ETV Bharat / state

ତ୍ରିକୋଣୀୟ ତନ୍ତ୍ର ପୀଠରେ ହେବ ଅନ୍ତିମ ବଳି ଯାତ୍ରା - ସୋନପୁରରେ ଜାରି ରହିଛି ଗଡଜାତର ଐତିହାସିକ ବଳିଯାତ୍ରା

ତ୍ରିକୋଣୀୟ ତନ୍ତ୍ର ପୀଠରେ ହେବ ଅନ୍ତିମ ବଳି ଯାତ୍ରା । ସୋନପୁରରେ ହେବାକୁ ଯାଉଛି ପୂର୍ଣ୍ଣମୀ ବଳି ଯାତ୍ରା । ବଳି ଯାତ୍ରାରେ ପୂର୍ଣ୍ଣମୀ ରାତିରେ ପାଳିତ ହେବ ଏହି ଅନ୍ତିମ ବଳି ପର୍ବ । ଏହି ପୂଜା ତ୍ରିକୋଣୀୟ ତନ୍ତ୍ର ପୀଠରେ ହେବ । ଅଧିକ ପଢ଼ନ୍ତୁ

ତ୍ରିକୋଣୀୟ ତନ୍ତ୍ର ପୀଠରେ ହେବ ଅନ୍ତିମ ବଳିଯାତ୍ରା

author img

By

Published : Oct 8, 2022, 5:41 PM IST

ସୁବର୍ଣ୍ଣପୁର : ତ୍ରିକୋଣୀୟ ତନ୍ତ୍ର ପୀଠରେ ହେବ ଅନ୍ତିମ ବଳି ଯାତ୍ରା । ସୋନପୁରରେ ଜାରି ରହିଛି ଗଡଜାତର ଐତିହାସିକ ବଳିଯାତ୍ରା (Special rituals bali puja held in Subarnapur) । ଏନେଇ ଆଗକୁ ସୁବର୍ଣ୍ଣପୁରରେ ହେବାକୁ ଯାଉଛି ପୂର୍ଣ୍ଣମୀ ବଳି ଯାତ୍ରା । ସୋନପୁର ଗଡଜାତର ଐତିହାସିକ ବଳି ଯାତ୍ରାରେ ପୂର୍ଣ୍ଣମୀ ରାତିରେ ପାଳିତ ହେବ ଏହି ଅନ୍ତିମ ବଳି ପର୍ବ । ଏହି ପୂଜା ତ୍ରିକୋଣୀୟ ତନ୍ତ୍ର ପୀଠରେ ହେବ ।

ତ୍ରିକୋଣୀୟ ତନ୍ତ୍ର ପୀଠରେ ହେବ ଅନ୍ତିମ ବଳିଯାତ୍ରା

ମା' ସୁରେଶ୍ବରୀ, ଭଗବତୀ ଓ ଖମ୍ବେଶ୍ବରୀ ପୀଠର ତ୍ରିକୋଣୀୟ ଭୂଖଣ୍ଡରେ ପାଳିତ ହେବ ଏହି ଅନ୍ତିମ ବଳି ପର୍ବ । କାହିଁ କେତେ ଦିନରୁ ପାଳିତ ହେଉଥିବା ଏହି ବଳି ପର୍ବର ଅଧିକାଂଶ ବଳି ଏହି ତ୍ରିକୋଣୀୟ ଭୂଖଣ୍ଡରେ ପାଳିତ ହୋଇଥାଏ । ସମକୋଣୀ ସମବାହୁ ତ୍ରିଭୂଜାକାର ଭୂଖଣ୍ଡରେ ମହାବଳୀ ପର୍ବ, ଡାଙ୍ଗୁଆ ବଳି, ଗାୟନ ବଳି ଓ ଅନ୍ତିମ ପୂର୍ଣ୍ଣମୀ ବଳି ପାଳିତ ହୋଇଥାଏ ।

ଯେଉଁଥିରେ ଘଟିଥାଏ ଆଶ୍ଚର୍ଯ୍ୟକର ଘଟଣାମାନ (bali puja) । ବଳି ଯାତ୍ରାରେ ମଣିଷ ଦେହରେ ଦୈବୀଶକ୍ତି ପ୍ରକଟିତ କରିବା ପାଇଁ ବ୍ୟବହାର ହୋଇଥାଏ ଏକ ପ୍ରକାରର ଅଲୌକିକ ତନ୍ତ୍ର ମାଟି । ବରୁଆର ନାଭି ମଣ୍ଡଳରେ ଏହି ତନ୍ତ୍ର ମାଟିର ପ୍ରୟୋଗରେ ବଳି ଦେହରେ ଦୈବୀଶକ୍ତି ପ୍ରକଟିତ ହୋଇଥାଏ ।

ସୋନପୁର ଗଡଜାତରେ ଆଶ୍ବୀନ ମହାଳୟା ଠାରୁ ଆରମ୍ଭ ହୁଏ ଐତିହାସିକ ବଳିଯାତ୍ରା (Subarnapur bali yatra) । ଦୀର୍ଘ ୧୬ ଦିନ ଧରି ଚାଲୁଥିବା ଏହି ବଳି ଯାତ୍ରାରେ ୧୫ ଗୋଟି ବଳି କାର୍ଯ୍ୟ ସମ୍ପନ୍ନ ହୁଏ । ତେବେ ସହରରେ ଅଷ୍ଟ ଚଣ୍ଡୀଙ୍କ ପୀଠ ଥିବା ବେଳେ ବିଭିନ୍ନ ପର୍ବ ପର୍ବାଣୀରେ ଏହି ତ୍ରିଭୂଜାକାର ଭୂଖଣ୍ଡରେ ଥିବା ତ୍ରିଦେବୀଙ୍କୁ ନେଇ ପର୍ବ ପାଳନ କରାଯାଏ ।

ବଳୀ ପର୍ବରେ ଦେବୀ ମା ଖମ୍ବେଶ୍ବରୀ ଓ ଦେବୀ ମା ଇଷ୍ଟ ଦେବୀ ସୁରେଶ୍ବରୀଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଏହି ବଳି ପର୍ବରେ ସାମିଲ ହେବା ସହିତ ଦେବୀ କୃପା ଲାଭ କରିବାକୁ ଆସନ୍ତି ଏହି ତ୍ରିଭୂଜାକାର ଭୂଖଣ୍ଡକୁ । ମା’ ଇଷ୍ଟଦେବୀ ସୁରେଶ୍ବରୀ ମହାଳୟାରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି ।

ତେଣୁ ବଳି ଯାତ୍ରାର ଅଧିକାଂଶ କାର୍ଯ୍ୟ ଏହି ପୀଠରେ ହିଁ ସମ୍ପନ୍ନ ହୋଇଥାଏ (Historic bali yatra) । ତନ୍ତ୍ର ପୀଠ ଭାବେ ପରିଚିତ ସୁବର୍ଣ୍ଣପୁର । ଏଠାରେ କାହିଁ କେଉଁ କାଳରୁ ତାନ୍ତ୍ରିକ ପଦ୍ଧତିରେ ପାଳିତ ହୋଇ ଆସୁଛି ବଳି ଯାତ୍ରା । ତେବେ ମହାବଳୀ ଯାତ୍ରାର ଅନ୍ତିମ ପର୍ବ ପୂର୍ଣ୍ଣମୀ ବଳିରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.