ETV Bharat / state

ସରିଲା ବାହୁଡା, ଗଡ଼ିଲାନି ରଥ - subarnapur news

ରଥଖଳାରେ ଶ୍ରୀଜଗନ୍ନାଥଙ୍କ ରଥ ସେହିଭଳି ଆଜି ବି ଛିଡା ହୋଇଛି। ଚଳିତ ରଥଯାତ୍ରାରେ ଶ୍ରୀବଡ଼ ଜଗନ୍ନାଥ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଆଉ ମାଉସୀ ମା ମନ୍ଦିରକୁ ଯାଇନାହାନ୍ତି। ହେଲେ ସୁବର୍ଣ୍ଣପୁରର ଶ୍ରୀବଡ଼ ଜଗନ୍ନାଥଙ୍କ ରଥଯାତ୍ରା ରୀତିନୀତି ଅନୁଯାୟୀ ପାଳନ କରାଯାଇଥିବା ବେଳେ ଆଜି ବାହୁଡା ଯାତ୍ରା ସଂପନ୍ନ ହୋଇଛି।

ସରିଲା ବାହୁଡା, ଗଡ଼ିଲାନି ରଥ
ସରିଲା ବାହୁଡା, ଗଡ଼ିଲାନି ରଥ
author img

By

Published : Jul 2, 2020, 1:08 AM IST

ସୁବର୍ଣ୍ଣପୁର: ରଥଖଳାରେ ଶ୍ରୀଜଗନ୍ନାଥଙ୍କ ରଥ ସେହିଭଳି ଆଜି ବି ଛିଡା ହୋଇଛି। ଚଳିତ ରଥଯାତ୍ରାରେ ଶ୍ରୀବଡ଼ ଜଗନ୍ନାଥ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଆଉ ମାଉସୀ ମା ମନ୍ଦିରକୁ ଯାଇନାହାନ୍ତି। ହେଲେ ସୁବର୍ଣ୍ଣପୁରର ଶ୍ରୀବଡ଼ ଜଗନ୍ନାଥଙ୍କ ରଥଯାତ୍ରା ରୀତିନୀତି ଅନୁଯାୟୀ ପାଳନ କରାଯାଇଥିବା ବେଳେ ଆଜି ବାହୁଡା ଯାତ୍ରା ସଂପନ୍ନ ହୋଇଛି।

ସରିଲା ବାହୁଡା, ଗଡ଼ିଲାନି ରଥ

ବିଗ୍ରହମାନେ ଶ୍ରୀମନ୍ଦିରରେ ତିଆରି ହୋଇଥିବା ଏକ ନବ ନିର୍ମିତ ସିଂହାସନରେ ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ଗୁଡିରୁ ଆଜି ଫେରି ରଥ ଛୁଇଁବା ପରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ବିଜେ କରିଥିଲେ। ତିନି ଠାକୁରଙ୍କ ରୀତିନୀତିରେ ପୂଜା ଆରାଧନା କରିବା ପରେ ରତ୍ନ ସିଂହାସନକୁ ବିଜେ କରିଥିଲେ। ତେବେ ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ ସୋନପୁର ଗଡଜାତରେ ପ୍ରଥମ ଥର ପାଇଁ ରଥଯାତ୍ରା ବନ୍ଦ ହୋଇଛି। ତଥାପି ଆଜି ହଜାର ହଜାର ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ବ ଭୁଲି ଦେବୋତ୍ତର ବିଭାଗର ବାରଣ ସତ୍ତ୍ବେ ଶ୍ରୀବଡ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.