ETV Bharat / state

ଥାନାରେ ହେଲା ପୋଲିସ ବାବୁଙ୍କ ବିବାହ

author img

By

Published : Apr 25, 2020, 1:59 PM IST

ଥାନାରେ ସମ୍ପନ୍ନ ହେଲା ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ କାର୍ଯ୍ୟରତ ପୋଲିସ ଏସଆଇ ଦୀପ୍ତି ରଞ୍ଜନ ଦିଗାଲଙ୍କ ବିବାହ । ଲକଡାଉନ ଯୋଗୁଁ କନ୍ୟା ଘରକୁ ଯାଇ ପାରିଲେ ନାହିଁ ପୋଲିସ ବାବୁ । ଅଧିକ ପଢନ୍ତୁ...

ଥାନାରେ ହେଲା ପୋଲିସ ବାବୁଙ୍କ ବିବାହ
ଥାନାରେ ହେଲା ପୋଲିସ ବାବୁଙ୍କ ବିବାହ

ସୁବର୍ଣ୍ଣପୁର: କୋରୋନା ଯୋଗୁଁ ଡ୍ୟୁଟିରେ ଥିବାରୁ ବରଯାତ୍ରୀ ନେଇ ବିବାହ କରି ଯାଇପାରିଲେ ନାହିଁ ପୋଲିସ ବାବୁ । ଥାନାରେ ହେଲା ବିବାହ । ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ।

ଥାନାରେ ହେଲା ପୋଲିସ ବାବୁଙ୍କ ବିବାହ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ କାର୍ଯ୍ୟରତ ପୋଲିସ ଏସଆଇ ଦୀପ୍ତି ରଞ୍ଜନ ଦିଗାଲଙ୍କ ବିବାହ ତାରିଖ ଶୁକ୍ରବାର ଧାର୍ଯ୍ୟ ହୋଇଥିଲା । କନ୍ଧମାଳ ଜିଲ୍ଲା କେନ୍ଦୁପଦର ଗାଁର ଜ୍ୟୋସ୍ନାରାଣୀଙ୍କ ସହିତ ପୋଲିସ ବାବୁ ଦୀପ୍ତିରଞ୍ଜନଙ୍କ ପଡିଥାନ୍ତା ହାତଗଣ୍ଠି । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ହେଲେ ଦୀପ୍ତିରଞ୍ଜନ ଗାଁକୁ ଫେରି ନପାରିବାରୁ ଜ୍ୟୋସ୍ନାରାଣୀଙ୍କ ପରିବାର କନ୍ୟାକୁ ଧରି ପହଞ୍ଚିଥିଲେ ସୁବଳୟା ଥାନାରେ ।

ପୋଲିସ ଏସଡିପିଓ ଧୀରଜ ଚୋପଦାର ଓ ଥାନା ଅଧିକାରୀ ପ୍ରଦୀପ ପଧାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ବିବାହ । ଦୀପ୍ତି ରଞ୍ଜନଙ୍କ ଏହି କର୍ତ୍ତବ୍ୟନିଷ୍ଠାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.