ETV Bharat / state

ଚାବି ହଜିଯାଇଥିବା ଦେବଦେବୀଙ୍କ ଦୁଇଟି ସିନ୍ଦୁକ ଖାଲି, ଥିଲା ପ୍ରଚୁର ସୁନାଅଳଙ୍କାର - ଦେବଦେବୀଙ୍କ ଦୁଇଟି ସିନ୍ଦୁକ ଖାଲି

ଚାବି ହଜିଯାଇଥିବା ଦେବଦେବୀଙ୍କ ଦୁଇଟି ସିନ୍ଦୁକ ଖାଲି । ପ୍ରଶାସନର ଅବହେଳା ନେଇ ସାଧାରଣରେ ଅସନ୍ତୋଷ । ଅଧିକ ପଢନ୍ତୁ

ଦେବଦେବୀଙ୍କ ଦୁଇଟି ସିନ୍ଦୁକ ଖାଲି
ଦେବଦେବୀଙ୍କ ଦୁଇଟି ସିନ୍ଦୁକ ଖାଲି
author img

By

Published : Apr 24, 2023, 12:43 PM IST

ଦେବଦେବୀଙ୍କ ଦୁଇଟି ସିନ୍ଦୁକ ଖାଲି

ସୁବର୍ଣ୍ଣପୁର: ପୁରୀ ରତ୍ନଭଣ୍ଡାର ଚାବି ହଜିଯିବା ଖବର ଚର୍ଚ୍ଚାର ବିଷୟ ରହିଥିବା ବେଳେ ଏବେ ସୁବର୍ଣ୍ଣପୁର ଦେବୋତ୍ତର ବିଭାଗ ଅଧିନରେ ଥିବା ଦେବଦେବୀଙ୍କ ଦୁଇଟି ସିନ୍ଦୁକ ଖାଲି ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ଶ୍ରଦ୍ଧାଳୁ ଓ ସହରବାସୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ସହରରେ ଅଷ୍ଟ ବିଷ୍ଣୁ, ଅଷ୍ଟ ଶମ୍ଭୁ ଓ ଅଷ୍ଟଚଣ୍ଡୀଙ୍କ ପାଇଁ ପ୍ରଚୁର ପରିମାଣରେ ସୂନା ଓ ରୂପା ଅଳଙ୍କାର ରହିଛି । ପାଞ୍ଚୋଟି ସିନ୍ଦୁକରେ ଦେବଦେବୀଙ୍କ ଅଳଙ୍କାର ଜିଲ୍ଲା କୋଷାଗାରରେ ଥିବା ଏକ ପ୍ରକୋଷ୍ଠରେ ରଖାଯାଇଥିଲା । ଲୁହାରେ ତିଆରି ସିନ୍ଦୁକ ମାଟିତଳେ ପୋତା ଯାଇ ଦେବଦେବୀଙ୍କ ସୂନା ଓ ରୂପା ଗହଣା ରଖା ଯାଇଥିଲା । ସୋନପୁର ଗଡଜାତରେ ଚୌହାନ ଶାସନ ଅମଳରେ ରାଜା ବୀରମିତ୍ରୋଦୟ ସିଂହଦବ ଦେବଦେବୀଙ୍କ ପୂଜା ଆରାଧନା ପାଇଁ ବ୍ୟାପକ ଜମିଜମାର ବନ୍ଦୋବସ୍ତ କରିଥିଲେ ।

ଦେବଦେବୀଙ୍କ ଯାନିଯାତ୍ରା ପାଇଁ 1902 ରୁ 1937 ମସିହା ଭିତରେ ପ୍ରଚୁର ପରିମାଣରେ ସୁନା ଓ ରୁପା ଆଭୂଷଣ ସହିତ ଖାଣ୍ଟି ରୂପାରେ ବିଭିନ୍ନ ଛତି, ଛତ୍ର, ପରଭା, ବିମାନ ଆଦି ତିଆରି କରାଯାଇ ଜିଲ୍ଲା କୋଷାଗାରରେ ରଖା ଯାଇଥିଲା । ତେବେ ବିଭିନ୍ନ ଯାନି ଯାତ୍ରାରେ ଦେବଦେବୀଙ୍କ ପରିଧାନ ପାଇଁ ଆବଶ୍ୟକ ସୁନା ଓ ରୁପା ଗହଣା ତିନୋଟି ସିନ୍ଦୁକରୁ ବାହାର କରାଯାଉଥିବା ବେଳେ ଦୁଇଟି ସିନ୍ଦୁକର ତାଲା ଖୋଲା ଯାଉ ନଥିଲା । ଆଜି ଦିନ ଯାଏଁ ଦେବୋତ୍ତର ବିଭାଗ କେତେ ପରିମାଣର ସୁନା ଓ ରୁପା ଗହଣା ରହିଛି ତାର ହିସାବ ରଖିନଥିବା ଜଣାପଡିଛି ।

ଗହଣା ଗୁଡିକ ଓଜନ କରାଯାଇ ନଥିବା ବେଳେ ଗହଣାସବୁ ସଂଖ୍ୟାରେ ଲେଖି ରଖା ଯାଇଛି । ତେବେ ଦୁଇଟି ସିନ୍ଦୁକର ଚାବି ନ ଥିବା କହି ଦେବୋତ୍ତର ବିଭାଗ ଏହି ସିନ୍ଦୁକ ସବୁ ଖୋଲୁ ନଥିଲେ । ନୂତନ ଭାବେ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଭାବେ ଯୋଗ ଦେବା ପରେ ଦେବୋତ୍ତର ବିଭାଗର ସ୍ଥାବର ଓ ଅସ୍ଥାବର ସଂପତ୍ତିର ହିସାବ କରିଥିଲେ । ଦୁଇଟି ଲୁହା ସିନ୍ଦୁକ ଦୀର୍ଘ ଦିନରୁ ଖୋଲା ହେଉ ନ ଥିବା ଜାଣି ଦେବୋତ୍ତର କମିଟି ସହିତ ଆଲୋଚନା କରି ସିନ୍ଦୁକ ଦୁଇଟି ଗ୍ୟାସ କଟରରେ କାଟି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ତେବେ ଦୀର୍ଘ ଦିନରୁ ଚାବି ହଜିଯାଇ ଥିବାରୁ ଗ୍ୟାସ କଟର ସାହାଯ୍ୟରେ ଲୁହା ସିନ୍ଦୁକ ଦୁଇଟିକୁ କାଟି ଖୋଲା ଯାଇଥିଲା । ସିନ୍ଦୁକ ଦୁଇଟିରେ କିଛି ନ ଥିବା ଦେଖିବାକୁ ମିଳିବା ପରେ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଛି । କେଉଁ ଦେବୋତ୍ତର ଅଧିକାରୀଙ୍କ ଅମଳରେ ଶେଷ ଥର ପାଇଁ ସିନ୍ଦୁକ ଦୁଇଟି ଖୋଲା ଯାଇଥିଲା? କେବେ ଠାରୁ ସିନ୍ଦୁକ ଦୁଇଟିର ଚାବି ମିଳୁ ନ ଥିଲା ? ସିନ୍ଦୁକ ଭିତରେ ଯଦି କିଛି ମୂଲ୍ୟବାନ ସଂପଦ ନ ଥିଲା ତେବେ ସିନ୍ଦୁକ ଦୁଇଟିକୁ ତାଲା ମାରି ରଖା ଯାଇଥିଲା କାହିଁକି ? ଏଥିପାଇଁ ଦାୟୀ ଦୋବୋତ୍ତର ଅଧିକାରୀ ଓ ଦେବୋତ୍ତର କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କାହିଁକି ? ଏତେ ଦିନ ପର୍ଯ୍ୟନ୍ତ ଚାବି ହଜି ଯାଇଥିବା ଘଟଣାକୁ ଦୋବୋତ୍ତର ବିଭାଗ ଚପାଇ ରଖିଥିଲା କାହିଁକି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଶ୍ରଦ୍ଧାଳୁ ଓ ସହରବାସୀ ଖୋଜୁଥିବା ବେଳେ ଏହା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.