୍ମନାଭ ବି ଉଭୟ ବିଜୁବାବୁ ଓ ନବୀନ ସରକାରରେ ମନ୍ତ୍ରୀ ରହିସାରିଛନ୍ତି । ଉଭୟ ନେତାକୁ ଏବେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଦେଇଛନ୍ତି ନବୀନ ।

ନିରଞ୍ଜନ ଲଗାତାର ପଞ୍ଚମଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । 2000 ଓ 2004ରେ ବିନିକାରୁ ଏବଂ ନୂତନ ନିର୍ବାଚନ ମଣ୍ଡଳୀ ହେବା ପରେ 2009, 2014 ଏବଂ 2019ରେ ସୁବର୍ଣ୍ଣପୁରରୁ । ସାଙ୍ଗଠନିକ ଦକ୍ଷତାରେ ସେ ଧୁରନ୍ଧର । ଅନ୍ୟପଟେ ପଦ୍ମନାଭ ବେହେରା ବି ପଞ୍ଚମଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । 1990ରେ ଫୁଲବାଣୀରୁ ପ୍ରଥମକରି ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ସେ । ଆସୁଆସୁ ବିଜୁବାବୁଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିଲା । 1998 ଓ 1999ରେ ସେତେବେଳର ଫୁଲବାଣୀ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । 2004ରେ ପୁଣି ଫୁଲବାଣୀ ବିଧାନସଭା ଆସନରୁ ନିର୍ବାଚିତ ହୋଇ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ ପଦ୍ମନାଭ । ହେଲେ କନ୍ଧମାଳ ଜିଲ୍ଲାରେ ଜାତିଆଣ ଦଙ୍ଗା ପାଇଁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା ହେବାକୁ ପଡିଥିଲା ।

ପରେ ନୂତନ ନିର୍ବାଚନମଣ୍ଡଳୀ ହେବାପରେ ବୀରମହାରାଜପୁରରେ ଦଳ ତାଙ୍କୁ ଥଇଥାନ କରିଥିଲା । 2009, 2014 ଏବଂ 2019 ହ୍ୟାଟ୍ରିକ ବିଜୟୀ ହୋଇଛନ୍ତି ପଦ୍ମନାଭ । ଆଉ ଶେଷରେ ପୁଣିଥରେ ନବୀନଙ୍କ କ୍ୟାବିନେଟକୁ ଏଣ୍ଟ୍ରି ମିଳିଛି ।

ଜିଲ୍ଲାରେ ଦୁଇ ନିର୍ବାଚନମଣ୍ଡଳୀ । ମନ୍ତ୍ରୀ ବି ଦୁଇ । ତାହା ପୁଣି କ୍ୟାବିନେଟ ପାହ୍ୟା । ଏଥର ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସୁବର୍ଣ୍ଣପୁର ଏକମାତ୍ର ଜିଲ୍ଲା, ଯେଉଁ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ମିଳିଛି ମନ୍ତ୍ରୀ ପଦ । ଯାହାକୁ ନେଇ ଗଦଗଦ ସୋନପୁରିଆ । ଏଥର ଜିଲ୍ଲାର ବିକାଶ ହେବ ଆଉ ସୋନପୁରରୁ ସୁବର୍ଣ୍ଣପୁରର ଉପଲବ୍ଧି ଲୋକେ ଜାଣିପାରିବେ ବୋଲି ସୁବର୍ଣ୍ଣପୁରବାସୀଙ୍କ ବିଶ୍ବାସ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

ryu

Conclusion:
Last Updated : May 29, 2019, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.