ETV Bharat / state

ରୋଗୀ ସେବା ନୁହେଁ, ମେଡିକାଲ ସୌନ୍ଦର୍ଯ୍ୟକରଣରେ ଟଙ୍କା ନଷ୍ଟ ଅଭିଯୋଗ

ରୋଗୀଙ୍କ ସେବାରେ ଉନ୍ନତି ପରିବର୍ତ୍ତେ ମେଡିକାଲର ସୌନ୍ଦର୍ଯ୍ୟକରଣରେ ଟଙ୍କା ବର୍ବାଦ ହେଉଥିବା ଅଭିଯୋଗ ହୋଇଛି ।

medical  beautification
ମେଡିକାଲ ସୌନ୍ଦର୍ଯ୍ୟ କରଣରେ ସରକାରଙ୍କ ଟଙ୍କା ବରବାଦ ଅଭିଯୋଗ
author img

By

Published : Aug 14, 2020, 2:26 PM IST

ସୁବର୍ଣ୍ଣପୁର: ରୋଗୀଙ୍କ ସେବାରେ ଉନ୍ନତି ପରିବର୍ତ୍ତେ ମେଡିକାଲର ସୌନ୍ଦର୍ଯ୍ୟକରଣରେ ଟଙ୍କା ବର୍ବାଦ ହେଉଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି।

ପ୍ରବେଶ ଦ୍ବାରରେ ହିଁ ଦୁଇଟି ଫାଉଣ୍ଟେନ ତିଆରି ଚାଲିଛି। ପ୍ରାୟ 4 ଲକ୍ଷ ପଚାଶ ହଜ଼ାର ଟଙ୍କା ବ୍ୟୟ ଅଟକଳରେ ଏହି ଝରି ଦୁଇଟିକୁ ନିର୍ମାଣ କରାଯାଉଛି। ତେବେ ରୋଗୀ ଓ ରୋଗୀ ସମ୍ପର୍କୀୟ ମାନଙ୍କ ପାଇଁ ଆବଶ୍ୟକ ସୁବିଧା କରାଯାଉ ନଥିବା ବେଳେ ସୌନ୍ଦର୍ଯ୍ୟକରଣରେ ସରକାରୀ ଅର୍ଥ ବର୍ବାଦ କରାଯାଉଥିବା ଅଭିଯୋଗ ହେଉଛି।

ରୋଗୀମାନେ ଶଯ୍ୟା ଅଭାବରୁ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। ସେହିପରି ରୋଗୀମାନଙ୍କୁ ବେଡ଼ସିଟ ଖଣ୍ଡିଏ ଦିଆଯାଇ ନପାରୁଥିବା ବେଳେ ଭିନ୍ନକ୍ଷମଙ୍କ ପାଇଁ ହ୍ବିଲ ଚେୟାରର ବି ଅଭାବ ରହିଛି।

ମେଡିକାଲ ସୌନ୍ଦର୍ଯ୍ୟ କରଣରେ ସରକାରଙ୍କ ଟଙ୍କା ବରବାଦ ଅଭିଯୋଗ

ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ବିଶ୍ରାମ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯାଇ ପାରିନାହିଁ । ଏଣୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଝରି ନିର୍ମାଣକୁ ବିରୋଧ କରିଛନ୍ତି ଅନେକ ସ୍ବେଚ୍ଛାସେବୀ।

ବର୍ଷ ସାରା ବିଶେଷଜ୍ଞ ଡାକ୍ତର ଓ ଷ୍ଟାଫ ନର୍ସ ଅଭାବ,ଆବଶ୍ୟକ ଯନ୍ତ୍ରପାତିର ଅଭାବ ରହିଥିବା ବେଳେ ଗାଡି ମୋଟର ପାର୍କିଂ ହେଉଥିବା ଜାଗାରେ ଝରି ନିର୍ମାଣକୁ ସହଜରେ ଜନସାଧାରଣ ଗ୍ରହଣ କରି ପାରୁ ନାହାଁନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.