ETV Bharat / state

ୟୁପି କୃଷକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୁବର୍ଣ୍ଣପୁର ଟ୍ରେଡ଼ ୟୁନିୟନର ବିକ୍ଷୋଭ - Bharatiya trade union

ଉତ୍ତର ପ୍ରଦେଶରେ ଚାଷୀଙ୍କୁ ଗାଡି ଚଢାଇ ହତ୍ୟା କରିବା ଅଭିଯୋଗରେ ସୁବର୍ଣ୍ଣପୁରରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଟ୍ରେଡ଼ ୟୁନିୟନ ସମେତ ୫ଟି ବାମପନ୍ଥୀ ସଙ୍ଗଠନ । ଅଧିକ ପଢନ୍ତୁ...

କୃଷକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୁବର୍ଣ୍ଣପୁର ଟ୍ରେଡ଼ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

author img

By

Published : Oct 5, 2021, 7:02 AM IST

ସୁବର୍ଣ୍ଣପୁର: ଭାରତୀୟ ଟ୍ରେଡ ୟୁନିୟନ ସୁବର୍ଣ୍ଣପୁର ଜିଲ୍ଲା ଶାଖା ଓ 5ଟି ବାମପନ୍ଥୀ ସଙ୍ଗଠନ ପକ୍ଷରୁ ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଜିଲ୍ଲାର ବରିଷ୍ଠ ଟ୍ରେଡ ୟୁନିୟନ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ବାମପନ୍ଥୀ ସଙ୍ଗଠନ ଗୁଡିକର କାର୍ଯ୍ୟକର୍ତ୍ତା ଓ ସଭ୍ୟମାନେ କେନ୍ଦ୍ର ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କୃଷକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୁବର୍ଣ୍ଣପୁର ଟ୍ରେଡ଼ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରବିବାର ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଠାରେ କୃଷକମାନଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଥିବା ଅଭିଯୋଗ କରି ଏହି ଆନ୍ଦୋଳନ କରିଛନ୍ତି । ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା, ମୃତ ଚାଷୀମାନଙ୍କ ପରିବାରକୁ ଅନ୍ୟୁନ 50ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବା ଏବଂ ସୁପ୍ରିମକୋର୍ଟଙ୍କ ଅଧିନରେ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ଓ ଚାଷୀମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ଚାପ ପ୍ରୟୋଗ ନ କରିବା ଆଦି ଦାବୀ ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି ।

ସେପଟେ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରୀଙ୍କ ପୁଅ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଉତ୍ତର ପ୍ରଦେଶ ସରକାରକୁ ବହିଷ୍କୃତ ପାଇଁ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.