ETV Bharat / state

ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗାଁଲୋକେ - ପକ୍କା ରାସ୍ତା ତିଆରି ପାଇଁ ଗାଁ ଲୋକଙ୍କ ଦାବି

ରାସ୍ତା ଉପରେ ଆଣ୍ଠୁଏ କାଦୁଅ ଭର୍ତ୍ତି । ବର୍ଷା ଜଳ ବି ନିଷ୍କାସନ ହୋଇ ପାରୁ ନାହିଁ । ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ବ୍ୟବସ୍ଥା ନଥିବାରୁ ମାଟି ଖସି ରାସ୍ତା ଉପରେ ପଡୁଛି । ତେବେ ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବି ପ୍ରଶାସନ କର୍ଣ୍ଣପାତ କରୁନଥିବା ହେତୁ ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଏକ ପଡା ଗାଁର ଲୋକେ ରାସ୍ତାରେ ଧାନ ଚଳି ରୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳୁଛି ।

ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗାଁଲୋକେ
ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗାଁଲୋକେ
author img

By

Published : Aug 17, 2020, 1:16 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର-ସମ୍ବଲପୁର ରାଜ୍ୟ ରାଜପଥକୁ ଲାଗି ରହିଥିବା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଏକ ପଡା ଗାଁରେ ଦେଢ଼ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ରାସ୍ତା ଉପରେ ଆଣ୍ଠୁଏ କାଦୁଅ ଭର୍ତ୍ତି ହୋଇଥିବା ବେଳେ ବର୍ଷା ଜଳ ବି ନିଷ୍କାସନ ହୋଇ ପାରୁ ନାହିଁ । ଫଳରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଗାଁ ଲୋକେ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗାଁଲୋକେ
ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗାଁଲୋକେ

ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ବ୍ୟବସ୍ଥା ନଥିବାରୁ ମାଟି ଖସି ରାସ୍ତା ଉପରେ ପଡୁଛି । ଫଳରେ ରାସ୍ତା କାଦୁଅ ହେବା ସାଙ୍ଗକୁ ରାସ୍ତାରେ ପାଣି ଜମି ରହୁଛି । ଲୋକଙ୍କ ଯା ଆସରେ ଅନେକ ଅସୁବିଧା ସୃଷ୍ଟି ହେଉଛି । ଗାଁ ଲୋକେ ବିଶିପଡା ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପାଖରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଅନେକ ବାର ଡ୍ରେନ ସହିତ ପକ୍କା ରାସ୍ତା ତିଆରି ପାଇଁ ଦାବି କରିଛନ୍ତି ।

ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗାଁଲୋକେ
ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗାଁଲୋକେ

ହେଲେ ଏହି ବିକାଶ ମୂଳକ କାର୍ଯ୍ୟ ପାଇଁ କେହି ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି । ତେବେ ପୁଣିଥରେ ପ୍ରଶାସନର ଦୃଷ୍ଟିକୁ ଆଣିବା ପାଇଁ ଗାଁର ଯୁବକ ମାନେ ରାସ୍ତାରେ ଧାନ ରୋଇବା ସହ ପଞ୍ଚାୟତ ଓ ପ୍ରଶାସନର ନୀରବତା ପାଇଁ ଭର୍ତ୍ସନା କରିଛନ୍ତି ।

ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗାଁଲୋକେ

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.