ETV Bharat / state

ଶୀତଳ ଷଷ୍ଠୀ ପାଇଁ କମ୍ପୁଛି ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଖବର

ବୈଦ୍ୟନାଥ ମନ୍ଦିରରେ ଶୀତଳ ଷଷ୍ଠୀ ପର୍ବର ବରାନୁଗମନ ପର୍ବ ପାଇଁ ବ୍ୟାପକ ବ୍ୟବସ୍ଥା । ଦେବୋତ୍ତର ବିଭାଗର ଆର୍ଥିକ ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି ସ୍ଥାନୀୟବାସୀଙ୍କ ଅଭିଯୋଗ । ଅଧିକ ପଢନ୍ତୁ

ଶୀତଳ ଷଷ୍ଠୀ ପାଇଁ କମ୍ପୁଛି ସୁବର୍ଣ୍ଣପୁର:କୋଶଳେଶ୍ବରଙ୍କ ବରାନୁଗମନ ପର୍ବ ପାଇଁ ବ୍ୟାପକ ପ୍ରସ୍ତୁତି

author img

By

Published : Jun 5, 2022, 7:39 AM IST

Updated : Jun 5, 2022, 11:50 AM IST

ସୁବର୍ଣ୍ଣପୁର: ଜିଲ୍ଲାର ପ୍ରାଚୀନ ବୈଦ୍ୟନାଥ ମନ୍ଦିରରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବର ବରାନୁଗମନ ପର୍ବ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋଭିଡ ମହାମାରୀ ପାଇଁ ଏହି ଯାତ୍ରା ଦୁଇ ବର୍ଷ ହେଲା କେବଳ ନୀତିକାନ୍ତିରେ ସୀମିତ ଥିବା ବେଳେ ଚଳିତ ଥର ଆଡମ୍ବରପୂର୍ଣ୍ଣ ଭାବେ ଏହି ଯାତ୍ରା ପାଳନ କରାଯାଉଛି । ଏଥର ସାଗରପାଲି ଗାଁର ଦେବେନ୍ଦ୍ର ମେହେର ବରପିତା ଓ ହରଡଖୋଲ ଗାଁର ରାଜୀବ ପୁରୋହିତ କନ୍ୟାପିତା ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ।

ଶୀତଳ ଷଷ୍ଠୀ ପାଇଁ କମ୍ପୁଛି ସୁବର୍ଣ୍ଣପୁର

ଏହି ଯାତ୍ରା ପାଳନ କରିବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବା ବେଳେ ଦେବୋତ୍ତର ବିଭାଗର ଆର୍ଥିକ ସହାୟତା ଅତି କମ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାର୍ଷିକ କୋଶଳେଶ୍ବରଙ୍କ ଭୂ ସମ୍ପତ୍ତିରୁ ପ୍ରାୟ 10 ଲକ୍ଷରୁ ଅଧିକ ଟଙ୍କାର ଆୟ ହେଉଥିବା ବେଳେ ଯାତ୍ରା ପାଇଁ କେବଳ 30 ହଜାର ଟଙ୍କା ପ୍ରଦାନ କରାଯାଉଛି । ଫଳରେ କୋଶଳେଶ୍ବରଙ୍କ ଯାନିଯାତ୍ରା ପାଇଁ ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନଙ୍କୁ ନିରୁତ୍ସାହିତ କରାଯାଉଛି ବୋଲି ଅଭିଯୋଗ ହେଉଛି ।

ଚଳିତ ବର୍ଷ କେବଳ ବରଯାତ୍ରୀ ପାଇଁ 50 ହଜାରରୁ ଅଧିକ ଟଙ୍କା ବ୍ୟୟ କରାଯାଉଥିବା ବେଳେ ବର ପିତାମାତା ଓ ଆଗ୍ରହୀ ଶ୍ରଦ୍ଧାଳୁମାନେ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି । ଆଡମ୍ବରପୂର୍ଣ୍ଣ ବରଯାତ୍ରୀ ଦଳରେ ଦେବାଦେବୀଙ୍କ ସେବାୟତ ସମେତ ପ୍ରାୟ 15 ଶହ ଲୋକ ସାମିଲ ହେବେ ବୋଲି ଯାତ୍ରା କମିଟି ନିଷ୍ପତ୍ତି ନେଇଛି । ତେବେ ଦେବୋତ୍ତର ବିଭାଗର ଆର୍ଥିକ ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Jun 5, 2022, 11:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.