ETV Bharat / state

ବଳିଯାତ୍ରାରେ ଷୋହଳ ଭର୍ଣ୍ଣି ବାଦ୍ୟରେ ଝୁମିଲା ସୁବର୍ଣ୍ଣପୁର - ବଳିଯାତ୍ରା ମହୋତ୍ସବ

ଷୋହଳ ଭର୍ଣ୍ଣି ବାଦ୍ୟରେ ପ୍ରକମ୍ପିତ ହେଲା ବଳିଯାତ୍ରା ମହୋତ୍ସବ । ଶହ ଶହ ବର୍ଷ ଧରି ଅନୁଷ୍ଠିତ ହେଉଥିବା ବଳିଯାତ୍ରାରେ ରହିଛି ଅଷ୍ଟଧାତୁରେ ନିର୍ମିତ ଚେପଟା ଢୋଲର ବିଶେଷ ମାହାତ୍ମ୍ୟ । ଅଧିକ ପଢ଼ନ୍ତୁ ...

ବଳିଯାତ୍ରାରେ ଷୋହଳ ଭର୍ଣ୍ଣି ବାଦ୍ୟର ସ୍ବତନ୍ତ୍ରତା
author img

By

Published : Oct 9, 2019, 11:38 PM IST

ସୁବର୍ଣ୍ଣପୁର: ଷୋହଳ ଭର୍ଣ୍ଣି ବାଦ୍ୟର ତାଳେ ତାଳେ ଝୁମି ଉଠିଥିଲା ସୁବର୍ଣ୍ଣପୁର ସହର । ସୁବର୍ଣ୍ଣପୁରର ତନ୍ତ୍ର ପୂଜାରେ ବାଜେ ଏହି ବାଦ୍ୟ । ବଳିଯାତ୍ରାରେ ଷୋହଳ ଭର୍ଣ୍ଣି ବାଦ୍ୟର ତାଳରେ ଉଦଣ୍ଡ ନୃତ୍ୟ କରେ ବଳୀ । ଆଉ ଏଥିରେ ବ୍ୟବହାର ହୋଇଥାଏ ମହିମାମୟ ଚେପଟା ଢୋଲ ।

ବଳିଯାତ୍ରାରେ ଷୋହଳ ଭର୍ଣ୍ଣି ବାଦ୍ୟର ସ୍ବତନ୍ତ୍ରତା

ଖମ୍ବେଶ୍ବରୀ ମନ୍ଦିରରେ ଶହ ଶହ ବର୍ଷ ଧରି ରହି ଆସିଛି ଏହି ଚେପଟା ଢ଼ୋଲ । ଅଷ୍ଟଧାତୁରେ ନିର୍ମିତ ଏହି ଢୋଲକୁ ପାରଳା ଖେୁମଣ୍ଡି ରାଜଜେମା ବିବାହ ବେଳେ ଯୌତୁକରେ ଆଣିଥିଲେ । କିଛି ବର୍ଷ ପରେ ଢୋଲଟି ଭାଙ୍ଗି ଯିବାରୁ ଏହାକୁ ମହାନଦୀରେ ବିସର୍ଜିତ କରାଯାଇଥିଲା । କିନ୍ତୁ କିଛିଦିନ ପରେ ଏହା କୂଳରେ ଲାଗିଥିବାର ଦେଖିବାକୁ ମିଳିଲା । ଯାହାପରେ ରାଜା ସୁଧାଂଶୁ ଶେଖର ଏହାକୁ ପୁନଃ ନିର୍ମାଣ କରାଇଥିଲେ ।

ବଳିଯାତ୍ରା ସମୟରେ ଦେବୀଙ୍କ ଆଗରେ ଚେପଟା ଢୋଲ ଉପରେ ମହାବଳୀ ସବାର ହୋଇ କଳା ଓ ଧଳା ଛତ୍ର ଧରି ଉଦଣ୍ଡ ନୃତ୍ୟ କରେ । ଢୋଲର ଗୁରୁଗମ୍ଭୀର ଧ୍ଵନି ସହିତ ମାଲେଶ୍ରୀ ରାଗରେ ପ୍ରକମ୍ପିତ ହୁଏ ଚତୁର୍ଦିଗ । ଅନନ୍ୟ ଓ ଅପୂର୍ବ ଶ୍ରୁତିମଧୁର ଷୋହଳ ଭର୍ଣ୍ଣି ବାଦ୍ୟ ଧ୍ଵନିରେ ଖାଲି ବଳୀ କାହିଁକି, ଶ୍ରଦ୍ଧାଳୁଙ୍କ ଦେହ ମନରେ ମଧ୍ୟ ଶିହରଣ ସୃଷ୍ଟି ହୁଏ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଷୋହଳ ଭର୍ଣ୍ଣି ବାଦ୍ୟ । ଶୁଣିଲେ ଦେହ ମନ ଶିହରି ଉଠେ ।ସୁବର୍ଣ୍ଣପୁରର ତନ୍ତ୍ର ପୂଜାରେ ବାଜେ ଏହି ବାଦ୍ୟ ।ବଳିଯାତ୍ରାରେ ଷୋହଳ ଭର୍ଣ୍ଣି ବାଦ୍ୟର ତାଳେ ତାଳେ ବଳୀ ଉଦଣ୍ଡ ନୃତ୍ୟ କରେ ।ଆଉ ଏଥିରେ ବ୍ୟବହାର ହୋଇଥାଏ ମହିମାମୟ ଚେପଟା ଢୋଲ । ଭିଓ 1 ସୁବର୍ଣ୍ଣପୁରର ଖମ୍ବେଶ୍ୱରୀ ମନ୍ଦିର ।ଦେବୀ ଆଗରେ ଚେପଟା ଢୋଲ ଉପରେ ସବାର ମହାବଳୀ ।ବାଦ୍ୟର ତାଳେ ତାଳେ କଳା ଓ ଧଳା ଛତ୍ର ଧରି ଉଦଣ୍ଡ ନୃତ୍ୟ କରୁଛି।ଅଷ୍ଟ ଧାତୁରେ ତିଆରି ଚେପଟା ଢୋଲର ବାଦ୍ୟରେ ଦେବୀ ପ୍ରକଟିତ ହୋଇଛନ୍ତି ବରୁଆ ଦେହରେ ।ତନ୍ତ୍ର ପଦ୍ଧତିରେ ରାଜ ପୁରୋହିତ ବରୁଆକୁ ମନ୍ତ୍ରପୁତ କରିବା ପରେ ଷୋହଳ ଭର୍ଣ୍ଣି ବାଦ୍ୟ , ଘଣ୍ଟ , ଘଣ୍ଟା ,ଚାରିଘରିଆଙ୍କ ବୁବିରେ ଝୁମୁଛି ମହାବଳୀ।ଢୋଲର ଗୁରୁଗମ୍ଭୀର ଧ୍ଵନି ସହିତ ମାଲେଶ୍ରୀ ରାଗରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ବାଇଟ 1 ଗଦାଧର ବାରିକ , ନାଟ୍ୟକାର ।(ଫ୍ରେଞ୍ଚ ଦାଢ଼ି)

Body:ଷୋହଳ ଭର୍ଣ୍ଣି ବାଦ୍ୟରେ ବ୍ୟବହାର ହେଉଥିବା ପାଟ ଢୋଲଟି ଶହ ଶହ ବର୍ଷର ପୁରୁଣା।ଖେମୁଣ୍ଡୀ ରାଜଜେମା ଢୋଲଟି ଯୌତୁକରେ ଆଣିଥିଲେ।ଢୋଲଟି ଅର୍ଦ୍ଧ ଭଗ୍ନ ହେବାରୁ ମହାନଦୀରେ ଭସେଇ ଦିଆ ଯାଇଥିଲା।ହେଲେ ପୁଣି କୂଳକୁ ଆସି ଲାଗିବାରୁ ରାଜା ସୁଧାଂଶୁଶେଖର ଏହାକୁ ପୁନର୍ନିର୍ମିତ କରିଥିଲେ ।ମାହେଶ୍ୱରୀ ବିରାଜିତ ଅଷ୍ଟ ଧାତୁରେ ନିର୍ମିତ ଏହି ପାଟ ଢୋଲ ସେଦିନରୁ ବ୍ୟବହାର ହେଉଛି ବଳିଯାତ୍ରାରେ।ଅନନ୍ୟ ଓ ଅପୂର୍ବ ଶ୍ରୁତିମଧୁର ଷୋହଳ ଭର୍ଣ୍ଣି ବାଦ୍ୟର ଧ୍ଵନିରେ ଖାଲି ବଳୀ କାହିଁକି , ଶ୍ରଦ୍ଧାଳୁଙ୍କ ଦେହ ମନରେ ବି ଶିହରଣ ସୃଷ୍ଟି ହୁଏ। ବାଇଟ 2 ଆନନ୍ଦ ବାରିକ , ପାଟ ଢୋଲିଆ , ସୁବର୍ଣ୍ଣପୁର।(ଲଣ୍ଡା ମୁଣ୍ଡ) ବାଇଟ 3 ଗୋରେଖନାଥ ସାହୁ , ଐତିହାସିକ , ସୁବର୍ଣ୍ଣପୁର।(ଚଷମା)

Conclusion:ଫାଭିଓ- ଶାକ୍ତ ପ୍ରମୋଦ ବାଦ୍ୟ ତତ୍ତ୍ୱରେ ଷୋହଳ ଭର୍ଣ୍ଣି ବାଦ୍ୟ ଓ ତାରି ଭିତରେ ଚେପଟା ଢୋଲର ଗୁରୁଗମ୍ଭୀର ଧ୍ଵନି ବଳିଯାତ୍ରାର ମୁଖ୍ୟ ଆକର୍ଷଣ। ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.