ସୁବର୍ଣ୍ଣପୁର: ପୁଣି କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସହରରେ ସମ୍ପ୍ରତ୍ତି ପ୍ରଚଳିତ କୋଭିଡ ନିୟମାବଳୀର ଉଲ୍ଲଘଂନ ପାଇଁ ତିନୋଟି ବ୍ୟବସାୟିକ ଅନୁଷ୍ଠାନରୁ ଫାଇନ ଆଦାୟ ହୋଇଛି ।
ଦେଶରେ କୋଭିଡର ଦ୍ଵିତୀୟ ଲହରୀ ଫେରିଛି, ଏଥିପାଇଁ ରାଜ୍ୟ ସରକାର କୋଭିଡ ସଂକ୍ରମଣ ସମ୍ଭାବନାକୁ ପ୍ରତିହତ କରିବାକୁ କୋଭିଡ ଗାଇଡ଼ ଲାଇନକୁ ପୁନର୍ବାର କଡାକଡି ଭାବେ ଲାଗୁ କରାଯାଇଛି । କୋରୋନା ନିୟମ ଉଲ୍ଲଘଂନ ପାଇଁ ତିନୋଟି ବ୍ୟବସାୟିକ ସଙ୍ଗଠନ ଠାରୁ ମୋଟା ଅଙ୍କର ଫାଇନ ଆଦାୟ ହୋଇଛି । ସହରର ଦେବଯାନୀ ଫିଲିଙ୍ଗ ଷ୍ଟେସନ, (ପଟାଭାଡି ), ସମଲେଶ୍ୱରୀ ନର୍ସିଙ୍ଗ ହୋମ (ଜୟ ଗୁରୁ ମାର୍କେଟ ), ରୂପ କଲେକ୍ସନ, (ଏସ ବି ଆଇ ସମ୍ମୁଖ) ପ୍ରତ୍ୟେକଙ୍କୁ 50,000 ଟଙ୍କା ଲେଖାଏଁ ଜୋରିମାନା ଆଦାୟ ହୋଇଛି । ଏହା ସହିତ ମାସ୍କ ନ ପିନ୍ଧିବା ପାଇଁ ସର୍ବସାଧାରଙ୍କଠାରୁ 8500ଟଙ୍କା ଆଦାୟ ହୋଇଛି ।
ସରକାରଙ୍କ କୋଭିଡ ମାର୍ଗଦର୍ଶିକାର କଡାକଡି ପାଳନ ଉପରେ ଗୁରୁତ୍ୱ ପ୍ରଦାନ ପୂର୍ବକ ଆଗକୁ ଏହି ପ୍ରକାର ଅତର୍କିତ ଚଢ଼ାଉ ଚାଲୁ ରହିବ l ଏଣୁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ତଥା ଜନସାଧାରଣ ଯତ୍ନବାନ ହୋଇ କୋଭିଡ କଟକଣା ମାର୍ଗଦର୍ଶିକା ପାଳନ କରି ସାମାଜିକ ଦୂରତ୍ୱ ବଜାୟ ରଖିବେ ବୋଲି ଜିଲ୍ଲା ପ୍ରଶାସନ ଆଶା କରୁଛି । ମୁହଁରେ ମାସ୍କ ପରିଧାନ କରିବା ,ଗହଳି ନ କରିବା, ହାତକୁ ସାନିଟାଇଜ ଅଥବା ସାବୁନରେ ନିୟମିତ ବ୍ୟବଧାନରେ ସଫା କରିବା ଆଦି ଉପରେ ଗୁରୁତ୍ୱ ଦିଆଯାଇଛି । ଯାହାକି ନିଜକୁ ତଥା ପରିବାରକୁ କୋଭିଡ ସଂକ୍ରମଣରୁ ରକ୍ଷା କରିବ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଅଚନକ ଚଢାଉରେ ଉପଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ନେତୃତ୍ୱରେ ଏସଡିପିଓ ମିହିର କୁମାର ପଣ୍ଡା, ତହସିଲଦାର, ସୋନପୁର,ନବୀନ କିଶୋର ପାଢ଼ୀ କାର୍ଯ୍ୟନିଵାହୀ ଅଧିକାରୀ, ସୂର୍ଯ୍ୟାଶୁ ରୁଟ, ସୋନପୁର ମ୍ୟୁନିସିପାଲିଟି,ଆଇଆଇସି ପ୍ରମୁଖ ସାମିଲ ହୋଇଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ