ETV Bharat / state

ସୁବର୍ଣ୍ଣପୁରରେ ରଥଯାତ୍ରା ବେଳେ ଅବହେଳା, ଅସନ୍ତୋଷ ବ୍ୟକ୍ତ କଲା ଦେବତ୍ତୋର କମିଟି - ରଥଯାତ୍ରା ପାଳନରେ ଦେବୋତ୍ତର ବିଭାଗର ଅବହେଳା

ରଥଯାତ୍ରା ପାଳନରେ ଦେବୋତ୍ତର ବିଭାଗର ଅବହେଳା ହୋଇଥିବା ନେଇ ଦେବୋତ୍ତର କମିଟି ଅଭିଯୋଗ । ଅଧିକ ପଢନ୍ତୁ

Dissatisfaction of Devottar Committee
Dissatisfaction of Devottar Committee
author img

By

Published : Jul 2, 2023, 3:12 PM IST

ଅସନ୍ତୋଷ ବ୍ୟକ୍ତ କଲା ଦେବତ୍ତୋର କମିଟି

ସୁବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁର ସହରର ଶ୍ରୀ ବଡ ଜଗନ୍ନାଥଙ୍କ ଦ୍ବାଦଶ ଦିନାତ୍ମକ ରଥଯାତ୍ରା ସଂପନ୍ନ ହୋଇଛି । ଗତକାଲି ରାତ୍ରିର ଦ୍ବିତୀୟ ପ୍ରହରରେ ଶ୍ରୀ ବିଗ୍ରହମାନେ ରତ୍ନ ସିଂହାସନରେ ଅବସ୍ଥାନ କରିଛନ୍ତି । ହେଲେ ରଥଯାତ୍ରା ପାଳନରେ ଦେବୋତ୍ତର ବିଭାଗର ଅବହେଳା କରିଥିବା ନେଇ ଦେବୋତ୍ତର କମିଟି ଅଭିଯୋଗ କରିଛି । ଦେବୋତ୍ତର ବିଭାଗର କାର୍ଯ୍ୟକଳାପ ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିତରେ ଗଭୀର ଅସନ୍ତୋଷ ଦେଖା ଦେଇଥିବା ଅଭିଯୋଗ ହୋଇଛି ।

ରଥଯାତ୍ରା ପୂର୍ବରୁ ରଥଗୁଡିକର ନିର୍ମାଣରେ ଅବହେଳା ଦେଖିବାକୁ ମିଳିଥିବା ବେଳେ ବିଗ୍ରହମାନଙ୍କ ସୂନା ଓ ରୂପା ଆଭୂଷଣ ଜିଲ୍ଲା କୋଷାଗାରରୁ ଦୁଇ ଦିନ ଆଗରୁ ବାହାର କରିବାରେ ବି ବିଳମ୍ବ ଦେଖା ଦେଇଥିଲା । ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀଙ୍କ ନିର୍ଦ୍ଦେଶ ମିଳିବା ପରେ ଦେବୋତ୍ତର ମ୍ୟାନେଜର ସେବାୟତମାନଙ୍କୁ ବିଭିନ୍ନ ପ୍ରକାରର ସୂନା ଓ ରୂପା ଆଭୂଷଣ ପ୍ରଦାନ କରିଥିଲେ । ତେବେ ରାଜା ରାଜୁଡା ଅମଳରୁ ସହରର ଦେବାଦେବୀଙ୍କ ପାଇଁ ବିପୁଳ ପରିମାଣର ସୂନା ଓ ରୂପା ଗହଣାର ବ୍ୟବସ୍ଥା କରାଯାଇଛି । 1902ରୁ 1936 ମସିହା ମଧ୍ୟରେ ତତ୍କାଳୀନ ସୋନପୁର ଗଡ଼ଜାତର ଚୌହାନ ରାଜା ବୀରମିତ୍ରଦେୟ ସିଂହଦେବ ଦେବାଦେବୀଙ୍କ ପାଇଁ ବ୍ୟାପକ ଭୂସମ୍ପତ୍ତି ଓ ସୂନା ରୂପା ଆଭୂଷଣ ଆଦିର ବ୍ୟବସ୍ଥା କରିଥିଲେ । ରାଜୁଡା ଶାସନ ଚାଲିଯିବା ପରେ ତାହା ଜିଲ୍ଲା ଦେବୋତ୍ତର ଅଧିକାରୀଙ୍କ ଅଧିନରେ ଥିବା ବେଳେ ଗହଣା ସବୁ ଜିଲ୍ଲା କୋଷାଗାରରେ ରଖାଯାଇ ଆସୁଛି ।

ତେବେ ପ୍ରତିବର୍ଷ ରଥଯାତ୍ରା ସମୟରେ ପ୍ରାୟ ତିନି ଦିନ ଆଗରୁ ଜିଲ୍ଲା କୋଷାଗାରରୁ ଗହଣା ସବୁ ବାହାର କରାଯାଇ ସେବାୟତମାନଙ୍କୁ ପ୍ରଦାନ କରାଯାଇଥାଏ । ହେଲେ ଚଳିତ ବର୍ଷ ରଥଯାତ୍ରାର ପୂର୍ବ ଦିନ ଗହଣା ସବୁ ବାହାର କରାଯାଇ ସେବାୟତମାନଙ୍କୁ ପ୍ରଦାନ କରାଯାଇ ଥିବାରୁ ଗହଣାଗୁଡିକର ମରାମତି ଓ ଏହାକୁ ମାଜିବାରେ ସମସ୍ୟା ଦେଖା ଯାଇଥିଲା । ଏପରି ଅବହେଳା ଯୋଗୁଁ ଦେବୋତ୍ତର କମିଟି ସଭ୍ୟ, ସ୍ବେଚ୍ଛାସେବୀ ତଥା ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସହରର ଶ୍ରୀ ବଡ଼ଜଗନ୍ନାଥ, ଦେବୀ ଶୁଭଦ୍ରା ଓ ଶ୍ରୀବଳଭଦ୍ରଙ୍କ ବେଶ ପାଇଁ ପୂର୍ବରୁ ଏହି ଗହଣା ସବୁ ସେବାୟତମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସେହିପରି ସହରର ଘୋଡ଼ାଘାଟ ପଡାର ଶ୍ରୀଦଧୀବାମନଙ୍କ ବେଶ ପାଇଁ ବି ଗହଣା ସବୁ ପ୍ରଦାନ କରାଯାଇଥିଲା ।

ଦେବାଦେବୀଙ୍କ କାରୁକାର୍ଯ୍ୟପୂର୍ଣ୍ଣ ଏହି ମୂଲ୍ୟବାନ ଗହଣା ସବୁ ଜିଲ୍ଲା କୋଷାଗାରର ପୁରୁଣା କୋଠାରେ ମାଟିତଳ ଟ୍ରେଜେରୀରେ ରଖା ଯାଉଛି । ଦୀର୍ଘ ଦିନ ହେଲା ଜିଲ୍ଲା କୋଷାଗାରର ନୂତନ କୋଠା ତିଆରି କରାଯାଇ ଥିଲେ ହେଁ ଗହଣା ସବୁ ନୂତନ କୋଠାରେ ବ୍ୟବସ୍ଥିତ ଭାବେ ରଖିବା ପାଇଁ ଏଯାଏଁ କୌଣସି ବ୍ୟବସ୍ଥା କରାଯାଇ ପାରି ନାହିଁ । ପୁରୁଣା ଜିଲ୍ଲା କୋଷାଗାରର ପରିତ୍ୟକ୍ତ କୋଠରୀ ଭିତରେ ଦେବାଦେବୀଙ୍କ ଏହି ଅଚଳାଚଳ ସଂପତ୍ତି ରଖା ଯାଉଥିବାରୁ ଏହାର ସୁରକ୍ଷାକୁ ନେଇ ଜିଲ୍ଲା ଦେବୋତ୍ତର କମିଟିର ସଭ୍ୟମାନେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଭାଙ୍ଗିଲା ଚକ, ଅଟକିଲା ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥ

ଚଳିତ ବର୍ଷ ରଥ ନିର୍ମାଣରେ ବିଳମ୍ବ ଓ ପୁରୁଣା କାଠ ତଥା ଚକ ବ୍ୟବହାର କରାଯାଇଥିବାରୁ ଶ୍ରୀ ବଡ ଜଗନ୍ନାଥଙ୍କ ରଥ ଚକ ଭାଙ୍ଗି ଯାଇଥିଲା । ନିର୍ଦ୍ଧାରିତ ସମୟରେ ଶ୍ରୀ ବଡ଼ଜଗନ୍ନାଥଙ୍କ ରଥ ଶ୍ରୀଗୁଣ୍ଡିଚାକୁ ପହଞ୍ଚି ପାରି ନଥିଲା । ଏହାକୁ ନେଇ ବି ଶ୍ରଦ୍ଧାଳୁ ଓ ଦେବୋତ୍ତର କମିଟିର ସଦସ୍ୟଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ସହରର ଦେବାଦେବୀଙ୍କ ପାଇଁ ଥିବା ସୂନା ଓ ରୂପା ଆଭୂଷଣଗୁଡିକ ବିଭିନ୍ନ ପର୍ବ ପର୍ବାଣୀରେ ଠିକ ସମୟରେ ପ୍ରଦାନ କରିବା ସହିତ ଏହାକୁ ସୁରକ୍ଷା ଦେବା ପାଇଁ ଦାବି ହୋଇଛି । ଜିଲ୍ଲା ଦେବୋତ୍ତର ବିଭାଗ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ସହିତ ଏହାର ସୁରକ୍ଷା ଦିଗରେ ସମ୍ବେଦନଶୀଳ ହେବାକୁ ଦେବୋତ୍ତର କମିଟି ସଭ୍ୟମାନେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.