ETV Bharat / state

ସୁବର୍ଣ୍ଣପୁର ସଫେଇକର୍ମୀଙ୍କୁ ଜିଲ୍ଲା ବିଜେପିର ସମ୍ବର୍ଦ୍ଧନା, ବାଣ୍ଟିଲେ ରାସନ

ଜନସାଧାରଣଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ରାସନ ବାଣ୍ଟିଲା ସୁବର୍ଣ୍ଣପୁର ବିଜେପି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ସଫେଇକର୍ମୀଙ୍କୁ ଜିଲ୍ଲା ବିଜେପିର ସମ୍ବର୍ଦ୍ଧନା, ବାଣ୍ଟିଲେ ରାସନ
ସୁବର୍ଣ୍ଣପୁର ସଫେଇକର୍ମୀଙ୍କୁ ଜିଲ୍ଲା ବିଜେପିର ସମ୍ବର୍ଦ୍ଧନା, ବାଣ୍ଟିଲେ ରାସନ
author img

By

Published : May 23, 2020, 11:28 AM IST

ସୁବର୍ଣ୍ଣପୁର: ମହାମାରୀ କୋରୋନା ସଙ୍କଟ ଦେଇ ଗତି କରୁଛି ଦେଶ । ଏପରିସ୍ଥିତିରେ ସଂକ୍ରମଣ ରୋକିବା ପାଇଁ ପରିବେଶର ସ୍ବଚ୍ଛତା ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଆଉ ଏହି ସ୍ବଚ୍ଛତା କାର୍ଯ୍ୟରେ ଲାଗିଛନ୍ତି ଅନେକ ସଫେଇକର୍ମୀ । ଜନସାଧାରଣଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି ଏମାନେ । ତେବେ କୋରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ଏହି ସଫେଇକର୍ମୀଙ୍କୁ ସମ୍ବର୍ଦ୍ଧିତ କରିଛି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ।

ସୁବର୍ଣ୍ଣପୁର ସଫେଇକର୍ମୀଙ୍କୁ ଜିଲ୍ଲା ବିଜେପିର ସମ୍ବର୍ଦ୍ଧନା, ବାଣ୍ଟିଲେ ରାସନ

ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସହରର କୁଞ୍ଜ ହୋଟେଲ ଆଗ ପଡ଼ିଆରେ ଆୟୋଜିତ ବୈଠକରେ ସହରର ପ୍ରାୟ 60ରୁ ଅଧିକ ସଫେଇ କର୍ମଚାରୀଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି ରାସନ କିଟରେ ତେଲ, ଲୁଣ , ଚିନି, ଚାହା, ଅଟା , ବେସନ ଆଦି ଖାଦ୍ୟ ସାମଗ୍ରୀ ଦିଆଯାଇଛି ।

ସେହିପରି କୋରନାକୁ ଭୃକ୍ଷେପ ନକରି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସାମ୍ବାଦିକ ମନଙ୍କୁ ଉପଢୌକନ ଭାବେ ଗାମୁଛା ପ୍ରଦାନ କରି ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା ସିଂଦେଓ ଯୋଗଦେଇ ସଫେଇ କର୍ମଚାରୀ ଓ ସାମ୍ବାଦିକମାନଙ୍କୁ ପ୍ରଶଂସା କରିବା ସହିତ ସମ୍ବର୍ଧିତ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.