ETV Bharat / state

ତରଭା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ କଣ୍ଟେନମେଣ୍ଟ ଜୋନ ଘୋଷଣା - corona infection

ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି । ତେବେ ଦୁଇ ଜଣ କର୍ମଚାରୀ କୋରୋନାରେ ସଂକ୍ରମିତ ବୋଲି ଜଣାପଡିଛି । ଅଧିକ ଖବର ପଢନ୍ତୁ...

ତରଭା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Aug 26, 2020, 8:59 PM IST

ସୁବର୍ଣ୍ଣପୁର: ଜିଲ୍ଲା ତରଭା ସହରର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି । ତେବେ ଦୁଇ ଜଣ କର୍ମଚାରୀ କୋରୋନାରେ ସଂକ୍ରମିତ ବୋଲି ଜଣାପଡିଛି । ଏହି କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ପ୍ରଥମେ ଜଣେ ପ୍ରଶାସନିକ ଅଧିକାରୀ କୋରୋନା ସଂକ୍ରମିତ ବୋଲି ଜଣାପଡିଥିଲା ।

ତରଭା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ କଣ୍ଟେନମେଣ୍ଟ ଜୋନ ଘୋଷଣା
ତରଭା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ କଣ୍ଟେନମେଣ୍ଟ ଜୋନ ଘୋଷଣା

ପୁଣି ଜଣେ କର୍ମଚାରୀ କୋରୋନାରେ ସଂକ୍ରମିତ ବୋଲି ରିପୋର୍ଟ ମିଳିବା ପରେ ପୁରା କ୍ୟାମ୍ପସକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହି କ୍ୟାମ୍ପସରେ ପ୍ରାୟ 20ରୁ ଅଧିକ ପରିବାର ବାସ କରୁଥିବା ବେଳେ ଅଧିକାଂଶ ବ୍ଲକ ସ୍ତରୀୟ କାର୍ଯ୍ୟାଳୟ ବି ରହିଛି । ତେବେ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପୁରା କ୍ୟାମ୍ପସକୁ ସିଲ କରି ଦିଆଯାଇଛି ।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ରଖିବାକୁ ପ୍ରଶାସନିକ ନିର୍ଦ୍ଦେଶ ଜାରି କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ପ୍ରବେଶ ପଥ ଗୁଡ଼ିକରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ପୁରା କ୍ୟାମ୍ପସ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିବା ସହିତ ଏହି ଅଞ୍ଚଳର ଲୋକଙ୍କ ଦୈନିକ ଆବଶ୍ୟକତା ପୂରଣ ପାଇଁ ନିଆଯାଇଥିବା ପ୍ରଶାସନିକ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.