ETV Bharat / state

ଦେଶୀ ମଦରେ ଭାସୁଛି ସୁବର୍ଣ୍ଣପୁର - ମଦ ରେ ଭାସୁଛି ସୁବର୍ଣ୍ଣପୁର

ମହାମାରୀ କୋରୋନା ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବଲୀଳା ଖେଳାଇ ରଖିଛି । ଏହି ସମୟରେ କିଛି ଅସାଧୁ ମଦ ବ୍ୟବସାୟୀ ଓ ମଦ ମାଫିଆ ମାତିବାରେ ଲାଗିଛନ୍ତି । ଅଧିକ ପଢନ୍ତୁ...

ଦେଶୀ ମଦ ରେ ଭାସୁଛି ସୁବର୍ଣ୍ଣପୁର
ଦେଶୀ ମଦ ରେ ଭାସୁଛି ସୁବର୍ଣ୍ଣପୁର
author img

By

Published : May 18, 2020, 10:17 AM IST

ସୁବର୍ଣ୍ଣପୁର: କୋରୋନା ଭୂତାଣୁ ମାନବ ସମାଜର ମେରୁଦଣ୍ଡକୁ ଦୋହଲ୍ଲାଇ ଦେଇଛି । ସୁବର୍ଣ୍ଣପୁର ଜିଲ୍ଲାର କିଛି ଅସାଧୁ ମଦ ବ୍ୟବସାୟୀ ବା ମଦ ମାଫିଆ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁଲମ ଖୁଲା ମଦ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଉଲୁଣ୍ଡା,ତରଭା ଓ ବିର ମହାରାଜପୁର ବ୍ଲକର ସଂରକ୍ଷିତ ଜଙ୍ଗଲ ତଥା ଗାଁ ମାନଙ୍କରେ ଖୁଲମ ଖୁଲା ଚାଲିଛି ମଦ ବ୍ୟବସାୟ ।

ଦେଶୀ ମଦ ରେ ଭାସୁଛି ସୁବର୍ଣ୍ଣପୁର

ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଅବାଧରେ ଦେଶୀ ମଦ ରନ୍ଧା ହେଉଛି। ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ ବେଆଇନ ଦେଶୀ ମଦ ରନ୍ଧା ଓ ବ୍ୟବସାୟ ଚାଲିଥିବା ବେଳେ ଅବକାରୀ ବିଭାଗ ବେଆଇନ ମଦ ବ୍ୟବସାୟକୁ ସୁହାଇବା ପରି କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ପିପଲକଟା, ଖେମାଲୋଏ, ମେଘନାଦ, କୁରାପଡା ଝାରବାହାଲି, ଗୋଉଡ଼ଗାଁ ଆଦି ଅଞ୍ଚଳରେ ବି ବେଆଇନ ଭାବେ ଚାଲିଛି ଏହି କାରବାର ।

ଅନ୍ୟପଟେ, ଚିରାଚରିତ ଢଙ୍ଗରେ ଅବକାରୀ ଅଧିକ୍ଷକ ଉତ୍ତର ଦେଇ କହିଛନ୍ତି ସୂଚନା ପାଇଲେ ପଦକ୍ଷେପ ନିଆଯିବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.