ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ହେବେନି ଶ୍ରୀଜିଉ

author img

By

Published : Jul 10, 2021, 11:14 AM IST

ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁରରେ ଏଥର ଆଉ ରଥାରୂଢ ହେବେ ନାହିଁ ଶ୍ରୀଜଗନ୍ନାଥ । ମନ୍ଦିର ପରିସର ଭିତରେ ହିଁ ରଥଯାତ୍ରା ପାଳନ କରିବା ପାଇଁ ଦେବୋତ୍ତର ବିଭାଗ ଓ ରଥଯାତ୍ରା କମିଟି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ଏଥର ରଥାରୁଢ଼ ହେବେ ନାହିଁ ଶ୍ରୀ ଜଗନ୍ନାଥ
ଏଥର ରଥାରୁଢ଼ ହେବେ ନାହିଁ ଶ୍ରୀ ଜଗନ୍ନାଥ

ସୁବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁରରେ ଏଥର ଆଉ ରଥାରୂଢ ହେବେ ନାହିଁ ଶ୍ରୀଜଗନ୍ନାଥ । ମନ୍ଦିର ପରିସର ଭିତରେ ହିଁ ରଥଯାତ୍ରା ପାଳନ କରିବା ପାଇଁ ଦେବୋତ୍ତର ବିଭାଗ ଓ ରଥଯାତ୍ରା କମିଟି ନିଷ୍ପତ୍ତି ନେଇଛି । ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଶ୍ରୀମନ୍ଦିର ପରିସର ଭିତରେ ହିଁ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରା ଦେବୀଙ୍କ ସହିତ ଏକ ସ୍ବତନ୍ତ୍ର ମଣ୍ଡପକୁ ବିରାଜମାନ କରିବେ। ଏଥିପାଇଁ ଜିଲ୍ଲା କୋଷାଗାରରୁ ସହରର ଶ୍ରୀ ବଡ ଜଗନ୍ନାଥ, ଶ୍ରୀ ଦଧିବାମନ ଦେବ ଓ ଶ୍ରୀ ନୃସିଂହ ଦେବଙ୍କ ସୂନା ଓ ରୂପା ଅଳଙ୍କାର ଓ ଆଭୂଷଣ ଆଦି ବାହାର କରାଯାଇଛି ।

ଏଥର ରଥାରୁଢ଼ ହେବେ ନାହିଁ ଶ୍ରୀ ଜଗନ୍ନାଥ

ପୋଲିସ କର୍ମଚାରୀ ଓ କମିଟି ସଭ୍ୟଙ୍କ ଉପସ୍ଥିତିରେ ଦେବୋତ୍ତର ଅଧିକାରୀ ତଥା ଉପ ଜିଲ୍ଲାପାଳ ନିହାର କଅଁର ଜିଲ୍ଲା କୋଷାଗାର ଆଇରନ ଚେଷ୍ଟରୁ ମହଣ ମହଣ ରୂପା ଓ ସୂନାର ଆଭୂଷଣ ଓ ଅଳଙ୍କାର ଆଦି ସେବାୟତମାନଙ୍କୁ ପ୍ରଦାନ କରିଛନ୍ତି । ତେବେ ପାରମ୍ପରିକ ରୀତିନୀତିରେ ଏଥର ରଥଯାତ୍ରା ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ଦର୍ଶନକୁ ବାରଣ କରାଯାଇଛି । ଏହାସହ ସେବାୟତମାନଙ୍କୁ କୋଭିଡ ନିୟମ ପାଳନ କରିବାକୁ ଦେବୋତ୍ତର ବିଭାଗ ପରାମର୍ଶ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.