ସୁବର୍ଣ୍ଣପୁର: ନିର୍ଯ୍ୟାତନା ପରେ ହତ୍ୟା ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ସିନ୍ଦୁରପୁର ଗାଁର ବୃନ୍ଦାବତୀ ବିଭାର ନିଜ ଭଉଣୀର ହତ୍ୟାକାରୀଙ୍କ ଗିରଫ ଦାବିରେ ଜିିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି । ବୃନ୍ଦାବତୀଙ୍କ ଭଉଣୀ ସୁନିତାଙ୍କୁ ତାଙ୍କ ଶାଶୁଘର ଲୋକେ ମାରି ଦେଇଥିବା ସୁବଳୟା ଥାନାରେ ଅଭିଯୋଗ ହୋଇଥିଲା । ଗତ 30 ଡିସେମ୍ବର 2021ରେ ଷଣ୍ଢା ଗାଁରେ ସୁନିତାଙ୍କ ହତ୍ୟା ହୋଇଥିବା ଅଭିଯୋଗ ହେବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ବୃନ୍ଦାବତୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଷଣ୍ଢା ଗାଁରେ ଲକ୍ଷ୍ମଣ ସିଂଙ୍କ ସହ ସୁନିତାଙ୍କର ବିବାହ ହୋଇଥିଲା। ହେଲେ ପ୍ରାୟ ତିନି ବର୍ଷରୁ ଅଧିକ ହେଲା ସୁନିତାଙ୍କ ସ୍ବାମୀ ଲକ୍ଷ୍ମଣ ସିଂ ଓ ତାଙ୍କ ପରିବାର ବର୍ଗ ସୁନିତାକୁ ଅକଥନିୟ ନିର୍ଯ୍ୟାତନା ଦେଉଥିଲେ। ସୁନିତାଙ୍କୁ ବାପ ଘରୁ ଟଙ୍କା ଆଣିବା ପାଇଁ କହୁଥିଲେ । ଫଳରେ ନିର୍ଯ୍ୟାତନା ସହିନପାରି ସେ ବିଭିନ୍ନ ସମୟରେ ବାପଘରକୁ ଆସୁଥିଲେ ।
ତେବେ ଟଙ୍କା ନଆଣିବାରୁ 30 ଡିସେମ୍ବରରେ ତାକୁ ସ୍ବାମୀ ଲକ୍ଷ୍ମଣ ଓ ପରିବାର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ବୃନ୍ଦାବତୀ ନିଜ ଭଉଣୀ ସୁନିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସୁବଳୟା ପୋଲିସକୁ ବାରମ୍ବାର ଅନୁରୋଧ କରି ବିଫଳ ହେବା ପରେ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଅଭିଯୋଗ କରିଛନ୍ତି । ହତ୍ୟାକାରୀମାନେ ବାହାରେ ବୁଲୁଥିବା ବେଳେ ପୋଲିସ ଭାରତୀୟ ପିଙ୍ଗଳ କୋଡ 302 ଦଫା ରୁଜୁ କରିଥିଲେ ମଧ୍ୟ ଗିରଫ କରୁନାହିଁ ବୋଲି ଅଭିଯୋଗ ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ