ETV Bharat / state

ନୂଆଁଖାଇ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର, ମା ସୁରେଶ୍ବରୀଙ୍କ ଠାରେ ଲାଗିହେବ ନିରାମିଷ ଭୋଗ - nuakhai Festival

ନୂଆଖାଇରେ ପୂଜା ପାଇବେ ଜିଲ୍ଲାର ପ୍ରସିଦ୍ଧ ଇଷ୍ଟଦେବୀ ମା' ସୁରେଶ୍ବରୀ । ଆମିଷ ଭୋଗ ପରିବର୍ତ୍ତେ ମାଙ୍କ ଠାରେ ଲାଗି ହେବ ନିରାମିଷ ଭୋଗ । ଅଧିକ ପଢନ୍ତୁ...

ନୂଆଖାଇ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର, ମା ସୁରେଶ୍ବରୀଙ୍କ ଠାରେ ଲାଗି ହେବ ନିରାମିଷ ଭୋଗ

author img

By

Published : Sep 10, 2021, 5:27 PM IST

ସୁବର୍ଣ୍ଣପୁର: ନୂଆଁଖାଇ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ଜିଲ୍ଲା । କାହିଁ କେଉଁ କାଳରୁ ଜିଲ୍ଲାକୁ ଅଷ୍ଟଚଣ୍ଡୀଙ୍କ ସହର ବୋଲି କୁହାଯାଏ । ତେବେ ଗଡଜାତରେ ଚୌହାନ ଶାସନ ଅମଳରୁ ଦେବୀମାନଙ୍କୁ ନେଇ ପ୍ରତିଟି ପର୍ବପର୍ବାଣୀ ପାଳନ କରାଯାଏ । ସେହିପରି ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ନାଁରେ ନୂଆଖାଇ ଲଗ୍ନ ନିର୍ଣ୍ଣୟ କରାଯାଉଥିବା ବେଳେ ଦେବୀ ମାନଙ୍କୁ ସ୍ବତନ୍ତ୍ର ପୂଜା ଆରାଧନା ମଧ୍ୟ କରାଯାଏ ।

ନୂଆଖାଇ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର, ମା ସୁରେଶ୍ବରୀଙ୍କ ଠାରେ ଲାଗି ହେବ ନିରାମିଷ ଭୋଗ

ସେପଟେ ନୂଆଁଖାଇ ପର୍ବ ପାଳନ ପାଇଁ ଦେବୀ ସୁରେଶ୍ବରୀଙ୍କ ପରେ ସମଲେଇ, ଖମ୍ବେଶ୍ବରୀ, ନାରାୟଣୀ, ଦଶମତି, ବୁଢି ସମଲେଇ, ଭଗବତୀ ଆଦି ଦେବୀଙ୍କ ପାଖରେ ବି ସ୍ବତନ୍ତ୍ର ପୂଜା ଆରାଧନା କରାଯାଏ । ଏଥିରେ ମନ୍ଦିରର ବାନାଠାରୁ ଆରମ୍ଭ କରି ଦେବୀଙ୍କ ବସ୍ତ୍ର ଯାଏଁ ସବୁକିଛି ନୂଆ ଜିନିଷ ବ୍ୟବହାର କରାଯାଏ । ସେହିପରି ମନ୍ଦିରଗୁଡିକରେ ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ ସବୁ ନୂଆ ଭାବେ କରାଯାଇଥାଏ ।

ଏହି ନୂଆଁଖାଇ ପାଳନ ପାଇଁ ପଣ୍ଡିତ ମାନଙ୍କ ଦ୍ବାରା ମହାସଭା ବସି ସ୍ଥିର କରାଯାଇଥିବା ନବାନ୍ନ ଲଗ୍ନରେ ଦେବୀ ମା ସମଲେଇଙ୍କ ପୀଠରୁ ଇଷ୍ଟଦେବୀ ମା ସୁରେଶ୍ବରୀ ଓ ଅନ୍ୟାନ୍ୟ ଦେବୀପୀଠଙ୍କ ଠାରେ ପାହୁର ପହଞ୍ଚିବା ପରେ ତାହା ପ୍ରସ୍ତୁତ କରି ନୈବେଦ୍ୟ ଅର୍ପଣ କରାଯାଏ ।

ତେବେ ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ପୀଠରେ ବର୍ଷ ସାରା ଆମିଷ ଭୋଗ ପ୍ରସ୍ତୁତ ହେଉଥିବା ବେଳେ ନୂଆଖାଇ ତିଥିରେ କିନ୍ତୁ ତାର ବ୍ୟତିକ୍ରମ ଦେଖିବାକୁ ମିଳେ । ବର୍ଷର ପହିଲି ଶସ୍ୟକୁ ନେଇ ଅରୁଆ ଅନ୍ନ ଓ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହିତ ପିଠାପଣା ଆଦି ପ୍ରସ୍ତୁତ କରି ଦେବୀଙ୍କୁ ଅର୍ପଣ କରାଯାଏ । ତା ସହିତ ଦେବୀଙ୍କ ପାଖରେ ନବାନ୍ନ ସମର୍ପଣ ପରେ ସୋନପୁର ଗଡଜାତବାସୀ ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଜନସାଧାରଣ ନବାନ୍ନ ଗ୍ରହଣ କରିଥାନ୍ତି ।

ତେବେ ପରମ୍ପରା ଅନୁସାରେ ନୂଆଁଖାଇରେ ବର୍ଷକୁ ଥରୁଟିଏ ଏହି ନିରାମିଷ ନୈବେଦ୍ୟ ସମର୍ପଣ କରିବାର ପରମ୍ପରା ଆଜି ବି ଅମଳିନ ରହିଛି । ଗଡଜାତ ଶାସନ ସମୟରେ ଅନ୍ନ ,ବ୍ୟଞ୍ଜନ ଓ ପିଠାପଣା ପାଇଁ ରାଜପ୍ରାସାଦରୁ ସବୁ ସାମଗ୍ରୀ ଯାଉଥିବା ବେଳେ ଏବେ କିନ୍ତୁ ସଦର ପୌର ପରିଷଦ ଏହି କାର୍ଯ୍ୟ କରି ଆସୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.