ETV Bharat / state

ଶୀତରେ ଥରୁଛି ସୁବର୍ଣ୍ଣପୁର, 10 ଡିଗ୍ରୀ ତଳେ ତାପମାତ୍ରା - temperature decreasing in subarnpur

ସୁବର୍ଣ୍ଣପୁରରେ ଖସୁଛି ପାରଦ । ଗତ ପାଞ୍ଚ ଦିନ ହେଲା 10 ଡିଗ୍ରୀ ତଳେ ରହୁଛି ଜିଲ୍ଲାର ତାପମାତ୍ରା । ଅଧିକ ପଢନ୍ତୁ...

temperature decreasing in subarnpur district
ଶୀତରେ ଥରୁଛି ସୁବର୍ଣ୍ଣପୁର, 10 ଡିଗ୍ରୀ ତଳେ ତାପମାତ୍ରା
author img

By

Published : Dec 8, 2020, 4:04 PM IST

ସୁବର୍ଣ୍ଣପୁର: ଶୀତରେ ଥରୁଛି ସୁବର୍ଣ୍ଣପୁର । ଜିଲ୍ଲାରେ ପ୍ରାୟ ସପ୍ତାହେରୁ ଅଧିକ ହେଲା ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ଘନ କୁହୁଡି ପଡୁଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗତ 5 ଦିନ ହେଲା ପାରଦ 10 ଡିଗ୍ରୀ ତଳେ ରହୁଛି । ଦିନକୁ ଦିନ ପାରଦ ଖସୁଥିବା ବେଳେ ସୋମବାର ଜିଲ୍ଲାରେ 7.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଶୀତରେ ଥରୁଛି ସୁବର୍ଣ୍ଣପୁର, 10 ଡିଗ୍ରୀ ତଳେ ତାପମାତ୍ରା

ଦିନ ଥିଲା ସୁବର୍ଣ୍ଣପୁର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଚୟ ପାଇଥଲା । ମାତ୍ର ଗତ ଦୁଇ ବର୍ଷ ହେବ ଥଣ୍ଡାରେ ବି ସାରା ରାଜ୍ୟରେ ରେକର୍ଡ ଭାଙ୍ଗିଛି ଜିଲ୍ଲା । ସକାଳ 10 ଟା ପର୍ଯ୍ୟନ୍ତ କୁହୁଡି କମୁ ନଥିବା ଯୋଗୁଁ ଆବଶ୍ୟକ ନ ଥିଲେ ଲୋକେ ଘରୁ ବାହାରୁ ନାହାନ୍ତି । ସହରର ଫରେଷ୍ଟ ପାର୍କ, ରୟାଲ ପଡିଆ, ଗାନ୍ଧୀ ପଡିଆ ଆଦି କିଛି ସ୍ଥାନରେ କେବଳ କେତେକ ସ୍ବାସ୍ଥ୍ୟ ସଚେତନ ଲୋକଙ୍କ ଉପସ୍ଥିତି ପରିଲକ୍ଷିତ ହେଉଛି । ସଞ୍ଜ କାଳରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ରାସ୍ତା କଡରେ ନିଆଁ ଜାଳି ଲୋକେ ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି । ବିଶେଷକରି ଗାଁ ଗହଳିରେ ଏହି ଦୃଶ୍ୟ ଅଧିକ ଦେଖିବାକୁ ମିଳୁଛି । ତେବେ ଜିଲ୍ଲାରେ ଆଗକୁ ଆହୁରି ଶୀତ ବଢିବାର ଆଶଙ୍କା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.