ETV Bharat / state

ନିର୍ଦ୍ବନ୍ଦରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚିତ

author img

By

Published : Mar 25, 2022, 4:22 PM IST

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଝସକେତନ ବଘାର ନିର୍ବାଚିତ ହୋଇଛନ୍ତି । ସହରର ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ନିର୍ବାଚନରେ ଝସକେତନ ବଘାର ପ୍ରାର୍ଥୀପତ୍ର ପ୍ରଦାନ କରିଥିଲେ । ଅଧିକ ପଢନ୍ତୁ

ନିର୍ଦ୍ଦ୍ବନ୍ଦରେ ନିର୍ବାଚିତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ସୁବର୍ଣ୍ଣପୁର: ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଝସକେତନ ବଘାର ନିର୍ବାଚିତ ହୋଇଛନ୍ତି । ସହରର ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ନିର୍ବାଚନରେ ଝସକେତନ ବଘାର ପ୍ରାର୍ଥୀପତ୍ର ପ୍ରଦାନ କରିଥିଲେ । ତେବେ ଏକ ମାତ୍ର ପ୍ରାର୍ଥୀପତ୍ର ସେ ଦାଖଲ କରିଥିବାରୁ ତାଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା ।ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଉପାଧ୍ୟକ୍ଷ ନିର୍ବାଚନର ଫଳାଫଳ ଘୋଷଣା କରିବା ସହିତ ନବ ନିର୍ବାଚିତ ଉପାଧ୍ୟକ୍ଷଙ୍କୁ ଶପଥ ପାଠ କରାଇଥିଲେ । ତେବେ ଗତ ଜିଲ୍ଲା ପରିଷଦ ପଦବୀଟି ବିଜେପି ହାତରେ ଥିବା ବେଳେ ଏଥର ବିଜେଡି ଜିଲ୍ଲା ପରିଷଦ ଗଠନ କରିବାରେ ସମର୍ଥ ହୋଇଛି । ଏଥର ପରିଷଦରେ 11 ଜଣ ବିଜେଡିରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ଜଣେ ବିଜେପି ଓ ଜଣେ କଂଗ୍ରସ ଦଳରୁ ନିର୍ବାଚିତ ହୋଇଛନ୍ତି ।

ଏହାବି ପଢନ୍ତୁ : REPOLLING: କଡା ସୁରକ୍ଷା ମଧ୍ୟରେ ଭଦ୍ରକ ୨୪ ନଂ ୱାର୍ଡରେ ମତଦାନ ଜାରି

ନବ ନିର୍ବାଚିତ ଉପାଧ୍ୟକ୍ଷ ଜିଲ୍ଲାର ଦୁଇ ବିଧାୟକ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମେତ ସମସ୍ତ ବିଜେଡି କର୍ମୀଙ୍କୁ ଏହାର ଶ୍ରେୟ ପ୍ରଦାନ କରିଛନ୍ତି । ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ତାଙ୍କର ପ୍ରାଥମିକତା ହେବ ବୋଲି ସେ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.