ETV Bharat / state

ଦନ୍ତାହାତୀ ମୃତ୍ୟୁ ଘଟଣା, ବାପ ପୁଅ ଗିରଫ

author img

By

Published : Apr 12, 2023, 10:58 PM IST

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ଗାଁରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ 2ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ବନ ବିଭାଗ । ଅଧିକ ପଢନ୍ତୁ

ଦନ୍ତାହାତୀ ମୃତ୍ୟୁ ଘଟଣା
ଦନ୍ତାହାତୀ ମୃତ୍ୟୁ ଘଟଣା
ଦନ୍ତାହାତୀ ମୃତ୍ୟୁ ଘଟଣା

ସୁବର୍ଣ୍ଣପୁର: ବିନିକା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ଗାଁରେ ଦନ୍ତା ହାତୀ ମୃତ୍ୟୁ ଘଟଣା । ଏନେଇ ବନ ବିଭାଗ 2ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ତେବେ ଗତ ଦୁଇ ଦିନ ତଳେ ଏକ ଦନ୍ତା ହାତୀ ମହଦା ଗ୍ରାମ୍ୟ ଜଙ୍ଗଲରେ ମୃତ୍ୟୁ ହୋଇଥିବା ବନ ବିଭାଗ ଖବର ପାଇଥିଲା । ଏନେଇ ପ୍ରାଣୀଧନ ଚିକିତ୍ସା ବିଭାଗର ପଶୁ ଚିକିତ୍ସକଙ୍କ ସହଯୋଗରେ ମୃତ ଦନ୍ତା ହାତୀର ମୃତଦେହ ବ୍ୟବଚ୍ଛେଦ କରିବା ପରେ ହାତୀର ସଂସ୍କାର କାର୍ଯ୍ୟ କରାଯାଇଥିଲା । ସେହିପରି ବନ ବିଭାଗ ଏହି ଦନ୍ତା ହାତୀର ମୃତ୍ୟୁ ଘଟଣାକୁ ନେଇ ତଦନ୍ତ କରୁଥିବା ବେଳେ ଆଜି ଏହି ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ତେବେ ଗିରଫ ବ୍ୟକ୍ତି ଦୁଇ ଜଣ ହେଲେ ମହଦା ଗାଁର ବିରେନ୍ଦ୍ର ଶର୍ମା ଓ ଆଲାଉଦ୍ଦିନ ଶର୍ମା ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଭୟ ଅଭିଯୁକ୍ତ ସଂପର୍କରେ ବାପ, ପୁଅ ଓ ଉଭୟେ ମିଶି ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି । ଅଭିଯୁକ୍ତ ମାନଙ୍କ ପାଖରୁ ଦେଢ କେଜି ଖୋଲା ଲୁହା ତାର ଜବତ କରାଯାଇଛି।

ଜିଲ୍ଲାରେ ଅବାଧରେ ବନ୍ୟ ଜନ୍ତୁଙ୍କ ଶିକାର କରାଯାଉଥିବା ବେଳେ ବନ ବିଭାଗ ଶିକାରୀମାନଙ୍କ ଉପରେ ଅଂକୁଶ ଲଗାଇବାରେ ସକ୍ଷମ ହୋଇ ପାରୁ ନାହିଁ । ବିଶେଷକରି ବାରହା ଓ କୁଟରା ଆଦି ଶିକାର କରିବା ପାଇଁ ଶିକାରୀମାନେ ଖୋଲା ସଁପୁର ଲୁହା ତାର ବ୍ୟବହାର କରୁଛନ୍ତି । ଜଙ୍ଗଲ ଭିତରେ ଯାଇଥିବା ବିଦ୍ୟୁତ ଲାଇନରେ ଖୋଲା ତାର ବ୍ୟବହାର କରୁଛନ୍ତି । ତେବେ ସେହି ଖୋଲା ତାର ବିଦ୍ୟୁତ ସଂସ୍ପର୍ଶରେ ଆସି ଅନେକ ଧନ ଜୀବନ ନଷ୍ଟ ହେଉଛି ।

ଏହା ମଧ୍ୟ ପଢନ୍ତୁ-ହନୁମାନ ଜୟନ୍ତୀ ବାଇକ ରାଲିରେ ଗୋଷ୍ଠୀ ସଂଘର୍ଷ; 15ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ, ୧୪୪ ଧାରା ଜାରି

ବନ ବିଭାଗ ପକ୍ଷରୁ ହାତୀ ଟ୍ରାକିଂ ଦଳ ଗଠନ କରାଯାଇଥିବା ବେଳେ ହାତୀଙ୍କ ଗତି ନିୟନ୍ତ୍ରଣ କରିବା ସହିତ ଜନବସତି ମୁହାଁ ହାତୀଙ୍କୁ ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ଆଧୁନିକ ଉପକରଣ ବ୍ୟବହାର କରୁଛନ୍ତି । ତେବେ ବନ ବିଭାଗର ଅବହେଳା ଯୋଗୁଁ ହାତୀ ମୃତ୍ୟୁ ଭଳି ଘଟଣା ଦେଖିବାକୁ ମିଳୁଛି । ମହଦା ଗାଁରେ ଏହି ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଜନସାଧାରଣ ଅଭିଯୁକ୍ତମାନଙ୍କୁ ଦାୟୀ କରିବା ସହିତ ଜଙ୍ଗଲ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଉଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.