ETV Bharat / state

ପୋଲିସ ଜୁଲୁମ ପ୍ରତିବାଦରେ ସାମ୍ବାଦିକଙ୍କ ବିକ୍ଷୋଭ ପ୍ରଦର୍ଶନ

ସାମ୍ବାଦିକଙ୍କ ଉପରେ ବଢୁଥିବା ଅତ୍ୟାଚାର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ସାମ୍ବାଦିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

ପୋଲିସ ଜୁଲୁମ ପ୍ରତିବାଦରେ ସାମ୍ବାଦିକଙ୍କ ବିକ୍ଷୋଭ ପ୍ରଦର୍ଶନ
ପୋଲିସ ଜୁଲୁମ ପ୍ରତିବାଦରେ ସାମ୍ବାଦିକଙ୍କ ବିକ୍ଷୋଭ ପ୍ରଦର୍ଶନ
author img

By

Published : Apr 9, 2022, 10:50 PM IST

ସୁବର୍ଣ୍ଣପୁର: ସାମ୍ବାଦିକଙ୍କ ଉପରେ ବଢୁଥିବା ଅତ୍ୟାଚାର ପ୍ରତିବାଦରେ ଆଜି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ସଭାପତି ଗୋରେଖ ନାଥ ସାହୁଙ୍କ ନେତୃତ୍ବରେ ସାମ୍ବାଦିକ ମାନେ ସହରର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଆଗରେ ନିଜର କ୍ଷୋଭ ପ୍ରକାଶ କରିବା ସହିତ ନାରାବାଜି କରି ଦାବି ଉପସ୍ଥାପନ କରିଛନ୍ତି । ଗତ 21 ତାରିଖରେ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ନୀଳଗିରି ପୋଲିସ ଜୁଲୁମ କରିବା ସହିତ ଗୋଡରେ ବେଡି ପକାଇବା ଘଟଣା ସାମ୍ବାଦିକମାନଙ୍କୁ ଆନ୍ଦୋଳିତ କରିଛି । ପୋଲିସର ଏହି ଅମାନବୀୟ କାର୍ଯ୍ୟକୁ ସଂଘ ପକ୍ଷରୁ ନିନ୍ଦା କରିବା ସହିତ ରାଜ୍ୟ ସରକାରଙ୍କ ପାଖରେ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।

ପୋଲିସ ଜୁଲୁମ ପ୍ରତିବାଦରେ ସାମ୍ବାଦିକଙ୍କ ବିକ୍ଷୋଭ ପ୍ରଦର୍ଶନ

ଏକ ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟରେ ସାମ୍ବାଦିକ ମାନେ କାର୍ଯ୍ୟ କରୁଥିବା ବେଳେ ପୋଲିସ ନିଜ କ୍ଷମତାର ଅପବ୍ୟବହାର କରି ସାମ୍ବାଦିକ ମାନଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଭୟରେ ସାମ୍ବାଦିକ ମାନେ ନିରପେକ୍ଷ ଭାବେ କାର୍ଯ୍ୟ କରିପାରୁ ନଥିବା ଅଭିଯୋଗ ହୋଇଛି । ନୀଳଗିରୀ ପୋଲିସର ଆଇଆଇସି ଦ୍ରୌପଦୀ ଦାସ ଓ ତଦନ୍ତକାରୀ ଅଫିସର ସୁବର୍ଣ୍ଣ ବେହେରାଙ୍କୁ ବଦଳି ନୁହେଁ କାର୍ଯ୍ୟରୁ ଅନ୍ତର କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.