ସୁବର୍ଣ୍ଣପୁର: ସହରରେ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପଲିଥିନ ଜବତ କରାଯାଇଛି। ପୋୖର ପରିଷଦ ଓ ରାଜସ୍ବ ବିଭାଗ ମିଳିତ ଭାବେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ଓ ପଲିଥିନ ବିକ୍ରେତାଙ୍କ ଉପରେ ଚଢ଼ାଉ କରିଥିଲେ। ସଦର ତହସିଲଦାର ଅରବିନ୍ଦ ବେହେରା ଓ ପୋୖର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟାନଶୁ ରୂଟଙ୍କ ନେତୃତ୍ୱରେ ଏକ 10 ଜଣିଆ ଟିମ ଏହି ଚଢ଼ାଉ କରିଥିଲେ ।
ସଦର ପୋୖର ପରିଷଦ ପକ୍ଷରୁ ଅନେକ ସମୟରେ ପଲିଥିନ ବ୍ୟବସାୟ ବନ୍ଦ କରିବା ସହିତ ପଲିଥିନ ବ୍ୟବହାର ନ କରିବା ପାଇଁ ସଚେତନ କରାଯାଉଛି । ଏପରିକି ଅନେକ ସମୟରେ ଦୋକାନ ବଜ଼ାର ଉପରେ ଚଢ଼ାଉ କରି ବ୍ୟବସାୟୀ ମାନଙ୍କ ପାଖରୁ ଫାଇନ ଆଦାୟ କରାଯାଉଛି । ହେଲେ ସହରରେ ପଲିଥିନ ବ୍ୟବହାର କମୁ ନ ଥିବା ବେଳେ ରାସ୍ତା ଘାଟରେ ପଲିଥିନ ପଡି ସାରା ସହର ଅପରିଷ୍କାର ହେଉଛି । ତେବେ 12ଟି ଦୋକାନ ଉପରେ ଚଢ଼ାଉ କରି 28 କେଜି ପଲିଥିନ ଜବତ କରାଯିବା ସହିତ 21 ହଜ଼ାର 200 ଟଙ୍କା ଫାଇନ ଆଦାୟ କରାଯାଇଛି । ଏହି ଚଢ଼ାଉ ଫଳରେ ବ୍ୟବସାୟୀ ମହଲରେ ପଲିଥିନ ବ୍ୟବହାରକୁ ନେଇ ଭୟର ବାତାବରଣ ଖେଳିଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ