ସୁବର୍ଣ୍ଣପୁର: ଜିଲ୍ଲା ସୁବଳୟା ପୋଲିସର ଅତ୍ୟାଚାର ଅଭିଯୋଗ । ଅତ୍ୟାଚାର ସହି ନପାରି ଏକ ପୀଡିତ ପରିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଗରେ ଅଭିଯୋଗ କରିଛନ୍ତି । ସୁବଳୟା ଥାନା ଅଞ୍ଚଳର ଏକ ପରିବାର ସୁବଳୟା ଥାନା ଏଏସଆଇ ଦୀପ୍ତିରଂଜନ ଦିଗାଲଙ୍କ ନାଁରେ ଅଭିଯୋଗ କରିଛନ୍ତି । ଜଣେ ମହିଳାଙ୍କ ସହ ASI ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଏଏସଆଇ ଦୀପ୍ତିରଞ୍ଜନ ଦିଗାଲ ଜଣେ ମହିଳାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରିବା ସହିତ ଦୁର୍ବବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । ମହିଳାଙ୍କ ସ୍ବାମୀଙ୍କ ସହିତ ତାଙ୍କ ଭାଇଙ୍କ ସହ ପୈତୃକ ସମ୍ପତ୍ତିରେ ଥିବା ଏକ ଗଛକୁ ନେଇ ବିବାଦ ରହିଥିଲା । ମହିଳାଙ୍କ ସ୍ବାମୀ ଗଛଟିକୁ କାଟି ଦେବା ପରେ ତାଙ୍କ ଭାଇ ଓ ତାଙ୍କ ବାପା ଗଛଟିକୁ ନେବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମନା କଲେ । ରାତି ଅଧିଆ ଜନୈକ ବ୍ୟକ୍ତିଙ୍କ ଭାଇ ଗଛର ଗୋଟିଏ ଗଣ୍ଡିକୁ ଘରକୁ ଆଣିଥିବା ମହିଳା ଅଭିଯୋଗ କରିଛନ୍ତି । ଚାଷଜମିରେ ପଡିଥିବା ଅନ୍ୟ ଏକ ଛୋଟିଆ ଗଣ୍ଡିଟିକୁ ମହିଳାଙ୍କ ସ୍ବାମୀ ଘରକୁ ଆଣିଥିଲେ । ତେବେ ଏନେଇ ସୁବଳୟା ପୋଲିସ ପାଖରେ ଅଭିଯୋଗ କରିଥିଲେ ଜନୈକ ବ୍ୟକ୍ତିଙ୍କ ଭାଇ ।
ଜନୈକ ବ୍ୟକ୍ତିଙ୍କୁ ତାଙ୍କ ବାପା ଭାଗ ଦେଇଥିବା ଜମିରେ ଗଛଟି ଥିବାରୁ ସେ ସେହି ଗଛଟିକୁ କାଟିଥିଲେ । ହେଲେ ତାଙ୍କ ଭାଇଙ୍କ ଅଭିଯୋଗକୁ ଆଧାର କରି ସୁବଳୟା ପୋଲିସ ବ୍ୟକ୍ତିଙ୍କ ଘରକୁ ଯାଇ ଘର ପଛ ପାଖରେ ଥିବା ଗଛ ଗଣ୍ଡିଟିକୁ ଜବତ କରି ନେଇଯିବା ପାଇଁ କହିଥିଲେ । ଏଥିରେ ମହିଳା ଜଣକ ଅରାଜି ହେବା ସହିତ ଗାଁର ଭଦ୍ର ବ୍ୟକ୍ତିଙ୍କୁ ଡାକିଥିଲେ । ସ୍ବାମୀ ଘରେ ନଥିବାରୁ ସେ ଘରକୁ ଫେରିଲେ ଗଣ୍ଡି ଜବତ କରିବେ ବୋଲି ପୋଲିସକୁ କହିଥିଲେ । ପୋଲିସ ସହିତ ଆଲୋଚନା କରିବା ସମୟରେ ପୋଲିସ ଏଏସଆଇ ଦିଗାଲ ବାବୁ ଭଦ୍ରବ୍ୟକ୍ତିମାନଙ୍କୁ ଭୟଭୀତ କରାଇବା ସହିତ ମହିଳାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ASI ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଉପରେ ତଦନ୍ତ କରି ତାଙ୍କ ଦିଅର, ସୁବଳୟା ଥାନା ASI ଦିପ୍ତୀରଞ୍ଜନ ଦିଗାଲ ଓ ସହଯୋଗୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ସପରିବାର ଓ ଜଣେ ଭଦ୍ରବ୍ୟକ୍ତିଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ଲିଖିତ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍ପିଙ୍କୁ ନିବେଦନ କରିଛନ୍ତି । ମହିଳାଙ୍କ ସ୍ବାମୀ ଜଣେ ଦିବ୍ୟାଙ୍ଗ ହୋଇ ଥିବାରୁ ତାଙ୍କ ଉପରେ ପୋଲିସ ଏଭଳି ଅତ୍ୟାଚର କରିଥିବା ଅଭିଯୋଗ କରିଛନ୍ତି । ନ୍ୟାୟ ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର