ETV Bharat / state

ଧାନ ଚୋରା ଚାଲାଣ ପଣ୍ଡ, ଦୁଇଟି ଟ୍ରକ ଜବତ

ସୁବର୍ଣ୍ଣପୁରରେ ଦୁଇ ଦୁଇଟି ଚୋରା ଧାନ ବୋଝେଇ ଟ୍ରକକୁ ଜବତ କରିଛି ଜିଲ୍ଲା ଖାଦ୍ୟ ଓ ଯୋଗାଣ ବିଭାଗ । ଅଧିକ ପଢନ୍ତୁ...

author img

By

Published : Dec 30, 2020, 10:48 AM IST

ଧାନ ଚୋରା ଚାଲାଣ ପଣ୍ଡ, ଦୁଇଟି ଟ୍ରକ ଜବତ
ଧାନ ଚୋରା ଚାଲାଣ ପଣ୍ଡ, ଦୁଇଟି ଟ୍ରକ ଜବତ

ସୁବର୍ଣ୍ଣପୁର: ପଣ୍ଡ ହେଲା ଚୋରାରେ ଧାନ ଚାଲାଣ । ସୁବର୍ଣ୍ଣପୁର ଜିଲ୍ଲାରେ ଚୋରାରେ ଧାନ ଚାଲାଣ ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦୁଇଟି ଧାନ ବୋଝେଇ ଟ୍ରକକୁ ଜବତ କରିଛି ।

ଧାନ ଚୋରା ଚାଲାଣ ପଣ୍

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ବାହାର ଜିଲ୍ଲାରୁ ଦୁଇଟି ଧାନ ବୋଝେଇ ଟ୍ରକ ଉପରେ ଚଢାଉ କରିଥିଲା ଯୋଗାଣ ବିଭାଗ । ଦୁଇଟି ଟ୍ରକରେ ସୋନପୁର ଜିଲ୍ଲାରୁ ଧାନ ଆସୁଥିଲା । ଟ୍ରକରେ 430ଟି ପଲିଥିନରେ ଭର୍ତ୍ତି 240 କ୍ବିଣ୍ଟାଲ ଧାନ ଜବତ ହୋଇଛି ।

ଟ୍ରକ ନମ୍ବର OR-02R 7293 ଗାଡି ନମ୍ବରରେ 171 କ୍ବିଣ୍ଟାଲ ଧାନ ନୟାଗଡରୁ ସୋନପୁର ଆସୁଥିବା ବେଳେ ଅନ୍ୟ ଏକ ମିନି ଟ୍ରକ OR 15 H 2789ରେ ପ୍ରାୟ 68 କ୍ବିଣ୍ଟାଲ ଧାନ ବୌଦ୍ଧ ଜିଲ୍ଲାରୁ ସୋନପୁରକୁ ଚୋରାରେ ଚାଲାଣ ହେଉଥିଲା । ସୋନପୁର ସହର ବ୍ଲକ ଛକରୁ ଏହି ଦୁଇ ଟ୍ରକକୁ ଯୋଗାଣ ବିଭାଗର ଏକ ସ୍ବତନ୍ତ୍ର ଟିମ କାବୁ କରିଛି। ଗାଡି ଦୁଇଟିକୁ ଜବତ କରି ଯୋଗାଣ ବିଭାଗ ଅଧିକ ତଦନ୍ତ ଚଳାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.