ETV Bharat / state

ବନ୍ୟା ଭୟରେ ମହାନଦୀ କୂଳିଆ ଲୋକେ ଆତଙ୍କିତ, ଆଡିବନ୍ଧ ନିର୍ମାଣ ଦାବି - river bridge demand

ସୁବର୍ଣ୍ଣପୁର ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ମହାନଦୀ ଆଡିବନ୍ଧ ନିର୍ମାଣରେ ପ୍ରଶାସନ ଯତ୍ନବାନ ହେଉନଥିବା ଅଭିଯୋଗ ହେଉଛି । ବର୍ଷା ଦିନ ଆସିଯାଇଥିବାରୁ ବଢି ଆଶଙ୍କାରେ ମହାନଦୀ କୂଳିଆ ଲୋକେ ଭୟଭୀତ ହୋଇପଡିଛନ୍ତି । ଅଧିକ ପଢନ୍ତୁ...

ବଢି ଭୟରେ ମହାନଦୀ କୂଳିଆ ଲୋକେ ଆତଙ୍କିତ, ଆଡିବନ୍ଧ ନିର୍ମାଣ ଦାବି
ବଢି ଭୟରେ ମହାନଦୀ କୁଳିଆ ଲୋକେ ଆତଙ୍କିତ, ଆଡିବନ୍ଧ ନିର୍ମାଣ ଦାବି
author img

By

Published : Jun 28, 2021, 8:15 PM IST

ସୁବର୍ଣ୍ଣପୁର: ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ମହାନଦୀ ଆଡିବନ୍ଧ ନିର୍ମାଣରେ ପ୍ରଶାସନ ଯତ୍ନବାନ ହେଉନଥିବା ଅଭିଯୋଗ ହେଉଛି । ବର୍ଷା ଦିନ ଆସିଯାଇଥିବା ବେଳେ ଏବେ ମହାନଦୀ ବଢି ଯୋଗୁଁ ମହାନଦୀ କୂଳିଆ ଲୋକେ ଭୟଭୀତ ହୋଇପଡିଛନ୍ତି । ମହାନଦୀର ବଢି ପାଣି ଅନେକ ଯାଗାରେ କୂଳ ଲଙ୍ଘିି ଅନେକ ଗାଁକୁ ପଶି ଯାଉଥିବାବେଳେ ନଦୀ କୂଳିଆ ଚାଷଜମି ବ୍ୟାପକ ଭାବେ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛି ।

ବଢି ଭୟରେ ମହାନଦୀ କୂଳିଆ ଲୋକେ ଆତଙ୍କିତ, ଆଡିବନ୍ଧ ନିର୍ମାଣ ଦାବି

ତେବେ ଆବଶ୍ୟକ ଯାଗାରେ ନଦୀବନ୍ଧ ନିର୍ମାଣ କରିବା ପାଇଁ ଦାବି ହେଉଛି । ହେଲେ ଅନେକ ଯାଗାରେ ଠିକାଦାରଙ୍କୁ ସୁହାଇବା ପରି ଯାଗାରେ ଆଡିବନ୍ଧ ନିର୍ମାଣ କରାଯାଉଥିବାରୁ ତାହା ଲୋକଙ୍କ କାର୍ଯ୍ୟରେ ଆସିପାରୁ ନଥିବା ଅଭିିଯୋଗ ହେଉଛି । ମହାନଦୀ କୂଳିଆ ଲୋକେ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଥିବାବେଳେ ଦିନକୁ ଦିନ ଅନେକ ଗାଁ ଓ ଚାଷଜମି ମହାନଦୀ ଗର୍ଭରେ ଲୀନ ହେଉଛି ।

ବଢି ଯୋଗୁଁ ଲୋକେ ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହେଉଛନ୍ତି । ତେବେ ଆଡିବନ୍ଧ ନିର୍ମାଣ କାର୍ଯ୍ୟ ଜଳସେଚନ ବିଭାଗ କରୁଥିବାବେଳେ ପ୍ରତିବର୍ଷ ଯାଗା ଚିହ୍ନଟ କରାଯାଇ ପର୍ଯ୍ୟାୟ କ୍ରମେ ମହାନଦୀର ସୁରକ୍ଷା ଦେବା ସହିତ ଆଡିବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଥିବା ଜିଲ୍ଲାପାଳ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.