ETV Bharat / state

ସୁବର୍ଣ୍ଣପୁରରେ ନବ ନିଯୁକ୍ତି ଯୁବ କଂଗ୍ରେସ ସଭାପତିକୁ ବିରୋଧ, ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ

ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ସହରରେ ସୋମବାର ଯୁବ କଂଗ୍ରେସ ସଭାପତି ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତିଙ୍କ ନିଯୁକ୍ତିକୁ ବିରୋଧ କରାଯାଇଛି । ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସାମନ୍ତ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ ସହରରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖାଯାଇଥିଲା ।

author img

By

Published : Jul 27, 2020, 11:23 PM IST

subarnapur latest news, subarnapur student congress on strike, subarnapur congress clash, ସୁବର୍ଣ୍ଣପୁର କଂଗ୍ରେସରେ ବିବାଦ, ସୁବର୍ଣ୍ଣପୁର ଛାତ୍ର କଂଗ୍ରେସର ବିକ୍ଷୋଭ, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ସୁବର୍ଣ୍ଣପୁର କଂଗ୍ରେସ କନ୍ଦଳ
ସୁବର୍ଣ୍ଣପୁର କଂଗ୍ରେସରେ ନବ ନିଯୁକ୍ତିକୁ ବିରୋଧ, ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ସହରରେ ସୋମବାର ଯୁବ କଂଗ୍ରେସ ସଭାପତି ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତିଙ୍କ ନିଯୁକ୍ତିକୁ ବିରୋଧ କରାଯାଇଛି । ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସାମନ୍ତ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ ସହରରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖାଯାଇଥିଲା । ସ୍ଥାନୀୟ ନବ ନିଯୁକ୍ତ ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ପ୍ରଦେଶ କଂଗ୍ରେସ ଯୁବ ସଭାପତି ତ୍ରିଲୋଚନ ଲେଙ୍କାଙ୍କୁ ଲକ୍ଷାଧିକ ଟଙ୍କା ଲାଞ୍ଚ ଦେଇ ସଭାପତି ହୋଇଥିବା ଅଭିଯୋଗ ହୋଇଛି ।

ତେବେ କଂଗ୍ରସ କମିଟିଗୁଡ଼ିକରେ ପଦବୀ ପାଇବାକୁ ହେଲେ ଦକ୍ଷତା ନୁହେଁ ବରଂ ଟଙ୍କା ଲାଞ୍ଚ ଦେବାକୁ ହୁଏ ବୋଲି ଅଭିଯୋଗ କରାଯାଇଛି । ତୃଣମୂଳସ୍ତରରେ କାର୍ଯ୍ୟ କରି ସଭ୍ୟ ସଂଗ୍ରହ କରିବା ସହିତ କଂଗ୍ରେସ ବିଚାରଧାରାର ପ୍ରଚାର ପ୍ରସାର କରୁଥିବା ଲୋକଙ୍କୁ ସୁଯୋଗ ଦିଆଯାଉ ନ ଥିବା ସାମନ୍ତ ପାତ୍ର ଅଭିଯୋଗ କରିଛନ୍ତି । ସେପଟେ ପ୍ରଦେଶ ଯୁବ କଂଗ୍ରେସ ସଭାପତିଙ୍କ ନିଷ୍ପତ୍ତିର ପ୍ରତିବାଦ କରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ସୁବର୍ଣ୍ଣପୁରରୁ ତାର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.