ETV Bharat / state

ସୁବର୍ଣ୍ଣପୁର ଶୀତଳଷଷ୍ଠୀ, କୋଷାଗାରରୁ ବାହାରିଲେ ସ୍ୱର୍ଣ୍ଣ ନାଗ ପ୍ରତିମା - ଐତିହାସୀକ ଶୀତଳଷଷ୍ଠୀ ଯାତ୍ରା

ଆରମ୍ଭ ହୋଇଯାଇଛି ସୁବର୍ଣ୍ଣପୁର ସହରର ଐତିହାସିକ ଶୀତଳଷଷ୍ଠୀ ଯାତ୍ରା । କୋଭିଡ କଟକଣା ଭିତରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ଜିଲ୍ଲା କୋଷାଗାରରୁ ବାହାରିଲେ ସ୍ୱର୍ଣ୍ଣ ନାଗ ପ୍ରତିମା

author img

By

Published : Jun 13, 2021, 2:55 PM IST

ସୁବର୍ଣ୍ଣପୁର: ଆରମ୍ଭ ହୋଇଯାଇଛି ସୁବର୍ଣ୍ଣପୁର ସହରର ଐତିହାସିକ ଶୀତଳଷଷ୍ଠୀ ଯାତ୍ରା । ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ଯାତ୍ରା କମିଟିକୁ କେବଳ ଏହି ପର୍ବ ନୀତିକାନ୍ତିରେ ସୀମିତ ରଖିବା ପାଇଁ ଅନୁରୋଧ କରାଯାଇଛି । କୋଭିଡ କଟକଣା ଭିତରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଜିଲ୍ଲା କୋଷାଗାରରୁ ବାହାରିଲେ ସ୍ୱର୍ଣ୍ଣ ନାଗ ପ୍ରତିମା

ପରମ୍ପରା କ୍ରମେ ଜିଲ୍ଲା କୋଷାଗାରରୁ ରାଜା ରାଜୁଡା ଅମଳର 108 ଭରି ସ୍ୱର୍ଣ୍ଣ ନାଗ ପ୍ରତିମା ସହିତ ଦେବ ଦମ୍ପତିଙ୍କ ସୁନା ଓ ରୂପାର ଆଭୂଷଣ, ମହଣ ମହଣ ରୂପାରେ ତିଆରି ବିମାନ, ଛତି , ଛତ୍ର ଆଦି ବାହାର କରାଯାଇ ବିଧି ଅନୁଯାୟୀ ପୂଜା ଆରାଧନା କରି ଚନ୍ଦ୍ରଶେଖର ମନ୍ଦିରକୁ ନିଆଯାଇଛି । ଏଥର କିନ୍ତୁ କୋଭିଡ ନିୟମ ପାଳନ କରି ଦେବ ଦମ୍ପତିଙ୍କ ବିବାହ ପାଳନ କରାଯାଉଥିବା ବେଳେ ଶ୍ରଦ୍ଧାଳୁ ସ୍ୱର୍ଣ୍ଣ ନାଗ ପ୍ରତିମା ଦର୍ଶନ କରିବାରୁ ବଞ୍ଚିତ ହେବେ ।

ତେବେ ଏଥର ଏହି ବିବାହ ଉତ୍ସବ ପାଇଁ ବର ପିତାମାତା ଭାବେ ଶାନ୍ତିନଗର ପଡାର ଅର୍ଜୁନ ଓ ଏଲି ରଥଙ୍କୁ ଚୟନ କରାଯାଇଥିବା ବେଳେ କନ୍ୟା ପିତାମାତା ଭାବେ ପି ସୀମାଂଚଳ ଓ ରାଜେଶ୍ବରୀ ରାଓଙ୍କୁ ଚୟନ କରାଯାଇଛି । ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ବିଜୟ ପ୍ରତିମା ବାବା ଚନ୍ଦ୍ରଶେଖର ମନ୍ଦିରରେ ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ଲଗ୍ନ ନିର୍ଣ୍ଣୟ, ନିର୍ବନ୍ଧ କାର୍ଯ୍ୟ, ଦେବ ନିମନ୍ତ୍ରଣ ଆଦି କାର୍ଯ୍ୟ ସମାପନ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.