ETV Bharat / state

ଜୋର ଧରିଲା ପାତାଳୀ ଶ୍ରୀକ୍ଷେତ୍ରର ଉନ୍ନତିକରଣ ଦାବି - hideout of lord jagannath

ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ଅବହେଳିତ ଅବସ୍ଥାରେ ଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । 5T ସଚିବଙ୍କ ପରିଦର୍ଶନ ପରେ ବିକାଶ ପାଇଁ ଦାବି ଜୋର ଧରିଛି । ଅଧିକ ପଢନ୍ତୁ

ଅବହେଳିତ ଅବସ୍ଥାରେ ପାତାଳୀ ଶ୍ରୀକ୍ଷେତ୍ର
ଅବହେଳିତ ଅବସ୍ଥାରେ ପାତାଳୀ ଶ୍ରୀକ୍ଷେତ୍ର
author img

By

Published : Jul 9, 2023, 4:09 PM IST

ଅବହେଳିତ ଅବସ୍ଥାରେ ପାତାଳୀ ଶ୍ରୀକ୍ଷେତ୍ର

ସୁବର୍ଣ୍ଣପୁର: ଅବହେଳିତ ଅବସ୍ଥାରେ ଶ୍ରୀଜଗନ୍ନାଥଙ୍କ ଗୁପ୍ତଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର । ଜଗନ୍ନାଥଙ୍କ ଆଦି କ୍ଷେତ୍ର ତଥା ଗୁପ୍ତ ଲୀଳାକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତି କେବଳ ପ୍ରତିଶୃତିରେ ସୀମିତ ରହିଯାଇଛି । ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ସରକାରୀ ଅନୁଦାନ ମିଳୁନଥିବା ଅଭିଯୋଗ ହେଉଛି । ଗତ 4 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରିଥିଲେ । ସଚିବଙ୍କ ପରିଦର୍ଶନ ପରେ ପାତାଳୀ ଶ୍ରୀକ୍ଷେତ୍ରକୁ ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ସରକାରୀ ଅନୁଦାନ ଘୋଷଣା କରିବା ସହିତ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାବାସୀ ଆଶାବାଦୀ ଥିଲେ ।

ହେଲେ ନିର୍ଦ୍ଦିଷ୍ଟ ଭାବେ କିଛି ଘୋଷଣା କରାଯାଇନଥିବାବେଳେ 5T ସଚିବ ଏହି ପୀଠର ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଇଥିବା କହିଛନ୍ତି ଗ୍ରାମବାସୀ । ତେବେ ଏହି ପାବନ ପୀଠରେ ରୋପ-ୱେ ନିର୍ମାଣ ପାଇଁ ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ 10 କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ସମେତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରି ରୋପ୍‌ ୱେର ଶିଳାନ୍ୟାସ ବି କରିଥିଲେ । ହେଲେ ପ୍ରାୟ 5 ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ରୋପ୍‌ ୱେ ନିର୍ମାଣ ହୋଇନାହିଁ ।

ସେହିପରି ଏହି ଆଧ୍ୟାତ୍ମିକ ପୀଠକୁ ଅନେକ ଥର ପରିଦର୍ଶନ କରିଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସକ । ହେଲେ ଏହାର ବିକାଶ କେବଳ ପ୍ରତିଶୃତି ହିଁ ସୀମିତ ରହିଥିବା ଅଭିଯୋଗ ହୋଇଛି । ପ୍ରାକୃତିକ ଶୋଭାରାଜିରେ ଭରପୁର ଏହି ପାବନ ପୀଠର ଛଳିଆ ପାହାଡ଼ରେ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥରେ ଶ୍ରୀମନ୍ଦିର ନିର୍ମାଣ କରାଯାଇଛି । ପୁରୀ ଗଜପତି ଦିବ୍ୟ ସିଂହ ଦେବ ପରିଦର୍ଶନରେ ଆସି ପୁରୀ ଶ୍ରୀକ୍ଷେତ୍ର ଶୈଳୀରେ ଏକ ଶ୍ରୀମନ୍ଦିର ନିର୍ମାଣ କରିବା ପାଇଁ ଭୂମି ପୂଜନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...Temple at Uttarkashi: ପାହାଡ ଶୀଖରରେ ଗୁପ୍ତ ଶ୍ରୀକ୍ଷେତ୍ର, ନୀଳଚକ୍ର ଉପରେ ଭାସି ବୁଲୁଛନ୍ତି ମେଘମାଳର ସମ୍ଭାର

ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଚତୁର୍ଦ୍ଧାମୂର୍ତ୍ତି ପାତାଳୀ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି । ଦୈନନ୍ଦିନ ପୁରୀ ଶ୍ରୀମନ୍ଦିର ରୀତିନୀତିରେ ଶ୍ରୀବିଗ୍ରହମାନଙ୍କ ପୂଜା ସେବା କରାଯାଉଛି । ଘୋର ଅରଣ୍ୟ ଭିତରେ ଯେଉଁଠାରେ ଶ୍ରୀବିଗ୍ରହମାନେ 144 ବର୍ଷ ଧରି ନିଜର ଗୁପ୍ତଲୀଳା କରିଥିଲେ ସେହି ପାବନ ପୀଠର ଉନ୍ନତିକରଣ କରିବା ପାଇଁ ରାଜ୍ୟ ସରକାର ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି ।

ବର୍ଷ ତମାମ ପ୍ରାକୃତିକ ଶୋଭାରାଜି ଉପଭୋଗ କରିବା ସହିତ ଭଗବାନଙ୍କ ଆଶୀର୍ବାଦ ପାଇବାକୁ ବହୁ ସଂଖ୍ୟାରେ ଭକ୍ତମାନେ ଏହି ମନ୍ଦିରକୁ ଆସୁଛନ୍ତି । ହେଲେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ସୃଷ୍ଟି କରାଯାଇପାରିନାହିଁ । ତେବେ ଏହି ପାବନ କ୍ଷେତ୍ରର ବିକାଶ ପାଇଁ ସରକାରଙ୍କ ପାଣ୍ଠିରୁ 5ଶହ କୋଟି ଟଙ୍କା ପ୍ରଦାନ କରାଯାଇ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଦାବି ହେଉଛି । ଏହି ପୀଠର ବିକାଶ ହେଲେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବା ସହ ଅର୍ଥନୈତିକ ପ୍ରଗତି ହେବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.