ETV Bharat / state

ଖରିଫ ୠତୁ ଚାଷ ପାଇଁ ଚାଷୀଙ୍କୁ ମିଳୁନି ମନଲାଖି ବିହନ

author img

By

Published : Jun 22, 2021, 10:05 AM IST

ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀମାନେ ନିଜ ମାନଲାଖି ବିହନ ପାଉ ନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ଚାଷୀ । ଅଧିକ ପଢନ୍ତୁ...

ଖରିଫ ୠତୁ ଚାଷ ପାଇଁ ଚାଷୀଙ୍କୁ ମିଳୁନି ମନଲାଖି ବିହନ
ଖରିଫ ୠତୁ ଚାଷ ପାଇଁ ଚାଷୀଙ୍କୁ ମିଳୁନି ମନଲାଖି ବିହନ

ସୁବର୍ଣ୍ଣପୁର: ଜିଲ୍ଲାରେ ଖରିଫ ଋତୁ ଚାଷ କାର୍ଯ୍ୟ ପାଇଁ ବିହନ ଧାନର ଘୋର ଅଭାବ ଦେଖା ଦେଇଛି । ଏବେ ମୌସୁମୀ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଚାଷୀ ମାନେ ବିହନ ଅଭାବରୁ ତଳି ପକାଇ ପାରୁ ନାହାଁନ୍ତି । ଯାହାବି ସାର୍ଟିଫାଏଡ଼ ଓ ଫାଉଣ୍ଡେସନ ବିହନ ଜିଲ୍ଲାକୁ ମିଳିଥିଲା ତାହା ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ ହେଉଛି । ଏପରିକି ଚାଷୀମାନେ ନିଜ ମାନଲାଖି ବିହନ ପାଉ ନାହାନ୍ତି ।

ଏବେ କେବଳ ଦୀର୍ଘ ମିଆଦି ଧାନ ବିହନ ମିଳୁଥିବା ବେଳେ ଆଟ, ପଡିଆ, ମାଳ ଓ ବେର୍ଣା ଆଦି କିସମର ଜମିରେ ଚାଷ କରିବା ପାଇଁ ସ୍ବଳ୍ପ ମିଆଦି ବିହନ ଧାନର ଘୋର ଅଭାବ ଦେଖା ଦେଇଛି । ଚାଷ ତର ତର ବଣିଜ ମଠ ନୀତିରେ ଚାଷୀ ନିଜ ଚାଷ କାର୍ଯ୍ୟ ଆଗେଇ ନେବା ପାଇଁ ଜୋର ଲଗେଇ ଥିବା ବେଳେ ବିହନ ଧାନର ଅଭାବ ଚାଷୀ ମୁଣ୍ଡବ୍ୟଥାର କାରଣ ସାଜିଛି ।

ଜଳସେଚିତ ଅଞ୍ଚଳ ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ପାଇଁ ଦୀର୍ଘ ମିଆଦି ଧାନ ଦରକାର କରୁଥିବା ବେଳେ ବାକି ଚାରୋଟି ଅଣ ଜଳସେଚିତ ଅଞ୍ଚଳ ପାଇଁ ସ୍ବଳ୍ପ ମିଆଦି ଧାନର ଆବଶ୍ୟକତା ରହିଛି । ତେବେ ଅନୁନ୍ନତ ଓ ମାଲୁଆ ଅଞ୍ଚଳର ଚାଷ ଜମି ପାଇଁ ବିହନ ଏବେ ଘୋର ଅଭାବ ଦେଖା ଦେଇଛି । ଏପରିକି ସମବାୟ ସମିତିରେ ବି ମନଲାଖି ବିହନ ମିଳୁ ନଥିବା ଚାଷୀ ଅଭିଯୋଗ କରିଛି ।

ତେବେ ଜିଲ୍ଲା କୃଷି ଅଧିକାରୀ ଆବଶ୍ୟକ ପରିମାଣର ବିହନ ଜିଲ୍ଲାରେ ଥିବା ବେଳେ ଚାଷୀଙ୍କ ପାଇଁ ବିହନ ଏବେ ସମସ୍ୟା ହୋଇ ନାହିଁ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.