ETV Bharat / state

ଅଟକିଛି ପାତଳୀ ଶ୍ରୀକ୍ଷେତ୍ରରେ ଉନ୍ନୟନ ପ୍ରକଳ୍ପ - kopta samalai Patali Shrikshetra

ସୁବର୍ଣ୍ଣପୁର ଜିଲ୍ଲାର କୋଟ ସମଲାଇ ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ହେଲେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରିବା ପରି ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ କରାଯାଇ ପାରୁନାହିଁ । ଅଧିକ ପଢନ୍ତୁ...

ଅଟକିଛି ପାତଳୀ ଶ୍ରୀକ୍ଷେତ୍ରରେ ଉନ୍ନୟନ ପ୍ରକଳ୍ପ

author img

By

Published : Jun 28, 2021, 4:14 PM IST

ସୁବର୍ଣ୍ଣପୁର: କୋଟ ସମଲାଇ ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ହେଲେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରିବା ପରି ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ କରାଯାଇ ପାରୁନାହିଁ ।

ଅଟକିଛି ପାତଳୀ ଶ୍ରୀକ୍ଷେତ୍ରରେ ଉନ୍ନୟନ ପ୍ରକଳ୍ପ

ଗତ ପ୍ରାୟ ତିନି ବର୍ଷ ହେଲା ପାତାଳୀ ଶ୍ରୀକ୍ଷେତ୍ରରେ ଏକ ରୋପୱେ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ତତ୍କାଳୀନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ଦୁଇଟି ପାହାଡ ଭିତରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇ ପ୍ରକଳ୍ପ କାର୍ଯ୍ୟ ବର୍ଷକ ଭିତରେ ଶେଷ କରାଯିବ ବୋଲି ଅତିଥି ମାନେ ପ୍ରତିଶୃତି ଦେଇଥିଲେ । ହେଲେ ଏହି ପ୍ରକଳ୍ପ କାର୍ଯ୍ୟ କେବଳ ଭିତ୍ତିପ୍ରସ୍ତରରେ ହିଁ ସୀମିତ ହୋଇ ରହିଯାଇଛି ।

ଗତ ତିନିମାସ ତଳେ ଏହି ପ୍ରକଳ୍ପ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଅର୍ଥ ବି ମଞ୍ଜୁର କରାଯାଇଥିଲା । ଭୁବନେଶ୍ବରର ଏକ ଘରୋଇ କମ୍ପାନୀକୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏଯାଏଁ ଏହି ପ୍ରକଳ୍ପ କାର୍ଯ୍ୟ ସରକାରୀ ନାଲିଫିତା ଭିତରେ ପଡି ରହିଛି ।

ଜଗନ୍ନଥ ପ୍ରେମୀ, ଶ୍ରଦ୍ଧାଳୁ, ପାତାଳୀ ଶ୍ରୀକ୍ଷେତ୍ର କମିଟି ପକ୍ଷରୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଗଲେ ବି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ । ତେବେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ନୁହେଁ ବରଂ ଏକ ଘରୋଇ କମ୍ପାନୀକୁ ଏହି ଅର୍ଥ ମଞ୍ଜୁର କରାଯାଇଥିବା ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.