ସୁବର୍ଣ୍ଣପୁର: 7 ଦଫା ଦାବି ନେଇ ଜିଲ୍ଲା ପ୍ରଶାସନ ଆଗରେ ନିଜ ଦାବି ଉପସ୍ଥାପନ କରିଛି ସୁବର୍ଣ୍ଣପୁର ଜିଲ୍ଲା ବାମପନ୍ଥୀ ଶ୍ରମିକ ସଙ୍ଗଠନ । ସଂଯୋଜକ ଗୋବିନ୍ଦ ମହାରଣାଙ୍କ ଅଧ୍ୟକ୍ଷତାରେ ଶ୍ରମ ବିଭାଗ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ସମସ୍ତ ବ୍ଲକର ଶ୍ରମିକ ନେତାମାନେ ଯୋଗଦେଇ ନିଜ ନିଜ ଅଞ୍ଚଳର ଶ୍ରମିକଙ୍କ ସମସ୍ୟା ଉପସ୍ଥାପନ କରିଥିବା ଜଣାପଡିଛି ।
ତେବେ 7 ଦଫା ଦାବି ଗୁଡିକ ହେଉଛି ଶ୍ରମ ଆଇନ ସଂଶୋଧନ ଓ ଶ୍ରମ ବୋର୍ଡ ବାତିଲ, ଆୟକର ଅନ୍ତର୍ଭୁକ୍ତ ନଥିବା ପରିବାରମାନଙ୍କୁ ମାସିକ 7 ହଜାର 500 ଟଙ୍କା ଆର୍ଥିକ ସହାୟତା ପ୍ରଦାନ, ଦୈନିକ କାର୍ଯ୍ୟ 8 ରୁ 12 ଘଣ୍ଟା ନିର୍ଦେଶ ବାତିଲ କରିବା, ପ୍ରବାସୀ ଶ୍ରମିକଙ୍କୁ 200 ଦିନର କାର୍ଯ୍ୟ ଯୋଗାଇବା ଓ ଦୈନିକ ମଜୁରୀ 600 ଟଙ୍କାକୁ ବୃଦ୍ଧି ଆଦି ଦାବି ପୂରଣ ପାଇଁ ଆଲୋଚନା କରିବା ସହିତ ଦାବି ଗୁଡ଼ିକ ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି । ଶ୍ରମିକଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ