ETV Bharat / state

ରାସ୍ତାକଡ଼ ଜବରଦଖଲକାରୀଙ୍କୁ ହଟାଇଲା ସୁବର୍ଣ୍ଣପୁର ପ୍ରଶାସନ

ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ର ରାସ୍ତାକଡ଼ରେ ରହୁଥିବା ଜବରଦଖଲକାରୀଙ୍କୁ ଜିଲ୍ଲା ପ୍ରଶାସନ ହଟାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ରାସ୍ତାକଡ଼ ଜବରଦଖଲକାରୀଙ୍କୁ ହଟାଇଲା ସୁବର୍ଣ୍ଣପୁର ପ୍ରଶାସନ
ରାସ୍ତାକଡ଼ ଜବରଦଖଲକାରୀଙ୍କୁ ହଟାଇଲା ସୁବର୍ଣ୍ଣପୁର ପ୍ରଶାସନ
author img

By

Published : Aug 17, 2021, 4:13 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ର ରାସ୍ତାକଡରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଛି ରାଜସ୍ବ ବିଭାଗ । ଦୀର୍ଘ ଦିନରୁ ସ୍ବାସ୍ଥ୍ୟ କେନ୍ଦ୍ର ରାସ୍ତାର ଉଭୟ ପାର୍ଶ୍ବରେ ଏମାନେ ରହିଆସୁଥିବାବେଳେ ପୂର୍ବରୁ ସ୍ଥାନ ଛାଡି଼ବା ପାଇଁ ସରକାର କହିଥିଲେ । ମାତ୍ର ନିର୍ଦ୍ଦେଶକୁ ଅବମାନନା ପରେ ଏହି ଜବରଦଖଲକାରୀଙ୍କୁ ରାଜସ୍ବ ବିଭାଗ ହଟାଇଥିବା ଜଣାପଡିଛି ।

ରାସ୍ତାକଡ଼ ଜବରଦଖଲକାରୀଙ୍କୁ ହଟାଇଲା ସୁବର୍ଣ୍ଣପୁର ପ୍ରଶାସନ

ନୂତନ ଭାବେ 18 କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହେବା ପରେ ଉଭୟ ରାଜସ୍ବ ବିଭାଗ ଓ ପୌର ପରିଷଦ ପକ୍ଷରୁ ଜବରଦଖଲକାରୀଙ୍କୁ ସରକାରୀ ସ୍ଥାନ ଛାଡିବା ପାଇଁ କୁହାଯାଇଥିଲା । ହେଲେ ଏମାନେ ରାଜସ୍ବ ବିଭାଗର ତାଗିଦକୁ ଅବମାନନା କରି ଆସୁଥିଲେ । ଫଳରେ ଆଜି ରାଜସ୍ବ ବିଭାଗ ଓ ପୌର ପରିଷଦ ପକ୍ଷରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ଜିଲ୍ଲା ପୋଲିସ ପକ୍ଷରୁ ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ପୌର ପରିଷଦର କର୍ମଚାରୀ ଓ ସଦର ତହସିଲ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ସ୍ଥାନୀୟ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର କର୍ମଚାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ଅଭିଯାନ ଚାଲିଛି । ଦୀର୍ଘ ଦିନରୁ ଘର ଓ ଦୋକାନବାଡି କରି ରହି ଆସୁଥିବା ଜବରଦଖଲକାରୀମାନେ ସହରର ଅନ୍ୟ ସ୍ଥାନରେ ଥଇଥାନ କରିବା ପାଇଁ ଦାବି କରିଛନ୍ତି । ରାଜସ୍ବ ବିଭାଗର ଏହି ଜବରଦଖଲ ଉଚ୍ଛେଦ ଅଭିଯାନର ପ୍ରତିବାଦ କରିବା ସହିତ ଜବରଦଖଲକାରୀମାନେ ପ୍ରଥମେ ଥଇଥାନ କରି ଜରିବା ପାଇଁ ଦାବି କରିଛନ୍ତି । ରାଜସ୍ବ ଅଧିକାରୀଙ୍କ ସହିତ ଜବରଦଖଲକାରୀମାନେ ଯୁକ୍ତିତର୍କ କରୁଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ତେବେ ରାଜସ୍ବ ବିଭାଗ ପକ୍ଷରୁ ଯୋଗ୍ୟ ଜବରଦଖଲକାରୀଙ୍କୁ ଚିହ୍ନଟ କରି ଜାଗା ମିଶନ ଯୋଜନାରେ ଘରଡିହ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ନୂତନ ଭାବେ ସ୍ବାସ୍ଥ୍ୟ କେନ୍ଦ୍ରଟି ତିଆରି ହୋଇଥିବା ବେଳେ ଏହା କାର୍ଯ୍ୟକ୍ଷମ ହେଲେ ଗମନାଗମନ ସୁବିଧା ଦୃଷ୍ଟିରୁ ଏହି ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଉଥିବା ରାଜସ୍ବ ବିଭାଗ ସୂଚନା ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.