ETV Bharat / state

ଗୋରୁଙ୍କ ପ୍ରତି ନିଷ୍ଠୁର ଆଚରଣ, ଏତଲା ଦେଲା ବଜରଙ୍ଗ ଦଳ

author img

By

Published : Apr 24, 2021, 1:45 PM IST

ବୀରମହରାଜପୁର ଥାନା ଅନ୍ତର୍ଗତ ଟିଠପାଲି ଦେଇ ବେଆଇନ ଗୋଚାଲାଣର ପ୍ରତିବାଦ କରିଛି ବଜରଙ୍ଗ ଦଳ । ଏନେଇ ବୀରମହରାଜପୁର ଥାନାରେ ବଜରଙ୍ଗ ଦଳ ପକ୍ଷରୁ ଏକ ଲିଖିତ ମାମଲା ରୁଜୁ କରାଯାଇଛି। ଅଧିକ ପଢନ୍ତୁ...

subarnapur bajarang dal case for cruelty to animals
ଗୋରୁଙ୍କୁ ନିଷ୍ଠୁର ବ୍ୟବହାର ମାମଲା ଦାୟର କଲା ବଜରଙ୍ଗ ଦଳ

ସୁବର୍ଣ୍ଣପୁର: ବୀରମହରାଜପୁର ଥାନା ଅନ୍ତର୍ଗତ ଟିଠପାଲି ଦେଇ ବେଆଇନ ଗୋଚାଲାଣର ପ୍ରତିବାଦ କରିଛି ବଜରଙ୍ଗ ଦଳ । ବେପାରୀ ମାନେ ଗୋରୁଙ୍କ ଉପରେ ନିଷ୍ଠୁର ବ୍ୟବହାର କରିବା ଓ ଖାଦ୍ୟପେୟ ନ ଦେଇ ଅମାନବୀୟ ବ୍ୟବହାର କରୁଥିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ ଟିଠିପାଲି ଗ୍ରାମ ଦେଇ ଗୋରୁ ମାନଙ୍କୁ ମହାନଦୀ ପାର କରୁଥିବା ସମୟରେ କିଛି ଲୋକ ଦେଖିଥିଲେ । ଏନେଇ ବୀରମହାରାଜପୁର ବଜରଙ୍ଗ ଦଳର କର୍ମକର୍ତାମାନଙ୍କୁ ସୂଚନା ଦେଇଥିଲେ । ବଜରଙ୍ଗ ଦଳର କର୍ମିମାନେ ଘଟଣା ସ୍ଥଲରେ ପହଂଚି ଗାଈମାନଙ୍କୁ ଉଦ୍ଧାର କରିବା ସହ ବେଆଇନ ଭାବେ ଗାଇ ନେଉଥିବା ଦଲାଲମାନଙ୍କୁ ଅଟକ ରଖିଥିଲେ । ଘଟଣା ସ୍ଥଳରେ ଉଭୟ ବଜରଙ୍ଗ ଦଳ ଓ ଗାଇ ବେପାରୀଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା ।

ଏନେଇ ବୀରମହରାଜପୁର ଥାନାରେ ବଜରଙ୍ଗ ଦଳ ପକ୍ଷରୁ ଏକ ଲିଖିତ ମାମଲା ରୁଜୁ କରାଯାଇଛି। ପୋଲିସ ତିନି ଜଣ ଗୋରୁ ବେପାରୀ ଗୋପବନ୍ଧୁ ମହାନନ୍ଦ, ଘାସିରାମ ଭୋଇ ଓ ଧବଳେଶ୍ବର ଜଗଦଲାଙ୍କ ନାଁରେ ଆଇପିସି 11-1ଡି ଅନୁଯାୟୀ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହି ପାଟିତୁଣ୍ଡର ଭିଡ଼ିଓ ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ପୋଲିସ ଭିଡ଼ିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ସଚେତନ ଥିବା ବେଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.